Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଚୀନ ବିରୋଧରେ ଅଷ୍ଟ୍ରେଲିଆ କରିବ ଭାରତକୁ ସହଯୋଗ’- ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀ

29/09/2020 at 8:32 PM

ନୂଆଦିଲ୍ଲୀ, ୨୯|୦୯ : ଗତ କିଛି ଦିନ ଧରି ଚୀନର ବିଭିନ୍ନ ଦେଶ ସହ ବିବାଦ ଲାଗି ରହିଛି । ଏହାମଧ୍ୟରୁ ଗୋଟିଏ ଦେଶ ହେଉଛି ଅଷ୍ଟ୍ରେଲିଆ । ଭାରତ ମହାସାଗରରେ ଚୀନ ଆଡୁ ଦେଖାଦେଇଥିବା ବିପଦର ମୁକାବିଲା ପାଇଁ ଅଷ୍ଟ୍ରେଲିଆ ଭାରତର ସହଯୋଗ କରିବ ବୋଲି ଘୋଷଣା କରିଛି । ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରେନୋଲ୍ଡସ୍ କହିଚନ୍ତି ଯେ, ଅଧିକ ସୁରକ୍ଷିତ, ମୁକ୍ତ ଓ ବିଭିନ୍ନ କାରବାର ପାଇଁ ଭାରତ ଓ ପ୍ରଶାନ୍ତ ମହାସାଗରରେ ଅଷ୍ଟ୍ରେଲିଆ ଭାରତ ଭଳି ସମାନ ବିଚାରଧାରା ଦେଶ ସହ ସମ୍ପର୍କ ଅଧିକ ମଜବୁତ କରିବ । ଏହାସହ ଚୀନର ଦବଦବା ଥିବା ଏହି ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିବ ।

ରେନୋଲ୍ଡସ୍ କହିଛନ୍ତି ଯେ, ଭାରତ ମହାସାଗରରେ କରାଯାଇଥିବା ନୌସେନାର ମିଳିତ ଅଭ୍ୟାସ ରଣନୀତିକ ଭାଗିଦାରୀ ଓ ଭାରତ ସହ ମଜବୁତ ସମ୍ପର୍କକୁ ଦର୍ଶାଉଛି । ଗତ ସପ୍ତାହରେ ଭାରତୀୟ ନୌସେନା ଓ ରୟାଲ ଅଷ୍ଟ୍ରେଲିଆନ ନାଭି ଭାରତ ମହାସାଗରର ଉତ୍ତର-ପୂରବ ପ୍ରାନ୍ତରେ ଦୁଇଦିନିଆ ମିଳିତ ସମରାଭ୍ୟାସ କରିଥିଲେ । ଏହାସହ ଜୁନରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତି ହୋଇଥିଲା ।

ସେ ଆହୁରି କହିଛନ୍ତି ଯେ, ଭାରତ ସହ ଅଷ୍ଟ୍ରେଲିଆର ସମ୍ପର୍କ ଆହୁରି ମଜବୁତ ହେବ । କାରଣ ଉଭୟ ଦେଶ ସମାନ ବିଚାରଧାରର ଅଟନ୍ତି । ଏଥିପାଇଁ ଭାରତ ମହାସାଗରରେ ଭାରତ ଭଳି ଦେଶର ସହଯୋଗରେ ଅଧିକ ସୁରକ୍ଷିତ ଓ ମୁକ୍ତ କାରବାର କରିହେବ । ଚଳିତ ବର୍ଷ ଆରମ୍ବରେ ଡିଜିଟାଲ ଶିଖର ସମ୍ମିଳନୀରେ ଭାରତ ସହ ଅଷ୍ଟ୍ରେଲିଆର ଐତିହାସିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଉଭୟ ଦେଶ ମିଳିତ ଭାବେ ସମ୍ପର୍କକୁ ମଜବୁତ ରକିବା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି । ଆଗକୁ ମଧ୍ୟ ଏହି ସମ୍ପର୍କ ଅତୂଟ ରହିବ ବୋଲି ସେ କହିଛନ୍ତି ।

   Related Posts