ମହିଳା ଟି-୨୦ ବିଶ୍ୱକପ ସେମିଫାଇନାଲ: ଭାରତକୁ ୧୭୩ ରନ୍‌ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | February 23, 2023 IST

କ୍ୟାପ୍‌ ଟାଉନ୍‌: ମହିଳା ଟି-୨୦ ବିଶ୍ୱକପରେ ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍ ଦକ୍ଷିଣ ଆଫ୍ରିକାର ନ୍ୟୁଲାଣ୍ଡରେ ଖେଳାଯାଉଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନ୍ କରିଛି। ମ୍ୟାଚ୍‌ ଜିତିବାକୁ ହେଲେ ଭାରତ ୧୭୩ ରନ୍‌ର ଟାର୍ଗେଟ୍‌ ପୂରା କରିବାକୁ ପଡ଼ିବ।

ଅଷ୍ଟ୍ରେଲିଆ ପକ୍ଷରୁ ବେଥ୍‌ ମୁନୀ ସର୍ବାଧିକ ୫୪ ରନ୍ କରିଥିବା ବେଳେ ତାଙ୍କ ପଛକୁ ମିଗ୍ ଲାନିନିଙ୍ଗ ୪୯ ରନ୍‌ ଏସ୍‌ଲେ ଗାର୍ଡନର ୩୧, ଏଲିସା ହିଲି ୨୫ ଓ ଏଲିସେ ପେରୀ ମାତ୍ର ୨ ରନ୍ କରିଥିଲେ।

GettyImages-1247136760

ଅଷ୍ଟ୍ରେଲିଆ ଦୁଇ ଓପନର ବ୍ୟାଟର ଏଲିସା ହିଲେ ଓ ବେଥ ମୁନୀ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ। ଦଳ ୫ ଓଭରରେ ୩୧ ରନ୍ କରିଥିଲା। ଉଭୟ ବ୍ୟାଟର ୭.୩ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିବା ପରେ ଦଳର ପ୍ରଥମ ୱିକେଟ୍ ପଡ଼ିଥିଲା। ରାଧା ଯାଦବଙ୍କ ବଲ୍‌ରେ ଏଲିସା ହିଲିଙ୍କୁ ଷ୍ଟମ୍ପଆଉଟ୍‌ କରିଥିଲେ ରିଚା ଘୋଷ। ତେବେ ଯିବା ପୂର୍ବରୁ ହିଲି ୨୬ ବଲ୍‌ରେ ୨୫ ରନ୍ କରିଥିବା ବେଳେ ମୁନୀ ଓ ହିଲିଙ୍କ ପାର୍ଟନର୍ସିପ୍‌ରେ ଦଳ ୪୫ ବଲ୍‌ରେ ୫୨ ରନ୍‌ କରିଥିଲା।

ହିଲିଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ମିଗ୍‌ ଲାନିନିଙ୍ଗ୍। ଉଭୟ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ୧୧ ଓଭରରେ ୭୮ ରନ୍ କରିଥିଲା। ଏହାପରେ ବେଥ ମୁନୀ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାର ତୁରନ୍ତ ପରେ ତାଙ୍କ ୱିକେଟ୍ ଯାଇଥିଲା।

GettyImages-1468844656

୧୧.୫ ଓଭରରେ ଶିଖା ପାଣ୍ଡେଙ୍କ ବଲ୍‌ରେ ଶେଫାଳୀଙ୍କ ହାତକୁ କ୍ୟାଚ୍‌ ଦେଇ ଆଉଟ୍ ହୋଇଥିଲେ ମୁନୀ। ଦଳ ପାଇଁ ସେ ୩୭ ବଲ୍‌ରେ ୫୪ ରନ୍ କରିଥିଲେ। ସେ ଆଉଟ୍ ହେବା ପରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଏସ୍‌ଲେ ଗାର୍ଡନର। ଉଭୟ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ। ଫଳରେ ଦଳ ୧୫ ଓଭରରେ ୧୧୩ ରନ୍‌ କରିଥିଲା।

ଗୋଟିଏ ପଟେ ଗାର୍ଡନର ବଡ଼ ବଡ଼ ଶଟ୍ ଖେଳି ଦ୍ରୁତ ରନ୍ ସଂଗ୍ରହ କରୁଥିବା ବେଳେ ମିଗ୍‌ ଲାନିନିଙ୍ଗ୍ ରକ୍ଷଣାତ୍ମକ ଢଙ୍ଗରେ ଖେଳ ଜାରି ରଖିଥିଲେ। ୧୭.୮ ଓଭରରେ ଗାର୍ଡନର(୩୧)ଙ୍କ ୱିକେଟ୍ ଯାଇଥିଲା। ଦୀପ୍ତି ଶର୍ମା ତାଙ୍କୁ ବୋଲ୍ଡ କରିଦେଇଥିଲେ। ଏହାପରେ ୧୮.୩ ଓଭରରେ ଶିଖା ପାଣ୍ଡେ ଗ୍ରେସ୍ ହ୍ୟାରିସଙ୍କୁ ଆଉଟ୍ କରିଥିଲେ। । ଶେଷ ପର୍ଯ୍ୟନ୍ତ ମିଗ ଲାନିନିଙ୍ଗ୍ ଓ ଏଲିସେ ପେରୀ ବ୍ୟାଟିଂ ଜାରି ରଖିଥିଲେ। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୨ ରନ୍ ସଂଗ୍ରହ କରିଥିଲା। ଲାନିନିଙ୍ଗ ୩୪ ବଲ୍‌ରେ ଦ୍ରୁତ ୪୯ ରନ୍ କରିଥିଲେ। ଭାରତକୁ ମ୍ୟାଚ୍ ଜିତିବାକୁ ହେଲେ ୧୭୩ ରନ୍ କରିବାକୁ ପଡିବ।

{"width":840,"height":530}
Image

ଭାରତର ବୋଲିଂ-

ଭାରତ ପକ୍ଷରୁ ବୋଲିଂ ରାଧା ଯାଦବ ଦିପ୍ତୀ ଶର୍ମା ଗୋଟିଏ ଲେଖାଏ ୱିକେଟ୍ ନେଇଥିବା ବେଳେ ଶିଖା ପାଣ୍ଡେ ୨ଟି ୱିକେଟ୍ ନେଇଥିଲେ। ଅନ୍ୟ କୌଣସି ବୋଲର ୱିକେଟ୍ ନେବାର ସଫଳ ହୋଇନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.