ନୂଆଦିଲ୍ଲୀ ୨୫/୧୧: ପର୍ଥ ଟେଷ୍ଟରେ ବିଜୟ ଅଭିମୁଖେ ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦମଦାର ପ୍ରଦର୍ଶନ । ଫଳରେ ବିଜୟ ଲକ୍ଷ୍ୟରେ ଏବେ ବୁମରା ଏଣ୍ଡ କୋ । ଟ୍ରାଭିସ୍ ହେଡ୍ ଓ ମିଚେଲ ମାର୍ଶଙ୍କ ଯୋଡ଼ି ଭାଙ୍ଗିବା ପରେ ବିଜୟ ଆଶା ଏବେ ଡବଲ ହୋଇଛି । ବିଜୟ ପାଇଁ ଆଉ ମାତ୍ର ୩ ଓ୍ୱିକେଟ ଦୂରରେ ରହିଛି ଟିମ୍ ଇଣ୍ଡିଆ ।
୭୯ ରନରେ ୫ ୱିକେଟ ହରାଇ ବ୍ୟାକ୍ ଫୁଟକୁ ଚାଲିଯାଇଥିଲା ଅଷ୍ଟ୍ରେଲିଆ । ତେବେ ଦଳକୁ ମଜବୁତ ସ୍ଥିତିକୁ ଆଣିଥିଲେ ହେଡ୍ ଓ ମାର୍ଶ । ଉଭୟ ଜଗି ରଖି ଖେଳିବା ସହ ଟିମ୍ ସ୍କୋରକୁ ଆଗେଇ ନେଇ ଳଜ୍ଜାଜନକ ପରାଜୟକୁ ଏଡାଇଥିଲେ । କଙ୍ଗାରୁ ବାହିନୀର ସ୍ଥିତି ମଜ୍ବୁତ ହେଉଥିବାବେଳେ ଅଣ୍ଟା ଭାଙ୍ଗିଥିଲେ କ୍ୟାପଟେନ୍ ଯଶପ୍ରୀତ ବୁମରା । ତାଙ୍କ ବୋଲିଂ ବଲରେ ହେଡଙ୍କୁ ପାଭିଲିଅନ ରାସ୍ତା ଦେଖାଇଥିଲେ ।
ଆଉ ଭାଙ୍ଗିଯାଇଥିଲା ପିଚ୍ରେ ଜମିଆସୁଥିବା ଯୋଡି ।
ହେଡ୍ ୮୯ ରନ୍ କରି ଥିବାବେଳେ ବୁମରାଙ୍କ ବୋଲରେ କ୍ୟାଚ୍ ଆଉଟ୍ ହୋଇଥିଲେ । ପରେ ମିଚେଲ ମାର୍ଶଙ୍କୁ ବୋଲ୍ଡ କରାଇଥିଲେ ନୀତିଶ ରେଡ୍ଡୀ । ମାତ୍ର ୪୭ ରନ୍ କରି ଆଉଟ୍ ହୋଇଥିଲେ ମାର୍ଶ । ବର୍ତ୍ତମାନ ଖବର ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୨୧୧ ରନ୍ କରିଛି । ତେବେ ବିଜୟ ପାଇଁ ଆହୁରି ୩୨୩ ରନ୍ ଆବଶ୍ୟକ ଅଛି ।