ପତଳା ହେବା ନିଶାରେ କୁପୋଷଣର ଶିକାର ହେଲେ ମଡେଲ୍, ନିଜେ କଲେ ଖୁଲାସା

Published By : Prameya-News7 Bureau | September 14, 2021 IST

ନୂଆଦିଲ୍ଲୀ ୧୪/୦୯ : ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମଡେଲ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ୨୯ ବର୍ଷିୟା ବ୍ରିଜେଟ୍ ମଲକମ୍ କହିଛନ୍ତି, ସେ ଯେଉଁ କମ୍ପାନୀରେ କାମ କରୁଥିଲେ ତାଙ୍କୁ ପତଳା ହେବା ପାଇଁ ଏତେ ଚାପ ପକାଯାଇଥିଲା ଯେ ସେ କୁପୋଷଣର ଶିକାର ହୋଇଗଲେ। ମଡେଲ ଏହା ସେତେବେଳେ ଅନୁଭବ କଲେ ଯେତେବେଳେ ସେ ପାହାଚ ଚଢି ପାରିନଥିଲେ ଏବଂ ତଳେ ପଡ଼ିଯାଇଥିଲେ। କେବଳ ଏତିକି ନୁହେଁ, ମଡେଲ ଆହୁରି ଅନେକ ଖୁଲାସା କରିଛନ୍ତି।

ସୂଚନା ଅନୁଯାୟୀ, ବ୍ରିଜେଟ୍ ମଲକମ୍ ଜଣେ ଅଷ୍ଟ୍ରେଲୀୟ ମଡେଲ୍। କିଛି ସମୟ ପୂର୍ବରୁ ବ୍ରିଜେଟ୍ ଏକ ପ୍ରସିଦ୍ଧ ଲେଡିଜ୍ ଅଣ୍ଡରଗାର୍ମେଟ୍ସ କମ୍ପାନୀ ପାଇଁ କାମ କରୁଥିଲେ। ନିକଟରେ ମଡେଲ୍ କମ୍ପାନୀ ସହ ଜଡିତ ଏପରି ଏକ ରହସ୍ୟ ପ୍ରକାଶ କରିଛନ୍ତି, ଯାହା ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବ୍ରିଜେଟ୍ କହିଛନ୍ତି ଯେ ଏହି ଘଟଣା ୨୦୧୫-୧୬ ସମୟର। କମ୍ପାନୀ ତାଙ୍କ ସହ ଅନେକ ମଡେଲଙ୍କୁ ମଧ୍ୟ ପତଳା ହେବାକୁ ଚାପ ପକାଉଥିଲା।

ଅନେକ ଥର ଏହା ହୋଇଥାଏ ଯେ ବ୍ରିଜେଟଙ୍କ ସହିତ ଅନ୍ୟ ମଡେଲମାନେ ମଧ୍ୟ କମ୍ପାନୀର ଆଦେଶ ଶୁଣି ଶୁଣି ଚିନ୍ତିତ ହୋଇଯାଉଥିଲେ। କମ୍ପାନୀ ଚାହୁଁଥିଲା ଯେ ତାର ମଡେଲଗୁଡିକ ପତଳା ହୁଅନ୍ତୁ ଯାହା ଦ୍ୱାର ସେମାନେ ବିଜ୍ଞାପନ ସମୟରେ ଭଲ ଦେଖାଯିବେ। ବ୍ରିଜେଟ୍ ମାଲକମ୍ ତାଙ୍କ ଦୁଃଖଦ ଘଟଣା ବିଷୟରେ କହିଛନ୍ତି ସେ ଥରେ ଏତେ ଦୁର୍ବଳ ହୋଇଯାଇଥିଲେ ଯେ ବିମାନରେ ପାହାଚ ଚଢିବାକୁ ୧୦ ମିନିଟ୍ ସମୟ ଲାଗିଥିଲା। ଶେଷରେ ସେ ପାହାଚ ଉପରକୁ ଚଢିଥିଲେ ଏବଂ ଏହା କିପରି ଘଟିଲା ସେ ବିଷୟରେ ଦୀର୍ଘ ସମୟ ଚିନ୍ତା କଲେ। ପରେ ସେ ଅନୁଭବ କଲେ ଯେ ସେ ପ୍ରକୃତରେ ଦୁର୍ବଳ ହୋଇଯାଇଛନ୍ତି। ବର୍ତ୍ତମାନ ମଡେଲ୍ ସେହି କମ୍ବାନୀ ଛାଡି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.