୮୬ ବର୍ଷ ପରେ ମଣିଷ ମାରିଲା: ପୋଷା ଜଙ୍ଗଲି କଙ୍ଗାରୁ ଆକ୍ରମଣରେ ବୟସ୍କ ବ୍ୟକ୍ତି ମୃତ
13/09/2022 at 3:59 PM

ସିଡନୀ: ୮୬ ବର୍ଷ ପରେ ମଣିଷ ମାରିଲା କଙ୍ଗାରୁ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଙ୍ଗଲି କଙ୍ଗାରୁ ଆକ୍ରମଣରେ ଅଷ୍ଟ୍ରେଲିଆରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। କଙ୍ଗାରୁଟି ତାଙ୍କର ପୋଷା ଥିଲା ବୋଲି ସୂଚନା ମିଳିଛି। ପ୍ରାୟ ୮୬ ବର୍ଷ ପରେ କଙ୍ଗାରୁ ପ୍ରାଣ ନାଶକ ଆକ୍ରମଣ କରିଥିବା ଅଷ୍ଟ୍ରେଲିଆ ପୁଲିସ ସୂଚନା ଦେଇଛି।
ତେବେ କଙ୍ଗାରୁ କେଉଁ ପ୍ରଜାତିର ଥିଲା ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ି ନାହିଁ। ତେବେ ଏହା ୱେଷ୍ଟର୍ଣ୍ଣ ଗ୍ରେ ପ୍ରଜାତିର ବୋଲି ସନ୍ଦେହ କରାଯାଉଛି। ପଶ୍ଚିମ ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳ ୱେଷ୍ଟର୍ଣ୍ଣ ଗ୍ରେ ପ୍ରଜାତିର କଙ୍ଗାରୁ ଦେଖାଯାଆନ୍ତି। ଏମାନଙ୍କର ଉଚ୍ଚତା ୨.୨ ମିଟର (୭ଫୁଟରୁ ଅଧିକ) ଲମ୍ବ ହୋଇଥିବା ବେଳେ ୭୦ କେଜି(୧୫୪ ପାଉଣ୍ଡ)ର ହୋଇଥାନ୍ତି।
ପୁଲିସର ସୂଚନା ଅନୁସାରେ, ପଶ୍ଚିମ ଅଷ୍ଟ୍ରେଲିଆ ରେଡମଣ୍ଡ ଦକ୍ଷିଣଟାଉନରେ ସେପ୍ଟେମ୍ବର ୧୧ ତାରିଖରେ ଜଣେ ବ୍ୟକ୍ତି ପୋଷା କଙ୍ଗାରୁ ଆକ୍ରମଣରେ ଆହତ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ସମ୍ପର୍କୀୟ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ସମସ୍ତ ପ୍ରକାର ଡାକ୍ତରୀ ଚିକିତ୍ସା ଯୋଗାଇ ଦେଇଥିଲେ ବି ତାଙ୍କର ମୃତ୍ୟୁ ହୋଇଛି।
ଏହାର ୮୦ ବର୍ଷ ପୂର୍ବେ ୧୯୩୬ ମସିହାରେ କଙ୍ଗାରୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ୱିଲିୟମ କ୍ରୁକଶେଙ୍କ ନାମକ ୩୮ ବର୍ଷୀୟ ବ୍ୟକ୍ତି ଏକ ବଡ଼ କଙ୍ଗାରୁ କବଳରୁ ପୋଷା କୁକୁରକୁ ରକ୍ଷା କରୁଥିବା ସମୟରେ କଙ୍ଗାରୁ ଆକ୍ରମଣରେ ତାଙ୍କର ମୃତ୍ୟ ହୋଇଥିଲା।