krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱବିଜେତା ଟିମ୍‌ର ବିଶ୍ୱକପ୍‌କୁ ଅସମ୍ମାନ, ଟ୍ରଫି ଉପରେ ଗୋଡ ରଖିଲେ ଖେଳାଳି, କମିନ୍ସଙ୍କ ଷ୍ଟାଟସରୁ ଫଟୋ ଭାଇରାଲ

20/11/2023 at 1:05 PM

ମୁମ୍ୱାଇ ୨୦/୧୧: ଭାଙ୍ଗିଛି କୋଟି କୋଟି ଲୋକଙ୍କ ସ୍ୱପ୍ନ । କେବଳ କ୍ରୀଡାପ୍ରେମୀ ନୁହେଁ ଭାରତୀୟ କ୍ରିକେଟରଙ୍କ ସ୍ୱପ୍ନ ବି ମାଟିରେ ମିଶିଯାଇଛି । ବିଶ୍ୱକପ୍‌ ପାଇଁ ଟିମ୍ ପ୍ଲେୟାର୍ ଯେପରି ଦିନ ରାତି ଏକ କରିଦିଅନ୍ତି, କ୍ରୀଡାପ୍ରେମୀ ବି ମୁକାବିଲାକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ।

ଚଳିତ ବିଶ୍ୱକପ ଅଭିଯାନରେ ଏକ ରୋମାଞ୍ଚକର ଯାତ୍ରା ସହ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ତେବେ ବିଶ୍ୱବିଜେତା ହେଲେ ସିନା କିନ୍ତୁ ଦେଖାଦେଇଛନ୍ତି ତାଙ୍କର ଅସଲ ପରିଚୟ । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଟ୍ରୋଲ ହେଉଛନ୍ତି ଖେଳାଳି । ଚାରିଆଡୁ ତଟୁ ସମାଲୋଚନା ବି କରାଯାଉଛି ।

ସୂଚନା ଥାଉକି, ବିଶ୍ୱକପ୍ ୨୦୨୩ ଜିତିଛି ଅଷ୍ଟ୍ରେଲିଆ । ହେଲେ ଉତ୍ସବ ପରେ ଅଷ୍ଟ୍ରେଲିଆ କ୍ରିକେଟର ଅଲରାଉଣ୍ଡର ବିଶ୍ୱକପକୁ ଗୋଡ ତଳେ ରଖି ଉଠାଇଥିବା ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ୍ । କପ୍ ଜିତିବା ପରେ ମାର୍ଶଙ୍କ ଏପରି ବ୍ୟବହାରକୁ ସୋଶାଲ ମିଡିଆ ୟୁଜର୍ ଖୁବ୍ ଟ୍ରୋଲ୍ କରୁଛନ୍ତି । କହିବାକୁ ଗଲେ ମାର୍ଶଙ୍କ ଏହି ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ପରେ ଅନ୍ୟାନ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ ହୋଇଥିଲା ।

କମ୍ମିନ୍ସ ପୋଷ୍ଟ କରିଥିବା ଫଟୋରେ ମାର୍ଶ ସୋଫା ଉପରେ ବସିଛନ୍ତି । ଖାଲି ବସିନାହାଁନ୍ତି ତ ଗୋଡ ତଳେ ରଖିଛନ୍ତି ଟ୍ରଫି । ଏମିତିକି କେବଳ ତଳେ ରଖିନାହାନ୍ତି, ବିଶ୍ୱକପ ଉପରେ ଦୁଇ ଗୋଡ ଥୋଇ ହାତରେ ବିଅର୍ ବୋତଲ ଧରି ଫଟୋ କ୍ଲିକ୍ କରିଛନ୍ତି ମାର୍ଶ । ମାର୍ଶଙ୍କ ଏପରି ଖାମଖିଆଲ ଅନ୍ଦାଜକୁ ନାପସନ୍ଦ କରିଛନ୍ତି ନେଟିଜେନ୍ସ । ଏହି ଅଙ୍ଗଭଙ୍ଗୀକୁ ବିଶ୍ୱକପ ପ୍ରତି ଅସମ୍ମାନ ବୋଲି କହିବା ସହ ମାର୍ଶଙ୍କୁ ଟ୍ରୋଲ୍ କରିଛନ୍ତି ।

ସୂଚନା ଥାଉକି, ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଖୋଳାଯାଇଥିଲା ଫାଇନାଲ୍ ମ୍ୟାଚ୍ । , ଆୟୋଜକ ଭାରତକୁ ହରାଇ କପ୍ ହାତେଇଥିଲା କଙ୍ଗାରୁ ଟିମ୍ । ୭ ୱିକେଟରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଜିତି ଷଷ୍ଠ ଥର ପାଇଁ ଟାଇଟଲ୍ ହାତେଇଛି । ବିଜୟ ପରେ ଡ୍ରେସିଂ ରୁମରେ ଏପରି ଫଟୋ ଉଠାଇଥିଲେ ମିଚେଲ ମାର୍ଶ ।

you can also read…

   Related Posts