suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଷ୍ଟ୍ରେଲୀୟ ରିଜର୍ଭ ବ୍ୟାଙ୍କର ବଡ ନିଷ୍ପତ୍ତି, ନୋଟ୍‌ରୁ ହଟିବ ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ଫଟୋ

2/02/2023 at 3:18 PM

ନୂଆଦିଲ୍ଲୀ ୦୨/୦୨: ଅଷ୍ଟ୍ରେଲୀୟ ବ୍ୟାଙ୍କ୍ ନୋଟ୍ ରେ ଥିବା ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ପ୍ରତିକୃତି ହଟାଇ ଦିଆଯିବ । ଏଭଳି କହିଛି ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ୍ । ୫ ଡଲାର ଅଷ୍ଟ୍ରେଲୀୟ ବ୍ୟାଙ୍କ ନୋଟ୍ ରେ ଥିବା ରାଣୀ ଦ୍ୱିତୀୟ ଏଲିଜାବେଥ୍ ଙ୍କ ପ୍ରତିକୃତି ହଟାଇ ଦିଆଯିବ। ଏହି ପରିବର୍ତ୍ତନକୁ ଅଷ୍ଟ୍ରେଲିଆ କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ସହିତ ପରାମର୍ଶ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ୍ କହିଛି । ନୋଟର ଅପରପାର୍ଶ୍ୱରେ ପୂର୍ବପରି ଅଷ୍ଟ୍ରେଲୀୟ ସଂସଦର ଫଟୋ ଛାପା ହେବ ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କ୍ କହିଛି । ମାଆଙ୍କ ମୃତ୍ୟୁ ପରେ ବ୍ରିଟିସ୍ ରାଜା ହୋଇଥିବା ରାଜା ତୃତୀୟ ଚାର୍ଲସ୍ ହେଉଛନ୍ତି ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍ ଏବଂ ଅନ୍ୟ ୧୨ଟି କମନୱେଲଥ୍ ରାଷ୍ଟ୍ରର ସାମ୍ବିଧାନିକ ମୁଖ୍ୟ । ୨୦୨୨ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ କହିଥିଲା ଯେ, ୫ ଡଲାର ଅଷ୍ଟ୍ରେଲୀୟ ନୋଟ୍ ରେ ରାଣୀ ଏଲିଜାବେଥ୍‌ଙ୍କ ପ୍ରତିକୃତି ସ୍ଥାନରେ ଆପଣାଛାଏଁ ରାଜା ଚାର୍ଲସ୍ ଙ୍କ ପ୍ରତିକୃତି ସ୍ଥାନ ପାଇ ପାରିବ ନାହିଁ ।

ରାଣୀଙ୍କ ସ୍ଥାନରେ କୌଣସି ଅଷ୍ଟ୍ରେଲୀୟ ବ୍ୟକ୍ତିତ୍ୱଙ୍କୁ ସ୍ଥାନ ମିଳିପାରେ। ଅଷ୍ଟ୍ରେଲୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ରାଣୀଙ୍କ ବ୍ୟକ୍ତିତ୍ବ ଯୋଗୁଁ ୫ ଡଲାର୍ ଅଷ୍ଟ୍ରେଲୀୟ ନୋଟ୍ ରେ ତାଙ୍କ ପ୍ରତିକୃତି ଛାପା ଯାଇଥିଲା। ଏବେ ରାଣୀଙ୍କ ପରିବର୍ତ୍ତେ ସେହି ମୁଦ୍ରାରେ କାହା ପ୍ରତିକୃତି ଛାପାଯିବ ତାହା ଅଷ୍ଟ୍ରେଲିଆର ‘ଲେବର୍ ପାର୍ଟି’ ପ୍ରଶାସନକୁ ପୁଣି ‘ମତଦାନ’ ବା ‘ରେଫରେଣ୍ଡମ୍ ’ ମାଧ୍ୟମରେ ସମ୍ବିଧାନ ସଂଶୋଧନ କରାଇ ସ୍ଥିର କରିବାକୁ ପଡ଼ିବ।

   Related Posts