ଅଷ୍ଟ୍ରେଲିଆରେ ୧୫ ଦିନରେ ତୃତୀୟ ଥର ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍, କାର୍ଯ୍ୟାନୁଷ୍ଠାନ ଶୂନ
25/01/2023 at 9:32 PM

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣର ଅନେକ ମାମଲା ସାମ୍ନାକୁ ଆସିଛି। ସୋମବାର ଦିନ ଆଉ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିବାର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଏହି ମନ୍ଦିର ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଅବସ୍ଥିତ। ଏହି ମନ୍ଦିରକୁ ଟାର୍ଗେଟ କରିଥିବା ଲୋକମାନେ ଏହାର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖିଛନ୍ତି। ତେବେ ଅଷ୍ଟ୍ରେଲିଆର ହିନ୍ଦୁ ମନ୍ଦିରରେ ଏଭଳି ଆକ୍ରମଣ ପ୍ରଥମ ଥର ନୁହେଁ। ଗତ ୧୫ ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା ଯେତେବେଳେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି।
ଏହାପୂର୍ବରୁ ଜାନୁଆରୀ ୧୬ ଏବଂ ଜାନୁଆରୀ ୧୨ରେ ମଧ୍ୟ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଖବର ସାମ୍ନାକୁ ଆସିଥିଲା। ଅଷ୍ଟ୍ରେଲିଆ ହାଇ କମିଶନର ବରୀ ଓ’ଫରେଲ ଏହି ପ୍ରସଙ୍ଗରେ ଟୁଇଟ୍ କରି କହିଛନ୍ତି ଯେ ଏହି ଖବର ଶୁଣି ସେ ଆଶ୍ଚର୍ଯ୍ୟ । ସେ କହିଛନ୍ତି, “ଭାରତ ଭଳି ଅଷ୍ଟ୍ରେଲିଆ ମଧ୍ୟ ସଂସ୍କୃତିର ଦେଶ। ମେଲବର୍ଣ୍ଣରେ ଦୁଇଟି ହିନ୍ଦୁ ମନ୍ଦିର ସହିତ ଭଙ୍ଗାରୁଜା ଘଟଣା ଦେଖି ଆମେ ଆଶ୍ଚର୍ଯ୍ୟ। ଅଷ୍ଟ୍ରେଲୀୟ ଏଜେନ୍ସିମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ଆମେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦୃଢ ସମର୍ଥନ କରୁଛୁ। କିନ୍ତୁ ସେଠାରେ ଘୃଣା ଭାଷଣ ଏବଂ ହିଂସା ପାଇଁ ସ୍ଥାନ ନାହିଁ। “
Like 🇮🇳, 🇦🇺 is a proud, multicultural country. We have been shocked at the vandalism of two Hindu temples in Melbourne, & Australian authorities are investigating. Our strong support for freedom of expression does not include hate speech or violence. @DrSJaishankar @MEAIndia
— Barry O’Farrell AO (@AusHCIndia) January 20, 2023
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଅଷ୍ଟ୍ରେଲିଆର ସ୍ଥାନୀୟ ଖବରକାଗଜରେ ପ୍ରକାଶିତ ଖବରରେ ଏହି ଘଟଣା ପାଇଁ ଖାଲିସ୍ତାନୀ ସମର୍ଥକଙ୍କୁ ଦାୟୀ କରାଯାଇଛି। ଇସ୍କନ୍ ମନ୍ଦିରର ନିର୍ଦ୍ଦେଶକ ଭକ୍ତ ଦାସ କହିଛନ୍ତି ଯେ, ଏଭଳି ଘଟଣା ପରେ ମନ୍ଦିର ସହ ଜଡିତ ସମସ୍ତ ଲୋକ ଖୁବ୍ ମର୍ମାହତ ଏବଂ କ୍ରୋଧିତ ଅଛନ୍ତି। ସେ କହିଛନ୍ତି ଯେ ଭିକ୍ଟୋରିଆ ପ୍ରଦେଶ ପୋଲିସକୁ ଏ ବାବଦରେ ଅଭିଯୋଗ କରାଯାଇଛି। ସିସିଟିଭି ଫୁଟେଜ୍ ଅପରାଧୀଙ୍କୁ ଧରିବାରେ ସାହାଯ୍ୟ କରିବ।
#Volunteer_Of_The_Year: A young-man Amit from A1 Finish Painting has come to clean #Hindu hate graffiti from Hare Krishna Temple. @JacintaAllanMP @joshburnsmp @multiculturevic @TimWattsMP @AusHCIndia @HCICanberra @DrAmitSarwal @SarahLGates1 @HinduCouncilAus @rishi_suri @iskcon pic.twitter.com/r8YHh0dOa3
— The Australia Today (@TheAusToday) January 24, 2023
ଆଇଟି ପରାମର୍ଶଦାତା ଶିବାଂଶ ପାଣ୍ଡେ ଏହି ମନ୍ଦିରକୁ ପୂଜା କରିବାକୁ ଯାଆନ୍ତି। ଏହି ଆକ୍ରମଣ ଦ୍ୱାରା ତାଙ୍କୁ ଗଭୀର ଆଘାତ ଲାଗିଛି । ସେ କହିଛନ୍ତି ଯେ, ଦୁଇ ସପ୍ତାହ ବିତିଯିବା ପରେ ମଧ୍ୟ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ଘୃଣା ଏଜେଣ୍ଡା ଚଳାଉଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହା ଆକ୍ରମଣ ପୂର୍ବରୁ ଜାନୁଆରୀ ୧୨ ଏବଂ ୧୬ରେ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା।