LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାଟି କାମୁଡିଲା ରୋହିତ ବାହିନୀ, ଦିନିକିଆ ସିରିଜ୍ ଜିତି ଟେଷ୍ଟର ପ୍ରତିଶୋଧ ନେଲା କଙ୍ଗାରୁ

22/03/2023 at 10:14 PM

ଚେନ୍ନାଇ: ବିଶ୍ଵକପ୍ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଭାରତ ଝୁଣ୍ଟିଛି। ଅପେକ୍ଷାକୃତ ଦୁର୍ବଳ ଦଳକୁ ହରାଇ ଆତ୍ମ ବିଭୋର ହେଉଥିବା ଭାରତ ଅଷ୍ଟ୍ରେଲିଆ ଆଗରେ ହାର ମାନିଛି। ବିଶ୍ଵକପ୍ ପୂର୍ବରୁ ପଦାରେ ପଡିଛି ଦଳର ବ୍ୟାଟିଂ ଦୁର୍ବଳତା। ପୁଣି ଥରେ ନିରାଶ କରିଛି ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ବ୍ୟାଟରଙ୍କ ବିଫଳତା ଯୋଗୁଁ ତୃତୀୟ ଦିନିକିଆରେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୨ ରନରେ ହାରିଛି ଭାରତ। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ  ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି। ଆଉ  ଟେଷ୍ଟ ଶୃଙ୍ଖଳା ପରାଜୟର ମଧୁର ପ୍ରତିଶୋଧ ନେଇଛି କଙ୍ଗାରୁ ଦଳ। ଅନ୍ୟପକ୍ଷେ ସିରିଜ୍ ହାତଛଡା କରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯.୧ ଓଭରରେ ୨୬୯ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ୪୯ ଓଭରରେ ୨୪୮ ରନ କରିବାକୁ ସକ୍ଷମ ହୋଇଥିଲା। ବିରାଟ କୋହଲି ସର୍ବାଧିକ ୫୪ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ଆଡମ ଜାମ୍ପା ୪ ଓ୍ଵିକେଟ୍ ନେଇ ଦଳ ବିଜୟର କର୍ଣ୍ଣଧାର ସାଜିଛନ୍ତି।

୨୭୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଦୃଢ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ପ୍ରଥମ ଓ୍ଵିକେଟ୍ ପାଇଁ ୬୫ ରନ ଯୋଡିଥିଲେ। ଭଲ ଆରମ୍ଭ କରିଥିଲେ ହେଁ ରୋହିତ ଶର୍ମା ୧୭ ବଲ୍‌ରୁ ୨ ଚୌକା ଏବଂ ୨ ଛକା ସହ ୩୦ ରନ କରି ବିଦାୟ ନେଇଥିଲେ। ତାଙ୍କ ପରେ ଶୁଭମନ ଗିଲ୍(୪୯ ବଲ୍, ୩୭ ରନ ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କୋହଲି ଏବଂ କେଏଲ ରାହୁଲ ଦଳର ଇନିଂସ ସମ୍ଭାଳି ତୃତୀୟ ଓ୍ଵିକେଟ୍‌ରେ ୬୯ ରନ ଯୋଡିଥିଲେ। ରାହୁଲ ମଧ୍ୟ ମିଳିଥିବା ଭଲ ଆରମ୍ଭକୁ ବଡ ସ୍କୋରରେ ପରିଣତ କରିପାରିନଥିଲେ। ସେ ୩୨ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅକ୍ଷର ପଟେଲ୍(୨ ରନ) ନିରାଶ କରିଥିଲେ। ଅନ୍ୟପଟେ କ୍ରିଜରେ ଜମିଥିବା ବିରାଟ କୋହଲି ଅର୍ଦ୍ଧଶତକ ହାସଲ ପରେ ଆଉଟ୍ ହେବା ଦଳକୁ ଶକ୍ତ ଝଟକା ଲାଗିଥିଲା। ସେ ୭୨ ବଲ୍‌ରୁ ୨ ଚୌକା ଏବଂ ଓ ୧ ଛକା ସହ ୫୪ ରନ କରିଥିଲେ। ଭାରତ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଥିବା ସୂର୍ଯ୍ୟକୁମାର ଯାଦବ ଲଗାତାର ତୃତୀୟ ମ୍ୟାଚ୍‌ରେ ଖାତା ଖୋଲି ପାରିନଥିଲେ। ସେ ଗୋଲ୍ଡେନ ଡକର ଶିକାର ହୋଇଥିଲେ।

କ୍ରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଥିବା ପର୍ଯ୍ୟନ୍ତ ଦଳର ବିଜୟ ଆଶା ଉଜ୍ଜିବୀତ ରହିଥିଲା। ବୋଲିଂରେ ଭଲ ପ୍ରଦର୍ଶନ କରିଥିବା ପାଣ୍ଡ୍ୟା ବ୍ୟାଟିଂରେ ବି ନିଜର ଦମ୍ଭ ଦେଖାଇଥିଲେ। ତେବେ ସେ ଆଉଟ୍ ହେବା ଭାରତର ବିଜୟ ଆଶାକୁ ଶକ୍ତ ଧକ୍କା ଲାଗିଥିଲା। ପାଣ୍ଡ୍ୟା ୪୦ ବଲ୍‌ରୁ ୩ ଚୌକା ଏବଂ ୧ ଛକା ଜରିଆରେ ୪୦ ରନ କରି ପାଭିଲିୟନ ଫେରିଥିଲେ। ଆଉ ତାଙ୍କ ପରେ ଜାଡେଜା(୧୮) ବିଦାୟ ନେବା ସହ ଭାରତର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। କୁଲଦୀପ ଯାଦବ ୬ ରନ ଏବଂ ମହମ୍ମଦ ଶାମି ୧୪ ରନ ଆଉଟ୍ ହୋଇଥିଲେ। ଭାରତ ୪୯.୧ ଓଭରରେ ୨୪୮ ରନରେ ଅଲଆଉଟ୍ ହୋଇଥିଲା।

