Odi World Cup 2023 : ଅଷ୍ଟ୍ରେଲିଆର ୧୫ ଜଣିଆ ଦଳ ଘୋଷଣା, ସାମିଲ ହେଲେ ଏହି ଷ୍ଟାର ଖେଳାଳି

Published By : Prameya-News7 Bureau | September 06, 2023 IST

ମେଲବର୍ଣ୍ଣ ୦୭।୦୮ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ୍‌ ୨୦୨୩ । ଚଳିତ ବର୍ଷ ଅକ୍ଟୋବରରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍‌ । ଏଥିପାଇଁ ସବୁ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହିକ୍ରମରେ ଅଷ୍ଟ୍ରେଲିଆ ବୋର୍ଡ ଆଗାମୀ ବିଶ୍ୱକପ୍‌ ଲାଗି ୧୫ ଜଣିଆ ଦଳ ଘୋଷଣା କରିଛି । ଏଥିରେ ପାଟ୍‌ କମିନ୍‌ସଙ୍କୁ ମିଳିଛି ଅଧିନାୟକ ଦାୟିତ୍ୱ ।

wp:html /wp:html

ତେବେ ଘୋଷଣା ହୋଇଥିବା ୧୫ ଜଣିଆ ଅଷ୍ଟ୍ରେଲିଆ ଦଳରେ , ପାଟ୍‌ କମିନ୍ସ (ଅଧିନାୟକ), ଷ୍ଟିଭ୍‌ ସ୍ମିଥ୍‌, ଆଲେକ୍ସ କ୍ୟାରି, ଜୋସ୍‌ ଇନ୍‌ଗ୍ଲିସ୍‌, ସେନ୍‌ ଆବଟ, ଆଷ୍ଟନ ଆଗର, କ୍ୟାମେରୁନ୍‌ ଗ୍ରୀନ୍‌, ଜୋସ୍‌ ହେଜେଲହୁଡ୍‌, ଟ୍ରାଭିସ୍‌ ହେଡ୍‌, ମିଚେଲ୍‌ ମାର୍ସ, ଗ୍ଲେନ୍‌ ମ୍ୟାକ୍ସଓ୍ୱେଲ୍‌, ମାର୍କସ ଷ୍ଟଇନିସ୍‌, ଡେଭିଡ୍‌ ଓ୍ୱାର୍ଣ୍ଣର, ଆଡମ୍‌ ଜାମ୍ପା, ମିଚେଲ୍‌ ଷ୍ଟାର୍କ ରହିଛନ୍ତି । କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ପ୍ରଥମେ ୧୮ ଜଣିଆ ଦଳ ଘୋଷଣା କରିଥିଲା । ଆଉ ଏବେ ୧୫ ଜଣିଆ ଦଳ ଚୂଡ଼ାନ୍ତ କରିଛି ଅଷ୍ଟ୍ରେଲିଆ ବୋର୍ଡ ।

wp:embed {"url":"https://www.prameyanews7.com/this-ex-indian-player-is-worlds-highest-paid-cricket-coach/","type":"wp-embed","providerNameSlug":"prameya-news-7"}
https://www.prameyanews7.com/this-ex-indian-player-is-worlds-highest-paid-cricket-coach/
/wp:embed

ତେବେ ୧୯୭୫ରୁ ଆରମ୍ଭ ହୋଇଥିବା ଦିନିକିଆ ବିଶ୍ୱକପ୍‌ରେ ଏବେ ଯାଏଁ ଅଷ୍ଟ୍ରେଲିଆ ୫ଟି ଟ୍ରଫି ଜିତିସାରିଛି । ବିଶ୍ୱ କ୍ରିକେଟ୍‌ର ସବୁଠୁ ଦମ୍‌ଦାର ଦଳ ମଧ୍ୟରେ ଅଷ୍ଟ୍ରେଲିଆ ଏକ । ତେଣୁ ଚଳିତ ବିଶ୍ୱକପ୍‌ ଟ୍ରଫି ହାତେଇବାରେ ଅଷ୍ଟ୍ରେଲିଆ ପ୍ରବଳ ଦାବିଦାର ଥିବା କ୍ରିକେଟ୍‌ ବିଶେଷଜ୍ଞ କହିଛନ୍ତି ।

wp:embed {"url":"https://www.prameyanews7.com/sikhar-dhawan-not-selected-for-odi-world-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sikhar-dhawan-not-selected-for-odi-world-cup-2023/
/wp:embed

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୫ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ଅକ୍ଟୋବର ୮ରେ ଭାରତ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ସହିତ ଖେଳିବ । ୨୦୨୩ ଦିନିକିଆ ବିଶ୍ୱକପରେ ମୋଟ ୧୨ଟି ଭେନ୍ୟୁ ରହିଛି । ଏଥିରେ ହାଇଦ୍ରାବାଦ୍‌, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍‌ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ୍‌ ମ୍ୟାଚ୍‌ ଖେଳାଯିବ ।

wp:embed {"url":"https://www.prameyanews7.com/rohit-sharma-has-28-hundreds-36-fifties-from-just-158-innings-as-an-opener-in-odis/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rohit-sharma-has-28-hundreds-36-fifties-from-just-158-innings-as-an-opener-in-odis/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.