Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ହିନ୍ଦୁ ମନ୍ଦିର ଉପରେ ହେଉଥିବା ଆକ୍ରମଣକୁ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ କରାଯିବନି ବରଦାସ୍ତ

11/03/2023 at 7:16 PM

ନୂଆଦିଲ୍ଲୀ, ୧୧/୦୩: ହିନ୍ଦୁ ମନ୍ଦିର ଉପରେ ହେଉଥିବା ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଷ୍ଟ୍ରେଲିଆ  ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନୀଜ୍‌। ଏକ ପ୍ରେସ୍‌ ବିଜ୍ଞପ୍ତିକୁ ସମ୍ବୋଧିତ କରି ଆଲବାନୀଜ୍‌ କହିଛନ୍ତି ଯେ ଦେଶରେ ଧାର୍ମିକ ସ୍ଥଳ ବିରୋଧରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ। ଅଲବାନୀଜ୍‌ କହିଛନ୍ତି ଯେ ଅଷ୍ଟ୍ରେଲିଆ ଏକ ଏଭଳି ଦେଶ ଯାହା ଲୋକଙ୍କ ଆସ୍ଥାର ସମ୍ମାନ କରିଥାଏ। ଅଷ୍ଟ୍ରେଲିଆରେ ଉଗ୍ରବାଦ ପାଇଁ କୌଣସି ସ୍ଥାନ ନାହିଁ।

ଅଲବାନିଜ୍ ଆହୁରି କହିଛନ୍ତି ଆମେ ଏହା ସୁନିଶ୍ଚିତ କରିବା ପାଇଁ ପୋଲିସ୍‌ ଏବଂ ସୁରକ୍ଷା ସଂସ୍ଥାଙ୍କ ମାଧ୍ୟମରେ ସବୁ କାର୍ଯ୍ୟାନୁଷ୍ଠାନ କରିବୁ। ସେ କହିଛନ୍ତି ଯେ ଆମେ ଏକ ସହନଶୀଳ ବହୁମୁଖୀ ରାଷ୍ଟ୍ର, ଏବଂ ବିଗତ ଦିନରେ ଉଭୟ ହିନ୍ଦୁ ମନ୍ଦିରରେ ଯେଉଁ ଗତିବିଧି ହୋଇଛି ସେଥିପାଇଁ ଅଷ୍ଟ୍ରେଲିଆରେ କୌଣସି ସ୍ଥାନ ନାହିଁ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ପିଏମ୍‌ ମୋଦୀ କହିଥିଲେ ଯେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଶ୍ବସନା ଦେଇଥିଲେ ଯେ ଅଷ୍ଟ୍ରେଲିଆରେ ଭାରତୀୟ ସମୁଦାୟର ସୁରକ୍ଷା ଏବଂ ଯତ୍ନ ଆମର ପ୍ରାଥମିକତା । ଗତ କିଛି ସପ୍ତାହରେ ଅଷ୍ଟ୍ରେଲିଆରେ ମନ୍ଦିରରେ ଆକ୍ରମଣର ଖବର ଲଗାତାର ସାମ୍ନାକୁ ଆସୁଛି। ଏହା ସ୍ବାଭାବିକ ଯେ ଏଭଳି ଖବର ଭାରତରେ ଲୋକଙ୍କୁ ଚିନ୍ତିତ କରିଥାଏ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଥିଲେ ଯେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ତାଙ୍କୁ ଆଶ୍ବସନା ଦେଇଥିଲେ ଏବଂ ଭାରତୀୟ ସମୁଦାୟର ସୁରକ୍ଷା ତାଙ୍କ ପାଇଁ ଏକ ବିଶେଷ ପ୍ରାଥମିକତା ବୋଲି କହିଥିଲେ।

ସୂଚନାଯୋଗ୍ୟ, ମାର୍ଚ୍ଚରେ ଅଷ୍ଟେ୍ରଲିଆର ବ୍ରିସବେନ୍‌ରେ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା। ଜାନୁଆରୀରେ କେରମ ଡାଉନ୍ସରେ ଶ୍ରୀ ଶିବ, ବିଷ୍ଣୁ ମନ୍ଦିରରେ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା।

   Related Posts