ବିଶ୍ବକପରେ ଆଜି ଦ୍ବିତୀୟ ସେମିଫାଇନାଲ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରୁ କାହାର କେତେ ଦମ ଜାଣନ୍ତୁ

Published By : Prameya-News7 Bureau | July 11, 2019 IST

ଏଜବେଷ୍ଟନ ୧୧|୭: ଆଜି ଏଜବେଷ୍ଟନ ଷ୍ଟାଡିୟମରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପର ଦ୍ବିତୀୟ ସେମିଫାନାଲ ମ୍ୟାଚ ଅନୁଷ୍ଠିତ ହେବ। ନିର୍ଦ୍ଧାରିତ ଭାରତୀୟ ସମୟ ଦିନ ୩ଟାରେ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ହେବ କଡ଼ା ମୁକାବିଲା। ଏହି ମ୍ୟାଚ ବେଶ ରୋମାଞ୍ଚକର ହେବ ବୋଲି ଦର୍ଶକଙ୍କ ମଧ୍ୟରେ ଆଶା ରହିଛି। ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆ ୧୧ ଓ ୬୪ ରନରେ ଦୁଇଟି ମ୍ୟାଚ ଇଲଂଣ୍ଡକୁ ଶୋଚନୀୟ ପରାଜୟ କରିଥିଲା।

ପୁଣି ଆଜି ଦୁଇ ଦଳ ମଧ୍ୟର​‌ରେ ଏଜବେଷ୍ଟନ ଷ୍ଟାଡିୟମରେ ଘମାଘୋଟ ଲଢ଼େଇ ହେବ। ଏହି ମ୍ୟାଚରେ ଯେଉଁ ଦଳ ବିଜୟ ହାସଲ କରିବ। ସେହି ଦଳ ନ୍ୟୁଜିଲାଣ୍ଡ ସହିତ ଫାଇନାଲ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆ ଦଳ ସେମିଫାନାଲ ମ୍ୟାଚକୁ ଗୁରୁତ୍ବପୂର୍ଣ୍ଣ କହିବା ସହ ମ୍ୟାଚରେ ଭଲ ପ୍ରଦର୍ଶନ କରିବେ ବୋଲି ତାଙ୍କ ଅଧିନାୟକ କହିଛନ୍ତି। ଅନ୍ୟପଟେ ଏହି ଇଂଲଣ୍ଡ ମଧ୍ୟ ଏହି ମ୍ୟାଚଟି ଜିତିବା ପାଇଁ ନିଜର ଅଭ୍ୟାସ ଜାରି ରଖିଛି।

ଅଷ୍ଟ୍ରେଲିଆ କ୍ରିକେଟ ଟିମର ଡାଭେଡ଼ ଓ୍ବାରନର ବ୍ୟାଟିଂ ଫର୍ମରେ ଅଛନ୍ତି। ଯଦି ଇଂଲଣ୍ଡ କଥା କହିବା ତେବେ ସେମିଫାନାଲ ମ୍ୟାଚକୁ ଆଖି ଆଗରେ ରଖି ନିଜର ବ୍ୟାଟିଂ ଲାଇନ ମଜବୁତ କରିଛନ୍ତି।  ମୌନ ଅଲିଙ୍କୁ  ଏହି ସେମିଫାନାଲ ମ୍ୟାଚରେ ଇଂଲଣ୍ଡ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଛି। ଇଂଲଣ୍ଡର ଜସନ ରୟ ପୁଣି ଦଳରେ ସାମିଲ ହେବାପରେ ଦଳ ଆହୁରି ଶକ୍ତିଶାଳୀ ହୋଇଛି । ଇଂଲଣ୍ଡର ଅଧିନାୟକ ମୋର୍ଗାନ ଓ ଜେ. ରୁଟ ବ୍ୟାଟିଂରେ ଭଲ ପ୍ରଦର୍ଶନ ରହିଛି।

ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ଜିତିବା ପାଇଁ ଇଂଲଣ୍ଡକୁ ଭଲ ବୋଲିଂ କରିବାକୁ ହେବ । ଇଂଲଣ୍ଡର ବ୍ୟାଟିଂ ଲାଇନ ଭଲ ଥିବାରୁ ଅଷ୍ଟ୍ରେଲିଆକୁ ଚେକ୍ ଦେଇପାରେ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆର ୧୧ ଖେଳାଳୀଙ୍କ ଜବରଦସ୍ତ ଫର୍ମ ଇଂଲଣ୍ଡକୁ ପରାଜୟ କରିପାରେ ବୋଲି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.