ବର୍ଡର-ଗାଭାସ୍କର ସିରିଜ୍ : ପ୍ରଥମ ଇନିଂସରେ ୧୭୭ ରନ୍ରେ ଅଷ୍ଟ୍ରେଲିଆ ଅଲ୍ଆଉଟ୍, ଜାଡେଜାଙ୍କୁ ୫ ଓ୍ୱିକେଟ୍
9/02/2023 at 2:53 PM

ନାଗପୁର ୦୯।୦୨ : ନାଗପୁରରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆର ଦବ୍ଦବା ଦେଖିବାକୁ ମିଳିଛି। ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ପୁରା କଙ୍ଗାରୁ ଦଳ ୧୭୭ ରନ୍ରେ ଅଲଆଉଟ । ଟିମ୍ ଇଣ୍ଡିଆ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ଟି ଓ୍ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ୩ଟି ଓ୍ଵିକେଟ୍ ମିଳିଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ଅଷ୍ଟ୍ରେଲିଆ। ତେବେ ଦଳର ଦୁଇ ଓପନର କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ମାତ୍ର ୨ ରନ୍ରେ ଅଷ୍ଟ୍ରେଲିଆ ଟିମ୍ର ପ୍ରଥମ ଓ୍ୱିକେଟ୍ ପଡିଥିଲା । ଏହାପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସେନ୍ ସର୍ବାଧିକ ୪୯ ରନ୍ କରିଥିବା ବେଳେ ଆଉ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରିନଥିଲା। ଫଳରେ ପୁର ଟିମ୍ ୬୩.୫ ଓଭରରେ ୭୭ ରନ୍ରେ ଅଲଆଉଟ୍ ହୋଇଛି।
ସେପଟେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଜୋରଦାର୍ ପ୍ରଦର୍ଶନ କରିଥିଲେ ଟିମ୍ ଇଣ୍ଡିଆର ବୋଲର । ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ ଓ୍ୱିକେଟ୍ ନେଇଥିଲେ । ଏହାପଛକୁ ରବିଚନ୍ଦ୍ର ଅଶ୍ୱିନୀ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।