WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ, ଟସ୍‌ ଜିତି କଙ୍ଗାରୁ ଟିମ୍‌ର ବୋଲିଂ ନିଷ୍ପତ୍ତି

24/09/2023 at 1:32 PM

ଇନ୍ଦୋର ୨୪।୦୯ : ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ । ୨ୟ ଦିନିକିଆରେ ଟସ୍‌ ଜିତି ଅଷ୍ଟ୍ରେଲିଆ ଟିମ୍‌ର ବୋଲିଂ ନିଷ୍ପତ୍ତି । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଭାରତୀୟ ଟିମ୍‌ । ଭାରତୀୟ ଦଳ ସିରିଜରେ ୧-୦ରେ ଆଗୁଆ ରହିଛି । ଆଉ ଏବେ ୨ୟ ମ୍ୟାଚ୍‌ ଜିତି ସିରିଜ୍‌କୁ କବ୍‌ଜା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍‌ ।

ତେବେ ଭାରତୀୟ ପ୍ଲେଇଙ୍ଗ ଇଲେଭେନ୍‌ରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଦ୍ରୁତ ବୋଲର ଜଶପ୍ରୀତ୍‌ ବୁମ୍‌ରାଙ୍କ ବଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି । ବ୍ୟକ୍ତିଗତ କାରଣ ଲାଗି ୨ୟ ମ୍ୟାଚ୍‌ରେ ଖେଳିବେନି ବୋଲି ଜଣାପଡିଛି । ସେହିପରି ଅଷ୍ଟ୍ରେଲିଆ ଟିମ୍‌ରୁ ମଧ୍ୟ ଦୁଇ ଜଣ ଖେଳାଳି ବାଦ୍‌ ପଡିଛନ୍ତି । ଓପନର ମିଚେଲ୍‌ ମାର୍ଶ ଏବଂ ଅଧିନାୟକ ପ୍ୟାଟ୍‌ କମିନ୍ସ ୨ୟ ଦିନିକିଆ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି । ପ୍ୟାଟ କମିନ୍ସଙ୍କ ବଦଳରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

କେ.ଏଲ୍ ରାହୁଲଙ୍କ ନେତୃତ୍ବରେ ଏହି ଦିନିକିଆ ସିରିଜ୍ ଜିତି ଭାରତୀୟ ଦଳ ବିଶ୍ବକପ୍ ପାଇଁ ଶକ୍ତି ଏକଜୁଟ କରିବ । ଅନ୍ୟପଟେ ଅଷ୍ଟ୍ରେଲିଆ ପାଇଁ ଆଜି ମ୍ୟାଚ ଗୁରୁତ୍ବପୂର୍ଣ୍ଣ । କ୍ରମାଗତ ୪ଟି ମ୍ୟାଚ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ବିଶ୍ବକପ୍ ପୂର୍ବରୁ ବିଜୟ ସ୍ବାଦ ଚାଖିବାକୁ ଚାହୁଁଛି । ତେଣୁ ଆଜି ଅଷ୍ଟ୍ରେଲିଆ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ଅଛି । ଏପିରିକି ଯଦି ଆଜିର ମ୍ୟାଚ୍‌ରେ ପରାସ୍ତ ହେଉଛି । ତେବେ ସିରିଜ୍‌ ବି ପରାସ୍ତ ହେବାର ଭୟ ରହିଛି । ତେଣୁ ନିଜର ସମସ୍ତ ଶକ୍ତି ଖଟାଇ ୩ଟିକିଆ ସିରିଜ୍‌ର ୨ୟ ମ୍ୟାଚ୍‌ ଜିତି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଦଳ ।

ସେହିପରି ଭାରତୀୟ ଟିମ୍‌ ସମସ୍ତ ବିଭାଗରେ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି । ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ଠାରୁ ଟିମ୍‌ ଜବରଦସ୍ତ ଫର୍ମରେ ରହିଛି । ଉଭୟ ବ୍ୟାଟର ଏବଂ ବୋଲର ଲଗାତର ଭାବେ ଉଚ୍ଚ ପ୍ରଦର୍ଶନ କରୁଛି । ଖାସ୍‌ କରି ପାଓ୍ୱାରପ୍ଲେରେ ପେସ୍‌ ବୋଲର ଓ୍ୱିକେଟ୍‌ ନେବାର ସକ୍ଷମ ହେଉଛନ୍ତି । ଆଉ ମଧ୍ୟକ୍ରମରେ ସ୍ପିନର ମଧ୍ୟ ନିଜର ଜାଦୁ ଦେଖାଉଛନ୍ତି । ବାକି ଦୀର୍ଘ ଦିନ ଧରି ଆଉଟ୍‌ ଅଫ୍‌ ଫର୍ମ ଥିବା ମିଷ୍ଟର ୩୬୦ ମାନେ ସୂର୍ଯ୍ୟକୁମାର ଯାଦବ ପ୍ରଥମ ଦିନିକିଆରେ ଫର୍ମକୁ ଫେରିଛନ୍ତି । ଆଉ ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍‌ଦାର ଅର୍ଦ୍ଧଶତକ ମାରିଛନ୍ତି । ତେବେ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମକୁ ଫେରିବା, ନିହାତି ଭାବେ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଆଶ୍ୱସ୍ତିକର ଖବର

ଭାରତ : ଋତୁରାଜ  ଗାଏକୱାଡ୍‌, ଶୁଭମନ ଗିଲ୍‌,  ଶ୍ରେୟାସ ଆୟର, ସୂର୍ଯ୍ୟକୁମାର  ଯାଦବ, କେଏଲ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଡେଜା,  ୱାସିଂଟନ ସୁନ୍ଦର, ଆର ଅଶ୍ୱିନ,  ସର୍ଦୁଲ ଠାକୁର, ମହମ୍ମଦ ସାମି,  ପ୍ରସିଦ୍ଧ କ୍ରିଷ୍ଣା ।  

ଅଷ୍ଟ୍ରେଲିଆ : ଡେଭିଡ୍‌ ୱାର୍ଣ୍ଣର,  ମିଚେଲ ସର୍ଟ , ଷ୍ଟିଭେନ ସ୍ମିଥ୍‌ (ଅଧିନାୟକ), ମାର୍ନସ ଲାବୁସାନ, କାମେରନ ଗ୍ରୀନ, ଆଲେକ୍ସ କ୍ୟାରୀ, ଜୋସ  ଇଂଲିଶ, ସ୍ପେନସର ଜନସନ, ସିନ ଆବୋଟ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍‌ ।

   Related Posts