କମେଣ୍ଟ୍ରି ବେଳେ ହଠାତ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା; ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ
2/12/2022 at 4:49 PM

କାନବେରା: ଟେଷ୍ଟ ମ୍ୟାଚ୍ରେ କମେଣ୍ଟ୍ରି ଦେଉଥିବା ବେଳେ ଛାତିରେ ଯନ୍ତ୍ରଣା ଯୋଗୁ ହସ୍ପିଟାଲ୍ରେ ଗଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ସୁପରଷ୍ଟାର୍ ତଥା ଅଧିନାୟକ ରିକି ପଣ୍ଟିଂ।
ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପର୍ଥରେ ଟେଷ୍ଟ ମ୍ୟାଚ୍ ଚାଲିଥିଲା । ପଣ୍ଟିଂ ଏଥିରେ କମେଣ୍ଟ୍ରି ଦେଉଥିଲେ। ହେଲେ ଛାତିରେ ସମସ୍ୟା ଯୋଗୁ ବିପଦର ଆଶଙ୍କା କରି ତାଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତ୍ତି କରାଯାଇଛି। ତେବେ ପଣ୍ଟିଂ ସୁସ୍ଥ ଅଛନ୍ତି ବୋଲି ତାଙ୍କ ସାଙ୍ଗ କହୁଥିବା ବେଳେ ପରିବାର ପକ୍ଷରୁ କିନ୍ତୁ କୌଣସି ସୂଚନା ମିଳିପାରି ନାହିଁ।
ସୂଚନା ଥାଉକି ରିକି ପଣ୍ଟିଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ହେବା ସହିତ ଜଣେ କିମ୍ବନ୍ତୀ ଖେଳାଳି। ତାଙ୍କ ଅଧିନାୟକତ୍ୱରେ ଦେଶ ଦିନିକିଆ ଓ ଟେଷ୍ଟରେ ବିଶ୍ୱକପ୍ ଜିତିଥିଲା ଦଳ। ତା ସହିତ ସେ ସର୍ବାଧିକ ସ୍କୋର ହାସଲକାରୀ ବ୍ୟାଟରଙ୍କ ତାଲିକାରେ ମଧ୍ୟ ଶୀର୍ଷ ୫ ଜଣଙ୍କ ମଧ୍ୟରେ ରହିଛନ୍ତି।
ରିକି ଟେଷ୍ଟରେ ୧୩୩୭୮ ରନ୍, ଦିନିକିଆରେ ୧୩୭୦୪ କରିଛନ୍ତି। ୨୯୯୫ରୁ ୨୦୧୨ ମଧ୍ୟରେ ସେ ଏହି ସ୍କୋର କରିଥିଲେ। ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟରଙ୍କ ତାଲିକାରେ ବିରାଟଙ୍କ ପଛକୁ ସେ ଦ୍ୱିତୀୟରେ ଅଛନ୍ତି।
୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିବା ଫଣ୍ଟିଂ ୨୦୦୪-୧୦ ମଧ୍ୟରେ ୭୭ ଟେଷ୍ଟରେ କ୍ୟାପ୍ଟେନ୍ସିପ୍ କରିଛନ୍ତି। ସେଥିମଧ୍ୟରୁ ୪୮ ମ୍ୟାଚ୍ ଜିତିଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀ କ୍ୟାପିଟାଲ୍ର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନିଭାଉଛନ୍ତି।