ନୂଆଦିଲ୍ଲୀ ୨୯/୧୧: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ । ଯେଉଁଠି ବର୍ଡର-ଗାଭାସ୍କର ଟ୍ରଫି ଅଧୀନରେ ଦୁଇ ଦଳ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଏହି ସମୟ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା କ୍ରିକେଟ୍ ଜଗତକୁ ଚକିତ କରିଦେଇଛି ।
୨୩ ବର୍ଷୀୟ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଆଦି ଡେଭଙ୍କର ଦେହାନ୍ତ ହୋଇଛି । ଭାରତୀୟ ଦଳ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୬ରୁ ଆଡିଲେଡରେ ଖେଳାଯିବ । ଏହି ସମୟରେ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି । ଫେସବୁକ ପେଜରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ଆଦି ଦେଭଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଦେଭ୍ ଥିଲେ ଜଣେ ମହାନ ଅଲରାଉଣ୍ଡର । ସେ ତାଙ୍କ ବାମହାତୀ ସ୍ପିନ୍ ବୋଲିଂ ସହିତ ଭଲ ବ୍ୟାଟ୍ସମ୍ୟାନ୍ଙ୍କ ଜାଲରେ ଫସାଇଛନ୍ତି । ଦେଭ୍ ପ୍ରଥମେ ୧୫ ବର୍ଷ ବୟସରେ ଲାଇମଲାଇଟ୍ ରେ ଆସିଥିଲେ । ୨୦୧୭ରେ, ଏହି ଖେଳାଳି ଇଣ୍ଟ୍ରା ଦଳରେ ଡେଭିଡ ୱାର୍ନର ଏବଂ ଷ୍ଟିଭ ସ୍ମିଥଙ୍କ ସହ ଏକ ମ୍ୟାଚ ଖେଳିଥିଲେ । ଏହି ସମୟ ମଧ୍ୟରେ ସେ ଫିଲ୍ଡ କରିବାର ସୁଯୋଗ ପାଇଲେ ।