scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ଘୋଷଣା ହେବ ଟିମ୍‌ ଇଣ୍ଡିଆ, ଋତୁରାଜ ହୋଇପାରନ୍ତି ଅଧିନାୟକ

15/11/2023 at 10:29 AM

ମୁମ୍ବାଇ ୧୪ା୧୧ : ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୫ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ । ଆହତ ସମସ୍ୟା ଦେଇ ଗତି କରୁଥିବା ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜ ଖେଳିବା ନେଇ ଆଶଙ୍କା ରହିଛି । ତାଙ୍କ ବଦଳରେ ଋତୁରାଜ ଗାଏକୱାଡଙ୍କୁ ମିଳିପାରେ ନେତୃତ୍ୱ ।

ଖବର ଅନୁଯାୟୀ, ଗତ ବାଂଲାଦେଶ ବିପକ୍ଷ ବିଶ୍ୱକପ୍‌ ଲିଗ୍‌ ମୁକାବିଲାରେ ପାଣ୍ଡ୍ୟା ଆହତ ହୋଇଥିଲେ। ବୋଲିଂ କରୁଥିବା ସମୟରେ ତନଜିଦ ହାସାନଙ୍କ ଏକ ସଟ୍‌କୁ ଅଟକାଇବାକୁ ପ୍ରୟାସ କରୁଥିବା ସମୟରେ ପାଣ୍ଡ୍ୟାଙ୍କ ପାଦ ମକଚି ହୋଇଯାଇଥିଲା । ସେ ଏପର୍ଯ୍ୟନ୍ତ ଫିଟ୍‌ ହୋଇନାହାନ୍ତି । ସମ୍ପୂର୍ଣ୍ଣ ଫିଟ୍‌ ହେବା ପାଇଁ ତାଙ୍କୁ ଅତି କମ୍‌ରେ ୭ରୁ ୮ ସପ୍ତାହ ସମୟ ଲାଗିବ ବୋଲି ଜଣାପଡ଼ିଛି । ପାଣ୍ଡ୍ୟା ଭାରତୀୟ ଟି-ଟ୍ୱେଣ୍ଟି ଦଳର ନିୟମିତ ଅଧିନାୟକ । ତେଣୁ ତାଙ୍କ ଅନୁପସ୍ଥିତିରେ ଋତୁରାଜ ଗାଏକୱାଡଙ୍କୁ ନେତୃତ୍ୱ ମିଳିପାରେ ।

ତେବେ ଗାଏକୱାଡଙ୍କ ନେତୃତ୍ୱରେ ଭାରତୀୟ ଦଳ ଗତ ଏସିଆଡ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଗତ ନେଦରଲାଣ୍ଡ୍‌ସ ବିପକ୍ଷ ଲିଗ୍‌ ମ୍ୟାଚ୍‌ ପୂର୍ବରୁ ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌ ପରୀକ୍ଷା କରାଯାଇଥିଲା । ଦୌଡ଼ିବା ସମୟରେ ସେ ପାଦରେ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତାଙ୍କୁ ବିଶ୍ୱକପ୍‌ରୁ ବାଦ ଦିଆଯାଇ ପେସ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଥିଲା । ଏସିଆଡ଼ ଖେଳିଥିବା ଦଳର ପ୍ରାୟ ସମସ୍ତ ସଦସ୍ୟଙ୍କୁ ଟିଟ୍ୱେଣ୍ଟି ଦଳରେ ସୁଯୋଗ ମିଳିବା ସମ୍ଭାବନା ରହିଛି । କାରଣ ବିଶ୍ୱକପ୍‌ ଦଳର ସମସ୍ତ ଖେଳାଳିଙ୍କୁ ଉକ୍ତ ସିରିଜରୁ ବିଶ୍ରାମ ଦେବାକୁ ଚୟନ କମିଟି ଯୋଜନା କରୁଛି ।

କେଉଁଠି ଓ କେବେ ଖେଳାଯିବ ୫ଟି ଟି-୨୦ ମ୍ୟାଚ୍‌ :

ପ୍ରଥମ ଟି-୨୦ ମ୍ୟାଚ୍‌- ବିଶାଖାପାଟଣା  (ସମୟ- ଅପରାହ୍ନ ୧.୩୦)

ଦ୍ୱିତୀୟ ଟି-୨୦ ମ୍ୟାଚ୍‌-ଥିରୁଅନନ୍ତପୁରମ୍‌   (ସମୟ- ଅପରାହ୍ନ ୧.୩୦)

ତୃତୀୟ ଟି-୨୦ ମ୍ୟାଚ୍‌-ଗୌହ୍ୱାଟୀ   (ସମୟ- ଅପରାହ୍ନ ୧.୩୦)

ଚତୁର୍ଥ ଟି-୨୦ ମ୍ୟାଚ୍‌- ନାଗପୁର   (ସମୟ- ଅପରାହ୍ନ ୧.୩୦)

ପଞ୍ଚମ ଟି-୨୦ ମ୍ୟାଚ୍‌- ହାଇଦ୍ରାବାଦ୍‌  (ସମୟ- ଅପରାହ୍ନ ୧.୩୦)

   Related Posts