LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନିର୍ଣ୍ଣାୟକ ମୁକାବିଲାରେ ୨୬୯ ରନରେ ଅଲଆଉଟ୍ ଅଷ୍ଟ୍ରେଲିଆ, ଏବେ ବ୍ୟାଟରଙ୍କ ଉପରେ ସଭିଙ୍କ ନଜର

22/03/2023 at 5:40 PM

ଚେନ୍ନାଇ: ନିର୍ଣ୍ଣାୟକ ଦିନିକିଆରେ ବ୍ୟାଟ୍ ଏବଂ ବୋଲିଂ ମଧ୍ୟରେ ଦେଖିବାକୁ ମିଳିଛି ଭଲ ପ୍ରତିଦ୍ଵନ୍ଦ୍ଵିତା। କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିନଥିଲେ ବି ଅଷ୍ଟ୍ରେଲିଆ ୨୬୯ ରନର ଲଢୁଆ ସ୍କୋର କରି ପାରିଛି। ଉପର କ୍ରମରୁ ନିମ୍ନକ୍ରମ ଯାଏଁ ବ୍ୟାଟରଙ୍କ ଛୋଟ ଛୋଟ ଇନିଂସ ବଳରେ ୪୯ ଓଭରରେ ୨୬୯ ରନରେ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ। ଶେଷ ମୁକାବିଲା ଜିତି ସିରିଜ୍ ହାତେଇବା ଲାଗି ଭାରତ ସମ୍ମୁଖରେ ରହିଛି ୨୭୦ ରନର ବିଜୟ ଲକ୍ଷ୍ୟ। ମିଚେଲ୍ ମାର୍ଶ ସର୍ବାଧିକ ୪୭ ରନ କରିଛନ୍ତି। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୁଲଦୀପ ଯାଦବ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଅଷ୍ଟ୍ରେଲିଆକୁ ଦୁଇ ଓପନର ମିଚେଲ୍ ମାର୍ଶ ଏବଂ ଟ୍ରେଭିସ୍ ହେଡ୍ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ଭାରତୀୟ ଶିବିରକୁ ଚାପରେ ରଖିଥିଲେ। ଦୁଇ ବ୍ୟାଟର ୧୦.୫ ଓଭରରେ ୬୮ ରନ ଯୋଡିଥିଲେ। ଟ୍ରେଭିସ୍ ହେଡ୍‌ଙ୍କୁ ଆଉଟ୍ କରି ହାର୍ଦ୍ଦିକ ଭାରତ ପାଇଁ ଚିନ୍ତାର କାରଣ ପାଲଟିଥିବା ଏହି ଯୋଡିକୁ ଭାଙ୍ଗିଥିଲା। ଟ୍ରେଭିଡ୍ ୩୧ ବଲ୍‌ରୁ ୪ ଚୌକା ଏବଂ ୨ ଛକା ସହ ୩୩ ରନ କରିଥିଲେ। ପୁଣି ଷ୍ଟିଭ୍ ସ୍ମିଥ୍ଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ହାର୍ଦ୍ଦିକ। ଏହା ପରେ ଅଷ୍ଟ୍ରେଲିଆ ଲଗାତାର ଆଉ ୨ଟି ଓ୍ଵିକେଟ୍ ହରାଇ ଚାପରେ ପଡିଥିଲା। ମିଚେଲ୍ ମାର୍ଶ ୪୭ ରନ କରି ଆଉଟ୍ ହୋଇଥିବା ବେଳେ ଡେଭିଡ୍ ଓ୍ଵାର୍ଣ୍ଣର ୨୩ ରନ କରିଥିଲେ। ମାର୍ନସ ଲାବୁସେନ(୨୮ ରନ) ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ।

ଏହା ପରେ ଆଲେକ୍ସ କେରି ଏବଂ ମାର୍କସ ଷ୍ଟୋଇନିସ୍ ପଞ୍ଚମ ଓ୍ଵିକେଟ୍‌ରେ ୫୮ ରନ ଯୋଡି ଦଳର ସ୍କୋରକକୁ ୨୦୦ ପହଞ୍ଚାଇଥିଲେ। ଷ୍ଟୋଇନିସ୍(୨୫ ରନ) ପାଭିଲିୟନ ଫେରିଥିଲେ। ଭଲ ଆରମ୍ଭ ମିଳିଥିଲେ  ହେଁ ଆଲେକ୍ସ କେରି ୩୮ ରନ କରି ଆଉଟ୍ ହୋଇଥିଲେ। ନିମ୍ନ କ୍ରମରେ ସିନ୍ ଆବୋଟ୍(୨୬ ରନ) ଏବଂ ଆଷ୍ଟନ ଏଗର(୧୦ ରନ) କରିଥିଲେ। ମିଚେଲ୍ ଷ୍ଟାର୍କ(୧୦)ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଅଷ୍ଟ୍ରେଲିଆ ଇନିଂସରେ ପୂର୍ଣ୍ଣଛେଦ ପକାଇଥିଲେ। ଭ୍ରମଣକାରୀ ଦଳ ୪୯ ଓଭରରେ ୨୬୯ ରନରେ ଅଲଆଉଟ୍ ହୋଇଛି।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୮ ଓଭରରେ ୪୪ ରନ ଦେଇ ୩ଟି ଏବଂ କୁଲଦୀପ ଯାଦବ ୧୦ ଓଭରରେ ୫୬ ରନ ଦେଇ ୩ଟି ସଫଳତା ପାଇଛନ୍ତି। ମହମ୍ମଦ ସିରାଜ ଏବଂ ଅକ୍ଷର ପଟେଲ୍ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts