WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟପ୍ ଅର୍ଡରଙ୍କ ଦମରେ ଅଷ୍ଟ୍ରେଲିଆର ବିଶାଳ ସ୍କୋର, କ୍ଲିନ ସୁଇପ୍ ପାଇଁ ଭାରତକୁ ଦରକାର ୩୫୩ ରନ

27/09/2023 at 5:29 PM

ରାଜକୋଟ୍: ବ୍ୟାଟିଂ ଉପଯୋଗୀ ପିଚ୍‌ରେ ଟପ୍ ଅର୍ଡର ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଦମରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିଛି। ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍‌ରେ ମିଚେଲ୍ ମାର୍ଶଙ୍କ ୯୬ ରନ, ଷ୍ଟିଭ୍ ସ୍ମିଥଙ୍କ ୭୪ ରନ, ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୫୬ ରନ ଓ ମାର୍ନସ ଲାବୁସେନଙ୍କ ୭୨ ବଳରେ ଭ୍ରମଣକାରୀ କଙ୍ଗାରୁ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୩୫୨ ରନ ସ୍କୋର କରିଛି। ସିରିଜ୍ କ୍ଲିନ ସୁଇପ୍ ପାଇଁ ଭାରତ ସମ୍ମୁଖରେ ୩୫୩ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ଶେଷ ଆଡ଼କୁ ରନ ଗତି ଧିମା ପଡ଼ିବାରୁ ଅଷ୍ଟ୍ରେଲିଆ ଆହୁରି ରନ କରିବାରେ ବିଫଳ ହୋଇଛି। ମ୍ୟାଚ୍ ପୂର୍ବରୁ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ ଓ୍ଵିକେଟ୍ ନେଇଛନ୍ତି।

Also read- ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତର ସୁନା ବର୍ଷା, ପଞ୍ଚମ ସ୍ୱର୍ଣ୍ଣ ପଦକ ଆଣିଲେ ସିଫ୍ଟ କୌର

ବ୍ୟାଟରଙ୍କୁ ବେଶ ସୁହାଉଥିବା ଏହି ପିଚ୍‌ର ବେଶ ଫାଇଦା ଉଠାଇଛନ୍ତି ଅଷ୍ଟ୍ରେଲିଆ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ମିଚେଲ୍ ମାର୍ଶ। ଉଭୟ ଆରମ୍ଭରୁ ଟି-୨୦ ଶୈଳୀରେ ବ୍ୟାଟିଂ କରି ଭାରତ ବୋଲରଙ୍କୁ ଚାପରେ ରଖିଥିଲେ। ଓ୍ଵାର୍ଣ୍ଣର ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ୮ ଓଭରରେ ଦୁଇ ବ୍ୟାଟର ୭୮ ରନ ଯୋଡ଼ି ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ଓ୍ଵାର୍ଣ୍ଣରଙ୍କୁ ଆଉଟ୍ କରି ପ୍ରସିଦ୍ଧ କୃଷ୍ଣ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଓ୍ଵାର୍ଣ୍ଣର ୩୪ ବଲ୍‌ରୁ ୬ ଚୌକା ଓ ୪ ଛକା ସହ ୫୬ ରନ କରି ଆଉଟ୍ ହୋଇଥିଲେ।

Image
BCCI

ଏହା ପରେ ମିଚେଲ୍ ମାର୍ଶ ଓ ଷ୍ଟିଭେନ ସ୍ମିଥ ଦମଦାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ଏହି କ୍ରମରେ ନିଜର ନିଜର ଅର୍ଦ୍ଧଶତକ ପୂରା କରିଥିଲେ ମାର୍ଶ ଓ ସ୍ମିଥ। ତେବେ ଶତକ ଆଡ଼କୁ ଅଗ୍ରସର  ହେଉଥିବା ମାର୍ଶଙ୍କୁ ଦଳୀୟ ସ୍କୋର ୨୧୫ ରନରେ ଆଉଟ୍ କରିଥିଲେ କୁଲଦୀପ ଯାଦବ। ଏହି ଅଷ୍ଟ୍ରେଲିଆ ବ୍ୟାଟର ୮୪ ବଲ୍‌ରୁ ୧୩ ଚୌକା ଓ ୩ ଛକା ଜରିଆରେ ୯୬ ରନର ଆକର୍ଷଣୀୟ ଇନିଂସ ଖେଳିଛନ୍ତି। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୩୭ ରନ ଯୋଡ଼ିଥିଲେ।

Image
BCCI

କ୍ରିଜରେ ଜମି ରହିଥିବା ଷ୍ଟିଭ୍ ସ୍ମିଥ୍ ୭୪ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ। ଶେଷ ଆଡ଼କୁ ଭାରତୀୟ ବୋଲର ମାପଚୁପ ବୋଲିଂ କରିବାରୁ ଅଷ୍ଟ୍ରେଲିଆ ନିୟମିତ ଓ୍ଵିକେଟ୍ ହରାଇବା ସହ ରନ ଗତି ଧିମା ପଡ଼ିଥିଲା। ଆଲେକ୍ସ କେରୀ(୧୧) ଓ ଗ୍ଲେନ ମ୍ୟାକ୍ସଓ୍ଵେଲ୍(୫)ଙ୍କୁ ବୁମରା ଆଉଟ୍ କରିଥିଲେ। କ୍ୟାମେରୁନ ଗ୍ରୀନ(୧୧) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ତେବେ ମାର୍ନସ ଲାବୁସେନ ଦମଦାର ବ୍ୟାଟିଂ କରି ଶେଷ ଯାଏ ଦଳର ବ୍ୟାଟିଂ ସମ୍ଭାଳିଥିଲେ। ସେ ୫୮ ବଲରୁ ୯ ଚୌକା ସହ ୭୨ ରନର ଇନିଂସ ଖେଳି ୪୯ତମ ଓଭରରେ ଆଉଟ୍ ହୋଇଥିଲେ। ଶେଷରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୩୫୨ ରନ କରିଥିଲା। ଅଧିନାୟକ ପାଟ୍ କମିନସ ୧୯ ରନ କରି ଅପରାଜିତ ଥିଲେ।

ଭାରତ ପକ୍ଷରୁ ସଫଳ ବୋଲର ଭାବେ ଯଶପ୍ରୀତ ବୁମରା ୮୧ ରନ ବ୍ୟୟ କରିଥିଲେ ହେଁ ୩ଟି ଓ୍ଵିକେଟ୍ ନେଇଛନ୍ତି। କୁଲଦୀପ ଯାଦବ ୬ ଓଭରରେ ୪୮ ରନ ଦେଇ ୨ଟି ସଫଳତା ପାଇଥିବା ବେଳେ ମହମ୍ମଦ ସିରାଜ୍ ଓ ପ୍ରସିଦ୍ଧ କୃଷ୍ଣ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

   Related Posts