ଭାରତ ମହାସାଗରରେ ଅଷ୍ଟ୍ରେଲିଆ ବୈଜ୍ଞାନିକଙ୍କୁ ମିଳିଲେ ନୂଆ ଜୀବ

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ: ଭାରତ ମହାସାଗରରେ ବୈଜ୍ଞାନିକମାନେ ସାମୁଦ୍ରିକ ମାଛଙ୍କ କିଛି ନୂଆ ପ୍ରଜାତୀ ଆବିଷ୍କାର କରିଛନ୍ତି । ଏହି ଆବିଷ୍କାର ମଣିଷଙ୍କୁ ସମୁଦ୍ରର ସେହି ଗଭୀର ରହସ୍ୟ ବିଷୟରେ ଜଣାଇ ପରିବ, ଯାହା ଆଜି ଯାଏଁ ସାମନାକୁ ଆସିପାରି ନାହିଁ ।

ପର୍ଥଠାରୁ ପ୍ରାୟ ଦୁଇ ହଜାର କିଲୋମିଟର ଦୂର ସମୁଦ୍ରରେ ଅଷ୍ଟ୍ରେଲିଆର ସବୁଠୁ ଦୂର ଅଞ୍ଚଳର ଏକ ଦ୍ୱୀପ ରହିଛି । ଏହା କୋକୋସ ଦ୍ୱୀପ ନାଁରେ ପରିଚିତ । ହିନ୍ଦ ମହାସାଗରର ଏହି ଦ୍ୱୀପରେ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଜୈବ ବିବିଧତା ଏବଂ ସମୁଦ୍ରତଳର ନକ୍ସା ପ୍ରସ୍ତୁତ କରିବା ପାଇଁ କାମ କରୁଛନ୍ତି, ଯାହା ବିଶ୍ୱରେ ପ୍ରଥମ ଥର କରାଯାଉଛି । ନିଜର ଏହି ଅଭିଯାନ ସମୟରେ ବୈଜ୍ଞାନିକମାନେ ଏପରି କିଛି ଅଜଣା ଜୀବଙ୍କ ଆବିଷ୍କାର କରିଛନ୍ତି ଯାହାଙ୍କୁ ମଣିଷ କେବେ ଦେଖି ନଥିଲା । ଏବେ ଏହି ଅଜଣା ଜୀବଙ୍କ ନାମକରଣ ପ୍ରକ୍ରିୟା ଜାରି ରହିଛି । ଏହି ଜୀବମାନେ ସମୁଦ୍ରର ପାଞ୍ଚ କିଲୋମିଟର ତଳୁ ଆବିଷ୍କାର ହୋଇଛନ୍ତି । ଏଠାରେ ନା ସୂର୍ଯ୍ୟକିରଣ ରହିଛି, ନା ଅଛି ଖାଦ୍ୟ ।        

ଚଳିତ ଥର ଯେଉଁ ଆବିଷ୍କାର କରାଯାଇଛି ସେଥିରେ ଚାରୋଟି ପ୍ରଜାତି ରହିଛନ୍ତି । ଏଥିରେ ଗୋଟିଏ ତିପାଇ ମାଛ, ଯାହର ତିନୋଟି ଗାଲି ରହିଛି । ଯାହା ଦେଖିବାକୁ ତିନୋଟି ପାଦ ପରି । ଏହି ମାଛ ଗାଲି ସାହାଯ୍ୟରେ ଠିଆ ହୋଇପାରନ୍ତି ଏବଂ ସବୁ ପ୍ରକାର ଖାଦ୍ୟ ଖାଇ ପାରନ୍ତି । ଅନ୍ୟ ଏକ ମାଛ ଯାହା ଦେଖିବାକୁ ବାଦୁଡି ପରି ଏବଂ ଏହା ଡପଲିଙ୍ଗ ପରି ଦେଖିବାକୁ । ତେବେ ଇଲ ପ୍ରଜାତିର ଏକ ମାଛକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ବେଶ ଉତ୍ସୁକତା ରହିଛି । ଏହାର ଆଖି ଅତି ସାନ । ଏହାର ଶରୀର ରଙ୍ଗ ସୁନେଲୀ ଥିବା ଦେଖିବାକୁ ମିଳୁଛି ।

ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆର ଇନଭେଷ୍ଟିଗେଟର ଜାହାଜ ସାହାଯ୍ୟରେ ବୈଜ୍ଞାନିକମାନେ ସମୁଦ୍ରତଳର ନକ୍ସା ପ୍ରସ୍ତୁତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.