scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜୟ ଛଡ଼ାଇ ନେଲେ ମ୍ୟାକ୍ସଓ୍ଵେଲ୍, ବୃଥା ହେଲା ଋତୁରାଜଙ୍କ ଶତକ; ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ

28/11/2023 at 10:59 PM

ଗୌହାଟୀ: ବିଶ୍ଵକପ୍ ୨୦୨୩ର ଫାଇନାଲ୍ ପରେ ପୁଣି ଥରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ। ୨୨୨ ରନର ବିଶାଳ ସ୍କୋର କରି ମଧ୍ୟ ପରାଜିତ ହେଲା ଦଳ। ଗ୍ଲେନ ମ୍ୟାକ୍ସଓ୍ଵେଲ୍‌ ବିସ୍ଫୋରକ ବ୍ୟାଟିଂ କରି  ଭାରତ ହାତରୁ ବିଜୟ ଛଡ଼ାଇ ନେଇଛନ୍ତି। ଆଉ ଋତୁରାଜ ଗାଏକଓ୍ଵାଡ଼ଙ୍କ ଶତକୀୟ ଇନିଂସ ବୃଥା ହୋଇଛି। ବରସାପରା ଷ୍ଟାଡିୟମରେ ଖେଳାଯାଇଥିବା ୩ୟ ଟି-୨୦ ମ୍ୟାଚ୍‌କୁ ଜିତି ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୨-୧କୁ ଆଣିଛି। ଭାରତୀୟ ଦଳର ପରାଜୟର କାରଣ ପାଲଟିଛନ୍ତି ବୋଲର। ବିଶେଷ କରି ପ୍ରସିଦ୍ଧ କୃଷ୍ଣଙ୍କ ଅତି ନିମ୍ନମାନର ବୋଲିଂ କରି ଦଳ ପରାଜୟରେ ମୁଖ୍ୟ ଖଳନାୟକ ସାଜିଛନ୍ତି। ଶେଷ ଓଭରରେ ୨୧ ରନ ଦରକାର ଥିବା ବେଳେ ମ୍ୟାକ୍ସଓ୍ଵେଲ୍ ଓ ଅଧିନାୟକ ମାଥ୍ୟୁ ଓ୍ଵାଦେ ପ୍ରସିଦ୍ଧଙ୍କୁ ପ୍ରହାର କରି ଦଳକୁ ମ୍ୟାଚ୍ ଜିତାଇଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଋତୁରାଜ ଗାଏକଓ୍ଵାଡ଼ଙ୍କ ଅପରାଜିତ ୧୨୩ ରନ ବଳରେ ୩ ଓ୍ଵିକେଟ୍ ହରାଇ ୨୨୨ ରନ କରିଥିଲା। ଜବାବରେ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ବିସ୍ଫୋରକ ଅପରାଜିତ ୧୦୪ ରନ ବଳରେ ଅଷ୍ଟ୍ରେଲିଆ ଭାରତକୁ ୫ ଓ୍ଵିକେଟ୍‌ରେ ହରାଇଛି।

ଅଧିକ ପଢନ୍ତୁ- ଟି-୨୦ ବିଶ୍ଵକପ୍‌ରେ ହାର୍ଦ୍ଦିକ, ରୋହିତ ନା ଆଉ କାହାକୁ ଦେବା ଉଚିତ୍ ନେତୃତ୍ଵ ଦାୟିତ୍ଵ ? ଉତ୍ତର ଦେଲେ ଜାହିର ଖାନ

୨୨୩ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆର ଦୁଇ ଓପନର ୪୭ ରନ ଯୋଡ଼ିଥିଲେ। ପ୍ରଥମ ବ୍ୟାଟର ଭାବେ ଆରୋନ ହାର୍ଡି ୧୬ ରନ କରି ଆଉଟ୍ ହୋଇଥିଲେ। ବିଶ୍ଵକପ୍ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ର ହିରୋ ଟ୍ରେଭିସ୍ ହେଡ୍ ୧୮ ବଲ୍‌ରୁ ୩୫ ରନ କରି ପାଭିଲିୟନ ଫେରିଥିଲେ। ଜୋସ୍ ଇଂଲିସ(୧୦) ତୃତୀୟ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ। ଏହା ପରେ ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଓ ମାର୍କସ ଷ୍ଟୋଇନିସ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳର ଆଶା ଉଜ୍ଜିବୀତ ରଖିଥିଲେ। ଦୁହେଁ ଚତୁର୍ଥ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡ଼ିଥିଲେ। ମାର୍କସ ଷ୍ଟୋଇନିସ୍ ୧୭ ରନ କରି ପାଭିଲିୟନ ଫେରିଥିଲେ। ଟିମ୍ ଡେଭିଡ୍ ଖାତା ବି ଖୋଲି  ପାରି ନ ଥିଲେ। ୧୩୪ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡ଼ିଥିବା ଅଷ୍ଟ୍ରେଲିଆ ପାଇଁ ପୁଣି ଥରେ ସଙ୍କଟମୋଚକ ସାଜିଥିଲେ ଗ୍ଲେନ ମ୍ୟାକ୍ସଓ୍ଵେଲ୍।

ଏହା ପରେ ମ୍ୟାକ୍ସଓ୍ଵେଲ୍ ଭିନ୍ନ ଅବତାରରେ ନଜର ଆସିଥିଲେ। ସେ ପଡିଆର ଚତୁର୍ଦ୍ଦିଗରେ ଚୌକା ଓ ଛକା ବର୍ଷା କରିଥିଲେ। ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ ଅଧିନାୟକ ମାଥ୍ୟୁ ଓ୍ଵେଦ। ଦୁଇ ବ୍ୟାଟର ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇ ଥିଲେ। ଶେଷ ୨ ଓଭରରେ ୪୩ ରନ ଦରକାର ଥିଲେ ହେଁ ଭାରତ ଏହାକୁ ବଞ୍ଚାଇ ପାରି ନ ଥିଲା। ୧୯ ତମ ଓଭରରେ ୨୨ ରନ ଓ ୨୦ ତମ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା ଅଷ୍ଟ୍ରେଲିଆ। ମ୍ୟାକ୍ସଓ୍ଵେଲ ଧୂଆଁଧାର ବ୍ୟାଟିଂ କରି ୪୭ ବଲରୁ ଟି-୨୦ ଅନ୍ତର୍ଜାତୀୟରେ ଚତୁର୍ଥ ଶତକ ଅର୍ଜନ କରିଛନ୍ତି। ମ୍ୟାକ୍ସଓ୍ଵେଲ୍ ୪୮ ବଲ୍‌ରୁ ୮ଟି ଲେଖାଏଁ ଚୌକା ଓ ଛକା ସହ ୧୦୪ ରନ କରି ଅପରାଜିତ ଥିଲେ। ମାଥ୍ୟୁ ୨୮ ରନରେ ଅପରାଜିତ ଥିଲେ।

୪ ଓଭରରେ ସର୍ବାଧିକ ୬୮ ରନ୍ ଦେଇଥିବା ବେଳେ ଗୋଟିଏ ବି ଓ୍ବିକେଟ ନେଇ ପାରିନଥିଲେ ପ୍ରସିଦ୍ଧ କୃଷ୍ଣ । ଶେଷ ଓଭରରେ ଅଷ୍ଟ୍ରେଲିଆକୁ ୨୧ ରନ୍ କରିବାର ଥିଲା। ଆଉ ବୋଲିଂ କରିବାକୁ ଆସିଥିବା ପ୍ରସିଦ୍ଧ କୃଷ୍ଣା ଫେଲ ମାରିଥିଲେ । ମ୍ୟାକ୍ସଓ୍ବେଲ ଏବଂ ଓ୍ବେଡଙ୍କ ସାମ୍ନାରେ ଅସହାୟ ହୋଇପଡ଼ିଥିଲେ ପ୍ରସିଦ୍ଧ କୃଷ୍ଣା । ସେପଟେ ରବି ବିଷ୍ଣୋଇ ୩୨ ରନ୍ ସର୍ବାଧିକ ୨ଟି ଓ୍ବିକେଟ ନେଇଥିବା ବେଳେ ଆଭେଶ ଖାନ, ଅର୍ଶଦୀପ ସିଂ ଏବଂ ଅକ୍ସର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

   Related Posts