ଭାରତ-ଅଷ୍ଟ୍ରେଲିଆ ୩ୟ ଦିନିକିଆ ; ଭାରତକୁ ୨୩୧ରନ୍ ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | January 18, 2019 IST

ମେଲବର୍ଣ୍ଣ ୧୮|୧:  ଆଜି ମେଲବର୍ଣ୍ଣରେ ମହା ଲଢ଼େଇ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯାଉଛି ନିର୍ଣ୍ଣାୟକ ମ୍ୟାଚ୍ । ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ଅଷ୍ଟ୍ରେଲିଆ ୪୮.୪ ଓଭରରେ ୨୩୦ ରନ୍ କରି ଅଲଆଉଟ୍ ହୋଇଛି । ଭାରତ ଆଗରେ ୨୩୧ ରନ୍ ର ଟାର୍ଗେଟ୍ ଦେଇଛି ଅଷ୍ଟ୍ରେଲିଆ । ୟୁଜବେନ୍ଦ୍ର ଚହଲଙ୍କୁ ସର୍ବାଧିକ ୬ଓ୍ବିକେଟ୍ ମିଳିଛି । ଭୁବନେଶ୍ବର କୁମାର ଏବଂ ମହମ୍ମଦ ସାମିଙ୍କୁ ୨ଟି ଲେଖାଏଁ ଓ୍ବିକେଟ୍ ମିଳିଛି ।

ଟେଷ୍ଟ୍ ଶୃଙ୍ଖଳା ଜିତି ଇତିହାସ ରଚି ସାରିଥିବା ଭାରତୀୟ କ୍ରିକେଟ୍ ଦଳ ଆଉ ଏକ ସ୍ମରଣୀୟ ଫର୍ଦ ଯୋଡ଼ିବାର ସୁବର୍ଣ୍ଣ ସୁଯୋଗ ପାଇଛି। ଟେଷ୍ଟ ଶୃଙ୍ଖଳା ଜିତିଥିଲେ ମଧ୍ୟ ଦିନିକିଆ ଶୃଙ୍ଖଳାର ଆଜି ନିର୍ଣ୍ଣାୟକ ପରୀକ୍ଷା । ଆଜି ମ୍ୟାଚ୍ ଜିତିଲେ ବିରାଟ ବାହିନୀ ଐତିହାସିକ ସଫଳତା ଅର୍ଜନ କରିବ । ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଛି । ସେପଟେ କଙ୍ଗାରୁ ଟିମ୍ ମଧ୍ୟ ଏହି ମ୍ୟାଚ୍ କୁ ଜିତି ସିରିଜ୍ କବାଜ୍ କରିବା ଲକ୍ଷ୍ୟରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.