ବୁଧବାର ଠାରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କର ୪ ଦିନିଆ ଭାରତ ଗସ୍ତ
8/03/2023 at 4:28 PM

ନୂଆଦିଲ୍ଲୀ: ଆଜି ଠାରୁ ୪ ଦିନିଆ ଗସ୍ତରେ ଆସୁଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନେସ୍. ସେ ମାର୍ଚ୍ଚ ୮ ତାରିଖରୁ ମାର୍ଚ୍ଚ ୧୧ ତାରିଖରେ ପର୍ଯ୍ୟନ୍ତ ଭାରତରେ ରହିବେ। ଗତ ୬ ବର୍ଷରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଭାରତ ଗସ୍ତ। ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଥିବା ଇକୋନୋମିକ୍ କୋପରେସନ ଆଣ୍ଡ ଟ୍ରେଣ୍ଡ ଏଗ୍ରୀମେଣ୍ଟ(ECTA) ଡିସେମ୍ବର ଗତ ଡିସେମ୍ବର ଲାଗୁ ହେବା ପରେ ଭାରତ ଆସିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସୂଚନା ଅନୁସାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହିତ ବାଣିଜ୍ୟ ଓ ପର୍ଯ୍ୟଟନ ମନ୍ତ୍ରୀ ଡନ ଫାରେଲ୍ସ, ପ୍ରାକୃତକ ସମ୍ପଦ ତଥା ଉତ୍ତର ଅଷ୍ଟ୍ରେଲିଆ ମନ୍ତ୍ରୀ ମେଡେଲିନ କିଂଙ୍କ ସେମେତ ଅନ୍ୟ ବରିଷ୍ଠ ଅଫିସରମାନେ ବି ଆସିଛନ୍ତି।
ଭାରତ ଭ୍ରମଣ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ” ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ଆଜି ମୁଁ ମନ୍ତ୍ରୀ ଓ ବିଜ୍ନେସ୍ ଲିଡରଙ୍କ ପ୍ରତିନିଧିମାନଙ୍କୁ ଧରି ଭାରତ ଆସୁଛି। ଭାରତ ଗସ୍ତ ବେଳେ ଆମର ଅହମଦାବାଦ, ମୁମ୍ବାଇ ଓ ନୂଆ ଦିଲ୍ଲୀ ଗସ୍ତ କରିବାର ଅଛି। ଭାରତ ସହିତ ଆମର ସମ୍ପର୍କକୁ ମଜଭୁତ କରିବା ପାଇଁ ଆମ ପାଖରେ ଏକ ଐତିହାସିକ ସୁଯୋଗ ରହିଛି।”