oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ପ୍ରଥମ ଟି-୨୦: ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ବୁମରାଙ୍କୁ ବିଶ୍ରାମ, ଉମେଶ ଯାଦବଙ୍କୁ ସୁଯୋଗ

20/09/2022 at 6:38 PM

ମୋହାଲି : ସରିଛି ଏସିଆ କପ୍‌ । ଏବେ ଟି-୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି । ଏହିକ୍ରମରେ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ । ଆଜି ମୋହାଲି ପିସିଏ ଷ୍ଟାଡିୟମ୍‌ରେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ । ସଂଧ୍ୟା ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ । ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚ୍‌ରେ ଯଶପ୍ରୀତ ବୁମରା ଖେଳୁ ନାହାନ୍ତି। ତାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି। ଋଷଭ ପନ୍ତଙ୍କ ପରିବର୍ତ୍ତେ ଦଳ ଦିନେଶ କାର୍ତ୍ତିକଙ୍କୁ ଅଗ୍ରାଧିକାର ଦେଇଛି। ଚହଲ ଏବଂ ଅକ୍ଷର ପଟେଲ୍‌ଙ୍କୁ ସ୍ପିନର ଭାବେ ଦଳରେ ସାମିଲ୍ କରାଯାଇଛି।

ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ସଜାଡ଼ିବା ଓ ପ୍ରସ୍ତୁତ ହେବା ଲାଗି ଭାରତୀୟ ଦଳକୁ ମିଳିଛି ଆଉ ଏକ ସୁଯୋଗ। ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା। ଅଷ୍ଟ୍ରେଲିଆ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ସମାନ ୩ଟି ଟ୍ବେଣ୍ଟି-୨୦ ଖେଳାଯିବ। ଏହି ୬ଟି ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲରଙ୍କୁ ଅଦଳବଦଳ କରି ବିଶ୍ରାମ ଦିଆଯିବ। ବିଶ୍ବକପ୍ ପୂର୍ବରୁ ଭାରତ ନିଜ ମଧ୍ୟକ୍ରମ ବ୍ୟାଟିଂ ଓ ଷଷ୍ଠ ବୋଲର ବିକଳ୍ପ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ ରହିଛି।

ସେପେଟ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି ଯେ, କେଏଲ୍ ରାହୁଲ ହିଁ ବିଶ୍ବକପ୍ ରେ ତାଙ୍କ ଓପନିଂ ପାର୍ଟନର୍ ହେବେ। ବିରାଟ କୋହଲି ୩ ନମ୍ବର ସ୍ଥାନରେ ଖେଳିବେ ଏବଂ ଆବଶ୍ୟକ  ଅନୁସାରେ ପାଳି ଆରମ୍ଭ କରିବେ। ହର୍ଷଲ ପଟେଲ୍ ଓ ଯଶପ୍ରୀତ୍ ବୁମରାଙ୍କ ପ୍ରତ୍ୟାବର୍ତନ ଭାରତୀୟ ଦଳର ବୋଲିଂ ବିଭାଗକୁ ଦୃଢ଼ କରିବା ସହ ଦଳର ମନୋବଳକୁ ମଧ୍ୟ ବଢ଼ାଇଛି। ରୋହିତ, ରାହୁଲ, କୋହଲି ଓ ସୂର୍ଯ୍ୟକୁମାରଙ୍କୁ ନେଇ ଭାରତର ଶୀର୍ଷ ୪ ସ୍ଥାନ ନିଶ୍ଚିତ ରହିଛି। ଚୂଡ଼ାନ୍ତ ଏକାଦଶରେ ଦୁଇ ୱିକେଟରକ୍ଷକ ଋଷଭ ପନ୍ତ୍ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ଖେଳାଯିବ କି ଉଭୟଙ୍କୁ ଏ ସମ୍ପର୍କରେ ଦଳ ନିର୍ଦ୍ଦିଷ୍ଟ ନିଷ୍ପତ୍ତିରେ ପହଞ୍ଚିପାରିନାହିଁ।

ସୂଚନାଯୋଗ୍ୟ ଯେ, ଭାରତ ଏବଂ ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ଫର୍ମାଟରେ ପରସ୍ପର ୨୩ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଭାରତ ୧୩ରେ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଦଳ ୯ ଥର ବାଜି ମାରିଛି। ଗୋଟିଏ ମ୍ୟାଚ୍ ରୁ ଫଳାଫଳ ବାହାରିନାହିଁ। କିନ୍ତୁ ଶେଷ ୫ ମ୍ୟାଚ୍ ଭାରତ ୨ଟି ଓ ଅଷ୍ଟ୍ରେଲିଆ ୩ଟି ମ୍ୟାଚ୍‌ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ଏବେ ବିଶ୍ବ ବିଜେତା ସହିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଷଷ୍ଠ ସ୍ଥାନରେ ରହିଛି।

ଭାରତ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ।

ଅଷ୍ଟ୍ରେଲିଆ

ଆରୋନ ଫିଞ୍ଚ(ଅଧିନାୟକ), କ୍ୟାମେରୁନ ଗ୍ରୀନ, ଷ୍ଟିଭ୍ ସ୍ମିଥ୍, ଗ୍ଲେନ ମ୍ୟାକ୍ସଓ୍ଵେଲ, ଜୋସ ଇଙ୍ଗିଲ୍ସ, ଟିମ୍ ଡେଭିଡ୍, ମାଥ୍ୟୁ ଓ୍ଵାଦେ(ଓ୍ଵିକେଟ୍ କିପର), ପାଟ୍ କମିନ୍ସ, ନାଥନ ଏଲିସ୍, ଆଡମ ଜାମ୍ପା, ଜୋସ ହେଜେଲଉଡ।

   Related Posts