'ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୪୦୦ ରନ୍ କରିବ', ଏମିତି କହି ଭାରତୀୟ ବୋଲରଙ୍କୁ କଟାକ୍ଷ କଲେ ସେହ୍ୱାଗ

Published By : Prameya-News7 Bureau | November 30, 2020 IST

ସିଡନୀ,୩୦/୧୧:    ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ଟିକିଆ ସିରିଜରେ ପରାସ୍ତ ହୋଇଛି । ଏବେସୁଦ୍ଧା ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ସିରିଜକୁ ଆଗୁଆ କବଜା କରିନେଇଛି । ଭାରତ ସବୁ ବିଭାଗରେ ଫେଲ୍ ହୋଇଛି । ବୋଲିଂରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସବୁ ବୋଲର ଦୁର୍ବଳ ପ୍ରଦର୍ଶନ କରିଛନ୍ତି । ଏହାକୁ ନେଇ ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ୱାଗ କଡା ସମାଲୋଚନା କରିଛନ୍ତି ।

ଟିମ୍ ଇଣ୍ଡିଆ ଓ କଙ୍ଗାରୁ ମ୍ୟାଚରେ କମେଣ୍ଟ୍ରୀ କରୁଥିବା ସେହ୍ୱାଗ କହିଛନ୍ତି ଯେ, ଭାରତୀୟ ବୋଲରମାନେ ଯେପରି ବୋଲିଂ କରୁଛନ୍ତି ଲାଗୁଛି ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୪୦୦ ରନ୍ କରିବ । ୩୯୦ର ବିଜୟ ଲକ୍ଷ୍ୟ କେବଳ ଭାରତୀୟ ବୋଲର ହିଁ ହାସଲ କରିପାରିବେ । ଅଷ୍ଟ୍ରେଲିଆର ବୋଲିଂ ମଜବୁତ ଅଛି । ସେମାନେ ଲକ୍ଷ୍ୟକୁ ବଞ୍ଚାଇବାରେ ସଫଳ ହେବେ ।

{"id":369920,"sizeSlug":"large"}

ସେହ୍ୱାଗଙ୍କ ସମେତ ଅନ୍ୟ କ୍ରିକେଟ୍ ବିଶେଷଜ୍ଞ ଏଥିପାଇଁ ବୋଲରଙ୍କ ଉପରେ ପ୍ରଶ୍ନ କରୁଛନ୍ତି କାରଣ ବିଶ୍ୱସ୍ତରୀୟ ବୋଲରମାନେ ଅଧିକ ରନ୍ ବ୍ୟୟ କରିଛନ୍ତି । ଜସପ୍ରିତ ବୁମରାହ ଓ ମହମ୍ମଦ ସାମି ଫର୍ମରେ ନଥିଲା ଭଳି ଲାଗୁଛି । ସାମି ୯ ଓଭରରେ ୭୩ ରନ୍ ଦେଇଥିବା ବେଳେ ବୁମରାହ ୭୯ ରନ୍ ଓ ନବଦୀପ ସାଇନି ୭୦ ରନ୍ ଦେଇଥିଲେ । କିନ୍ତୁ ଆଇପିଏଲ ୨୦୨୦ରେ ସେମାନେ ଦମଦାର ପ୍ରଦର୍ଶନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.