ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମାର୍ଚ୍ଚ ୧ରୁ ଇନ୍ଦୋରରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ। ଦୁଇ ଦଳ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି। ତେବେ ତୃତୀୟ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଦଳର ଅନେକ ଖେଳାଳି ସ୍ଵଦେଶ ଫେରିଛନ୍ତି।
ଏହି କାରଣରୁ କଙ୍ଗାରୁ ଦଳ ଉପରେ ପରାଜୟର ବାଦଲ ଦେଖା ଦେଇଛି। ଇନ୍ଦୋର ଟେଷ୍ଟ ହାରିଲେ ଅଷ୍ଟ୍ରେଲିଆ ସିରିଜ୍ରେ ପରାଜିତ ହେବ। ତେବେ ଏହି ଗୁରୁତ୍ଵପୂର୍ଣ୍ଣ ମୁକାବିଲା ପୂର୍ବରୁ ପାଟ୍ କମିନ୍ସ, ଜୋଶ ହେଜେଲଉଡ, ଆଷ୍ଟନ ଏଗର, ଡେଭିଡ୍ ଓ୍ବାର୍ଣ୍ଣର ଏବଂ ମିଚେଲ୍ ସ୍ଵିପେନ୍ସ ବାହାରି ଯାଇଛନ୍ତି। ପୁଣି ଲାନ୍ସ ମରିସ୍, ମାଥ୍ୟୁ ରେନଶ ଏବଂ ଟଡ୍ ମର୍ଫି ମଧ୍ୟ ତୃତୀୟ ଟେଷ୍ଟରେ ଦଳରୁ ବାଦ୍ ପଡିବାର ଆଶଙ୍କା ରହିଛି। ତେଣୁ କଙ୍ଗାରୁ ଦଳ ତୃତୀୟ ଟେଷ୍ଟରେ ଭାରତର ମୁକାବିଲା କିପରି କରିବ ତାହା ସବୁଠୁ ବଡ ପ୍ରଶ୍ନ।
ଦିଲ୍ଲୀ ଟେଷ୍ଟ ପରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ପାରିବାରିକ କାରଣରୁ ଘରକୁ ଫେରିଛନ୍ତି। ସେ ଚତୁର୍ଥ ଟେଷ୍ଟ ବେଳକୁ ଦଳକୁ ଫେରି ପାରନ୍ତି। କମିନ୍ସଙ୍କ ସ୍ଥାନରେ ଷ୍ଟିଭ୍ ସ୍ମିଥ୍ଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି। ପୁଣି ତାରକା ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଆହତଜନିତ ସମସ୍ୟା କାରଣରୁ ଟେଷ୍ଟ ଶୃଙ୍ଖଳାରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ଟ୍ରେଭି୍ ହେଡ୍ ଓପନିଂ କରି ପାରନ୍ତି।
ଏହିପରି ଦ୍ରୁତ ବୋଲର ଜୋଶ ହେଜେଲଉଡ ଖରାପ ଫିଟନେସ୍ କରାଣରୁ ଶୃଙ୍ଖଳାରୁ ବାଦ୍ ପଡିଛନ୍ତି। ଆଷ୍ଟନ ଏଗର ଏବଂ ମିଚେଲ୍ ସ୍ଵପେନଙ୍କୁ ଶେଷ ଦୁଇଟି ଟେଷ୍ଟ ପାଇଁ ଦଳରେ ରଖାଯାଇ ନାହିଁ। କେବଳ ସେତିକି ନୁହେଁ ଲାନ୍ସ ମରିସ୍, ମାଥ୍ୟୁ ରେନଶ ଏବଂ ଟଡ୍ ମର୍ଫି ମଧ୍ୟ ତୃତୀୟ ଟେଷ୍ଟରୁ ବାଦ୍ ପଡିବାର ଆଶଙ୍କା ରହିଛି।
ତେବେ ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ପାଇଁ ସୁଖଦ ଖବର ଏହା ଯେ, ଦଳର ଷ୍ଟାର ଅଲରାଉଣ୍ଡର କ୍ୟାମେରୁନ ଗ୍ରୀନ ଫିଟ୍ ହୋଇଛନ୍ତି ଏବଂ ତୃତୀୟ ଟେଷ୍ଟ ଖେଳିବାର ପୂରା ସମ୍ଭାବନା ରହିଛି। ସେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦଳକୁ ମଜବୁତ ପ୍ରଦାନ କରିବେ। ୨୩ ବର୍ଷୀୟ ଗ୍ରୀନ ଆଙ୍ଗୁଠିରେ ଆଘାତ କାରଣରୁ ପ୍ରଥମ ଦୁଇଟି ମ୍ୟାଚ୍ ଖେଳି ପାରିନଥିଲେ।
ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆର ଟେଷ୍ଟ ଦଳ
ପାଟ୍ କମିନ୍ସ(ଅଧିନାୟକ), ଆଷ୍ଟନ ଏଗର, ସ୍କଟ୍ ବୋଲାଣ୍ଡ, ଆଲେକ୍ସ କେରି, କ୍ୟାମେରୁନ ଗ୍ରୀନ, ପିଟର ହ୍ୟାଣ୍ଡସ୍କମ୍ବ, ଜୋଶ ହେଜେଲଉଡ, ଟ୍ରେଭିସ୍ ହେଡ୍, ଉସ୍ମାନ ଖ୍ଵାଜା, ମାର୍ନସ ଲାବୁସେନ, ନାଥନ ଲିଓନ, ଲାନ୍ସ ମରିସ୍, ଟଡ୍ ମର୍ଫି, ମାଥ୍ୟୁ ରେନଶ, ଷ୍ଟିଭ୍ ସ୍ମିଥ(ଉପ ଅଧିନାୟକ), ମିଚେଲ୍ ଷ୍ଟାର୍କ, ମିଚେଲ୍ ସ୍ଵେପ୍ସନ ଏବଂ ଡେଭିଡ୍ ଓ୍ଵାର୍ଣ୍ଣର।
ଏବେ ତୃତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ
, ଷ୍ଟିଭ୍ ସ୍ମିଥ(ଅଧିନାୟକ), ସ୍କଟ୍ ବୋଲାଣ୍ଡ, ଆଲେକ୍ସ କେରି, କ୍ୟାମେରୁନ ଗ୍ରୀନ, ପିଟର ହ୍ୟାଣ୍ଡସ୍କମ୍ବ, ଟ୍ରେଭିସ୍ ହେଡ୍, ଉସ୍ମାନ ଖ୍ଵାଜା, ମାଥ୍ୟୁ କୋହ୍ନମ୍ୟାନ, ମାର୍ନସ ଲାବୁସେନ, ନାଥନ ଲିଓନ, ଲାନ୍ସ ମରିସ୍, ଟଡ୍ ମର୍ଫି, ମାଥ୍ୟୁ ରେନଶମିଚେଲ୍ ଷ୍ଟାର୍କ, ମିଚେଲ୍ ସ୍ଵେପ୍ସନ ଏବଂ ଡେଭିଡ୍ ଓ୍ଵାର୍ଣ୍ଣର।