ଲେଗ୍ ସ୍ପିନର ଆଡମ ଜାମ୍ପା ଚତୁର ବୋଲିଂ କରି ଭାରତର ମଧ୍ୟକ୍ରମ ବ୍ୟାଟରଙ୍କ ଉପରେ ଅଙ୍କୁଶ ଲଗାଇବା ସହ ୧୦ ଓଭରରେ ୪୫ ରନରେ ୪ ଓ୍ଵିକେଟ୍ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଅନ୍ୟ ସ୍ପିନର ଆଷ୍ଟନ ଏଗର ୧୦ ଓଭରରେ ୪୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

ଅଷ୍ଟ୍ରେଲିଆ ଇନିଂସ

ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆକୁ ଦୁଇ ଓପନର ମିଚେଲ୍ ମାର୍ଶ ଏବଂ ଟ୍ରେଭିସ୍ ହେଡ୍ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ଭାରତୀୟ ଶିବିରକୁ ଚାପରେ ରଖିଥିଲେ। ଦୁଇ ବ୍ୟାଟର ୧୦.୫ ଓଭରରେ ୬୮ ରନ ଯୋଡିଥିଲେ। ଟ୍ରେଭିସ୍ ହେଡ୍‌ଙ୍କୁ ଆଉଟ୍ କରି ହାର୍ଦ୍ଦିକ ଭାରତ ପାଇଁ ଚିନ୍ତାର କାରଣ ପାଲଟିଥିବା ଏହି ଯୋଡିକୁ ଭାଙ୍ଗିଥିଲା। ଟ୍ରେଭିଡ୍ ୩୧ ବଲ୍‌ରୁ ୪ ଚୌକା ଏବଂ ୨ ଛକା ସହ ୩୩ ରନ କରିଥିଲେ। ପୁଣି ଷ୍ଟିଭ୍ ସ୍ମିଥ୍ଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ହାର୍ଦ୍ଦିକ। ଏହା ପରେ ଅଷ୍ଟ୍ରେଲିଆ ଲଗାତାର ଆଉ ୨ଟି ଓ୍ଵିକେଟ୍ ହରାଇ ଚାପରେ ପଡିଥିଲା। ମିଚେଲ୍ ମାର୍ଶ ୪୭ ରନ କରି ଆଉଟ୍ ହୋଇଥିବା ବେଳେ ଡେଭିଡ୍ ଓ୍ଵାର୍ଣ୍ଣର ୨୩ ରନ କରିଥିଲେ। ମାର୍ନସ ଲାବୁସେନ(୨୮ ରନ) ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ।

ଏହା ପରେ ଆଲେକ୍ସ କେରି ଏବଂ ମାର୍କସ ଷ୍ଟୋଇନିସ୍ ପଞ୍ଚମ ଓ୍ଵିକେଟ୍‌ରେ ୫୮ ରନ ଯୋଡି ଦଳର ସ୍କୋରକକୁ ୨୦୦ ପହଞ୍ଚାଇଥିଲେ। ଷ୍ଟୋଇନିସ୍(୨୫ ରନ) ପାଭିଲିୟନ ଫେରିଥିଲେ। ଭଲ ଆରମ୍ଭ ମିଳିଥିଲେ  ହେଁ ଆଲେକ୍ସ କେରି ୩୮ ରନ କରି ଆଉଟ୍ ହୋଇଥିଲେ। ନିମ୍ନ କ୍ରମରେ ସିନ୍ ଆବୋଟ୍(୨୬ ରନ) ଏବଂ ଆଷ୍ଟନ ଏଗର(୧୦ ରନ) କରିଥିଲେ। ମିଚେଲ୍ ଷ୍ଟାର୍କ(୧୦)ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଅଷ୍ଟ୍ରେଲିଆ ଇନିଂସରେ ପୂର୍ଣ୍ଣଛେଦ ପକାଇଥିଲେ। ଭ୍ରମଣକାରୀ ଦଳ ୪୯ ଓଭରରେ ୨୬୯ ରନରେ ଅଲଆଉଟ୍ ହୋଇଛି।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୮ ଓଭରରେ ୪୪ ରନ ଦେଇ ୩ଟି ଏବଂ କୁଲଦୀପ ଯାଦବ ୧୦ ଓଭରରେ ୫୬ ରନ ଦେଇ ୩ଟି ସଫଳତା ପାଇଛନ୍ତି। ମହମ୍ମଦ ସିରାଜ ଏବଂ ଅକ୍ଷର ପଟେଲ୍ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts