Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

କଙ୍ଗାରୁ ଦଳ ଆଗରେ ରୋହିତ ବାହିନୀ ଚିତପଟାଙ୍ଗ, ୧୦ ଓ୍ଵିକେଟ୍‌ରେ ଜିତିଲା ଅଷ୍ଟ୍ରେଲିଆ, ସିରିଜ୍ ୧-୧ରେ ବରାବର

19/03/2023 at 5:31 PM

ବିଶାଖାପଟନମ: ବ୍ୟାଟର ତ ପ୍ରତିପକ୍ଷ ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କରିଥିଲେ। ଆଉ ଭାରତୀୟ ବୋଲର ବି ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଆଗରେ ଅସହାୟ ହୋଇ ପଡିଲେ। ବଡ ସ୍କୋର କରିନଥିଲେ ବି ଭାରତୀୟ ବୋଲର ଗୋଟିଏ ହେଲେ ଓ୍ଵିକେଟ୍ ନେଇ ପାରିଲେ ନାହିଁ। ଆଉ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ୨ୟ ଦିନିକିଆକୁ ୧୦ ଓ୍ଵିକେଟ୍‌ରେ ଜିତି ନେଇଛି ଅଷ୍ଟ୍ରେଲିଆ, ସେପୁଣି ୨୩୪ ବଲ୍ ବଳକା ଥାଇ। ଆଉ ଭାରତ ଲଜ୍ଜାଜନକ ପରାଜୟ ଭୋଗିଛି। ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୧-୧ ବରାବର ସ୍ଥିତିକୁ ଆଣିଛି ଅଷ୍ଟ୍ରେଲିଆ। ମାର୍ଚ୍ଚ ୨୨ରେ ଚେନ୍ନାଇରେ ଖେଳାଯିବ ନିର୍ଣ୍ଣାୟକ ଶେଷ ଦିନିକିଆ। ବଲ୍ ଦୃଷ୍ଟିରୁ ଭାରତ ବିପକ୍ଷରେ ଦିନିକିଆରେ ଅଷ୍ଟ୍ରେଲିଆର ଏହା ହେଉଛି ସବୁଠୁ ବଡ ବିଜୟ।

ପ୍ରଥମେ ବ୍ୟାଟିଂ କରି ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୨୬ ଓଭରରେ ମାତ୍ର ୧୧୭ ରନ କରି ପାରିଥିଲା। ଭାରତ ପକ୍ଷରୁ ବିରାଟ କୋହଲି ୩୧ ଏବଂ ଅକ୍ଷର ପଟେଲ୍ ଅପରାଜିତ ୨୯ ରନ କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ମାତ୍ର ୧୧ ଓଭରରେ ବିନା କୌଣସି ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ମିଚେଲ୍ ମାର୍ଶ ୬୬  ଏବଂ ଟ୍ରେଭିଡ୍ ହେଡ୍ ୫୧ ରନ ଟି-୨୦ ଷ୍ଟାଇଲ୍‌ରେ ବ୍ୟାଟିଂ କରିବା ସହ  ଓପନିଂ ଓ୍ଵିକେଟ୍ ଶତକୀୟ ଭାଗିଦାରୀ ଯୋଡି ଅଷ୍ଟ୍ରେଲିଆକୁ ଅତି ସହଜ ବିଜୟ ଦେଇଛନ୍ତି। ବୋଲିଂରେ ଅଷ୍ଟ୍ରେଲିଆର ମିଚେଲ୍ ମାର୍ଶ ୫ଟି ଓ୍ଵିକେଟ୍ ନେଇଥିଲେ।

