ଅବସର ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ଓ୍ୱାର୍ଣ୍ଣର, ୨୦୨୭ ବିଶ୍ୱକପ୍ ଯାଏଁ ଖେଳିବା ନେଇ ଦେଲେ ସଂକେତ
21/11/2023 at 10:49 PM

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟର୍ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ଅବସର ଚର୍ଚ୍ଚା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଏହି ପ୍ରସଙ୍ଗ ଉପରେ ଫୁଲଷ୍ଟପ୍ ପକାଇଛନ୍ତି ନିଜେ ଓ୍ୱାର୍ଣ୍ଣର। ଏବେ ଅବସର ନୁହେଁ ବରଂ ୨୦୨୭ ପର୍ଯ୍ୟନ୍ତ ବିଶ୍ୱକପ୍ ପର୍ଯ୍ୟନ୍ତ ଗ୍ରାଉଣ୍ଡରେ ନଜର ଆସିବେ ଓ୍ୱାର୍ଣ୍ଣର। ୨୦୨୩ ବିଶ୍ୱକପ୍ରେ ଅଷ୍ଟ୍ରେଲିଆର ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ଥିଲା। ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ପାଇଁ ୱାର୍ଣ୍ଣର ସର୍ବାଧିକ ରନ୍ ସ୍କୋରର୍ ହୋଇଥିଲେ। ଟ୍ୱିଟରରେ ବାମହାତୀ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ସ୍ପଷ୍ଟ କରିଛନ୍ତି ଯେ ସେ ପରବର୍ତ୍ତୀ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ।
ୱାର୍ଣ୍ଣର ବର୍ତ୍ତମାନ ବୟସ ୩୭ ବର୍ଷ। ୨୦୨୩ ଆରମ୍ଭରେ ସେ କହିଥିଲେ ଯେ ଡିସେମ୍ବର ଏବଂ ଜାନୁଆରୀରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍ ତାଙ୍କର ଶେଷ ହେବ। ତେବେ ୱାର୍ଣ୍ଣର ଦିନିକିଆ କ୍ରିକେଟରେ ଖେଳିବା ଜାରି ରଖିବେ।
Xରେ ଥିବା ଏକ ପୋଷ୍ଟରେ ଏହା ଲେଖାଯାଇଛି ଯେ ୱାର୍ଣ୍ଣରଙ୍କ ଦିନିକିଆ କ୍ୟାରିୟର ରେକର୍ଡ ସହିତ ସମାପ୍ତ ହୋଇଛି। ଏହି ପୋଷ୍ଟର ଉତ୍ତରରେ ୱାର୍ଣ୍ଣର ଉତ୍ତର ଦେଇଛନ୍ତି, ମୁଁ କହିଛି ଯେ ମୁଁ ସମାପ୍ତ ହୋଇଛି? ଅର୍ଥାତ୍ ସେ ଏକ ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ ସେ ODI କ୍ରିକେଟ୍ ରେ ଖେଳିବେ ଏବଂ ODI ବିଶ୍ୱକପ୍ 2027 ମଧ୍ୟ ଖେଳିପାରିବେ।
ବିଶ୍ୱକପ୍ ୨୦୨୩ରେ ଅଷ୍ଟ୍ରେଲିଆ ପାଇଁ ୱାର୍ଣ୍ଣର ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ 48.64 ଆଭରେଜ୍ ରନ୍ରେଟ୍ ୧୧ ଟି ମ୍ୟାଚର ୧୧ ଇନିଂସରେ ୫୩୫ ରନ୍ ଏବଂ ଷ୍ଟ୍ରାଇକ୍ ରେଟ୍ ୧୦୮.୩୦ ଥିଲା। ତାଙ୍କର ସର୍ବାଧିକ ସ୍କୋର ୧୬୩ ରନ୍ ଥିଲା, ଯାହା ପାକିସ୍ତାନ ବିପକ୍ଷରେ କରିଥିଲେ।