ନୂଆଦିଲ୍ଲୀ ୨୩।୪: ଅଷ୍ଟ୍ରେଲିଆ ମହିଳା ସାମ୍ବାଦିକ ଅଭନୀ ଡାୟସ ମଙ୍ଗଳବାର କହିଛନ୍ତି ଯେ ଭାରତ ସରକାର ତାଙ୍କ ୱାର୍କିଂ ଭିସା ସମ୍ପ୍ରସାରଣ ନ କରିବାରୁ ତାଙ୍କୁ ବାଧ୍ୟ ହୋଇ ଭାରତ ଛାଡିବାକୁ ପଡିଲା। ସେ କହିଛନ୍ତି ଯେ ଭାରତ ସରକାର ଏହା କହି ୱାର୍କିଂ ଭିସା ଅବଧି ବଢାଇବାକୁ ମନା କଲେ ତାଙ୍କ ଖବରଗୁଡିକ ଧାର୍ଯ୍ୟ ସମୟର ପରର। ତେବେ ଏହି ମାମଲାରେ ଭାରତ ସରକାରଙ୍କ ପକ୍ଷ ମଧ୍ୟ ସାମ୍ନାକୁ ଆସିଛି। ଜନୈକ ସରକାରୀ ଅଧିକାରୀ କହିଛନ୍ତି ଯେ ସାଧାରଣ ନିର୍ବାଚନ କଭର କରିବା ପାଇଁ ତାଙ୍କୁ ଅନୁମତି ଦିଆଯାଇ ନଥିଲା।
Last week, I had to leave India abruptly. The Modi Government told me my visa extension would be denied, saying my reporting "crossed a line". After Australian Government intervention, I got a mere two-month extension ...less than 24 hours before my flight. 1/2
— Avani Dias (@AvaniDias) April 22, 2024
ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଅଭନୀ ଡାୟସ ଏଥି ପାଇଁ ଭାରତ ଛାଡିଛନ୍ତି ତାଙ୍କୁ ଅଷ୍ଟ୍ରେଲିଆରେ ଅନ୍ୟ ଏକ କାମ ମିଳିଗଲା । ତାଙ୍କ ଯିବାର କାରଣ ଭିସା ଜାରି ହେବାରେ ବିଳମ୍ବ ନୁହେଁ ବରଂ ବ୍ୟକ୍ତିଗତ କାରଣ ଥିଲା। ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆ ବ୍ରଡକାଷ୍ଟିଂ କର୍ପୋରେସନ (ଏବିସି) ଜାନୁୟାରୀ ୨୦୨୨ରେ ଅଭିନୀ ଡାୟସଙ୍କୁ ଦକ୍ଷିଣ ଏସିଆ ବ୍ୟୁରୋ ମୁଖ୍ୟ ଭାବେ ଭାରତରେ ଅବସ୍ଥାପିତ କରିଥିଲା। ସେ ଗତ ସପ୍ତାହରେ ଭାରତରୁ ପ୍ରସ୍ଥାନ କରିଛନ୍ତି।
Open letter: foreign correspondents protest the case of ABC’s Avani Dias, who was effectively forced out of #India this week after being told her reporting “crossed a line”. #PressFreedom pic.twitter.com/dvx1lr5aIq
— John Reed जॉन रीड (@JohnReedwrites) April 23, 2024
ଭାରତ ଛାଡିବା ନେଇ ଡାୟସ ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଗତ ସପ୍ତାହରେ ମୋତେ ଅଚାନକ ଭାରତ ଛାଡିବାକୁ ପଡିଲା ବୋଲି ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ମୋତେ କୁହାଗଲା ଭାରତୀୟ ମନ୍ତ୍ରାଳୟଙ୍କ ନିର୍ଦ୍ଦେଶ କାରଣରୁ ମୋତେ ନିର୍ବାଚନ ରିପୋର୍ଟିଂ କରିବାକୁ ମାନ୍ୟତା ମିଳିବ ନାହିଁ। ଏଣୁ ମୋତେ ସେହି ଜାତୀୟ ନିର୍ବାଚନର ଦିନକ ପୂର୍ବରୁ ଭାରତ ଛାଡିବାକୁ ପଡିଲା ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ଗଣତନ୍ତ୍ରର ଜନନୀ ବୋଲି କହନ୍ତି। ଡାୟସଙ୍କ ଏହି ପୋଷ୍ଟ ପରେ ଭାରତରେ ଅବସ୍ଥାପିତ ବିଦେଶୀ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ ଏକ୍ସ ରେ ପୋଷ୍ଟ କରି ସେମାନଙ୍କ ବିରୋଧ ପ୍ରକଟ କରିଛନ୍ତି।