୧୧୯ ରନର ସହଜ ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ଟି-୨୦ ଷ୍ଟାଇଲ୍‌ରେ ପିଛା କରିଥିଲା। ଆରମ୍ଭରୁ ହିଁ ଦୁଇ ଓପନର ମିଚେଲ୍ ମାର୍ଶ ଏବଂ ଟ୍ରେଭିସ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ ନିର୍ଘାତ ପ୍ରହାର କରି ଓ୍ଵିକେଟ୍ ନେବାର କୌଣସି ସୁଯୋଗ ଦେଇନଥିଲେ। ଅଷ୍ଟ୍ରେଲିଆ ବ୍ୟାଟର ଏମିତି ବ୍ୟାଟିଂ କରୁଥିଲେ ଲାଗୁଥିଲା ଯେମିତି ଟି-୨୦ ମ୍ୟାଚ୍ ଚାଲିଛି। ଆଉ ଭାରତୀୟ ବୋଲର ଦୁଇ ବ୍ୟାଟରଙ୍କ ସାମ୍ନାରେ ଅସହାୟ ନଜର ଆସିଥିଲେ। ଉଭୟ ବ୍ୟାଟର ଅର୍ଦ୍ଧଶତକ ହାସଲ କରିବା ସହ ଶତକୀୟ ଭାଗିଦାରୀ ଯୋଡି ଦଳକୁ ୧୧ ଓଭରରେ କୌଣସି ଓ୍ଵିକେଟ୍ ନହରାଇ ୧୦ ଓ୍ଵିକେଟ୍‌ରେ ବିଜୟ ଦେଇଛନ୍ତି। ମିଚେଲ୍ ମାର୍ଶ ୩୬ ବଲ୍‌ରେ ୬ ଚୌକା ଏବଂ ୬ ଛକା ଜରିଆରେ ୬୬ ରନର ଅପରାଜିତ ବିଧ୍ଵଂସୀ ଇନିଂସ ଖେଳିଛନ୍ତି। ଟ୍ରେଭିସ୍ ହେଡ୍ ୩୦ ବଲ୍‌ରେ ୧୦ ଚୌକା ସହ ୫୧ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଭାରତର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

ଭାରତୀୟ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇଥିବା ଭାରତ କେବେ ଭାବିନଥିବ ଯେ, ଦଳର ସ୍ଥିତି ଏମିତି ହେବ। ୩ ରନ ସ୍କୋରରେ ଶୁଭମନ ଗିଲ୍ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ରୋହିତ ଶର୍ମା ଏବଂ ବିରାଟ କୋହଲି ୨ୟ ଓ୍ଵିକେଟ୍‌ ପାଇଁ ୨୯ ରନ ଯୋଡିଥିଲେ। ତେବେ ରୋହିତ ଶର୍ମା ୧୩ ରନ କରି ପାଭିଲିୟନ ଫେରିଥିଲେ। ଏହା ପରଠୁ ଭାରତ ଏମିତି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଲା ଯେ, ଦଳ ଆଉ ନିଜକୁ ସମ୍ଭାଳି ପାରିନଥିଲା। ମଧ୍ୟ କ୍ରମରେ ବିରାଟ କୋହଲିଙ୍କୁ କିଛି ସମୟ ବାଦ୍  ଦେଲେ ବାକି ବ୍ୟାଟର ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂର ମୁକାବିଲା କରି ପାରିନଥିଲେ। ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ଦିନିକିଆରେ ନିଜର ଖରାପ ପ୍ରଦର୍ଶନ ଜାରି ରଖି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ପ୍ରଥମ ଦିନିକିଆ ପରି ଦ୍ଵିତୀୟ ମ୍ୟାଚ୍‌ରେ ବି ସେ ମିଚେଲ୍ ଷ୍ଟାର୍କଙ୍କ ବଲ୍‌ରେ ଗୋଲ୍ଡେନ ଡକ୍‌ର ଶିକାର ହୋଇଛନ୍ତି।

ଗତ ମ୍ୟାଚ୍‌ର  ହିରୋ କେଏଲ ରାହୁଲ(୯) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୧) କିଛି ଖାସ୍ କରି ପାରିନଥିଲେ। ପ୍ରଥମ ଦିନିକିଆରେ ଭାରତର ବିଜୟରେ ବିନ୍ଧାଣି ସାଜିଥିବା ରବୀନ୍ଦ୍ର ଜାଡେଜା(୧୬) କ୍ରିଜରେ ଜମି ଆସୁଥିଲେ ମଧ୍ୟ ଆଉଟ୍ ହୋଇଥିଲେ। ଅକ୍ଷର ପଟେଲ୍ ନିମ୍ନ ଭାଗରେ ୨୯ ରନର ଅପରାଜିତ ଇନିଂସ ଖେଳିବାରୁ ଭାରତ ୧୧୭ ରନ ସ୍କୋରରେ ପହଞ୍ଚି ପାରିଥିଲା। କୁଲଦୀପ ଯାଦବ((୪), ମହମ୍ମଦ ଶାମି(୦) ଏବଂ ମହମ୍ମଦ ସିରାଜ(୦)  ରନ କରି ଆଉଟ୍ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୮ ଓଭରରେ ୫୩ ରନ ଦେଇ ୫ ସଫଳତା ହାସଲ କରିଛନ୍ତି।ସିନ୍ ଆବୋଟ୍ ୬ ଓଭରରେ ୨୩ ରନ ଦେଇ ୩ ଏବଂ ନାଥନ ଏଲିସ୍ ୧୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

   Related Posts