ଟେଷ୍ଟ୍ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା : ବୁମରାହଙ୍କ ସଟ୍‌ରେ ଆହତ ହେଲେ ଗ୍ରୀନ୍, ମୁଣ୍ଡରେ ବାଜିଲା ବଲ୍

Published By : Prameya-News7 Bureau | December 11, 2020 IST

ସିଡନୀ, ୧୧/୧୨:  ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ସ୍ଥାନ ପାଇଥିବା କ୍ୟାମେରନ୍ ଗ୍ରୀନ ଆହତ ହୋଇଛନ୍ତି । ଶୁକ୍ରବାର ଭାରତ-ଏ ବିପକ୍ଷ ମ୍ୟାଚ୍ ବେଳେ ତାଙ୍କ ମୁଣ୍ଡରେ ବଲ୍ ବାଜିଥିଲା । ଏହି ସମୟରେ ବ୍ୟାଟିଂ କରୁଥିବା ଭାରତୀୟ ଖେଳାଲି ଜସପ୍ରିତ ବୁମରାହ । ସେ ଏକ ଷ୍ଟ୍ରେଟ୍ ଡ୍ରାଇଭ୍ ଖେଳୁଥିବା ବେଳେ ବଲ୍ ଗ୍ରୀନଙ୍କ ମୁଣ୍ଡରେ ବାଜିଥିଲା ।

ମୁଣ୍ଡରେ ବଲ୍ ବାଜିବା ପରେ ଗ୍ରୀନ୍ ତଳେ ବସି ପଡିଥିଲେ । ଏହି ସମୟରେ ନନ୍  ଷ୍ଟ୍ରାଇକର ଏଣ୍ଡରେ ଥିବା ମହମ୍ମଦ ସିରାଜ ଗ୍ରୀନଙ୍କ ପାଖକୁ ଆସିଥିଲେ । ମେଡିକାଲ ଟିମ୍ ୨ ମିନିଟ୍ ଯାଏଁ ଗ୍ରୀନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବଲ୍ ତାଙ୍କ ମୁଣ୍ଡର ବାମ ପଟେ ବାଜିଥିବା ଜଣାପଡିଥିଲା ।

wp:html /wp:html

ଏହାପରେ ଗ୍ରୀନ୍ ମେଡିକାଲ ଟିମ୍ ସହ ଗ୍ରୀନ୍ ପଡିଆ ବାହାରକୁ ଚାଲିଯାଇଥିଲେ । କାରଣ ତାଙ୍କ ମୁଣ୍ଡର ଆଉ କିଚି ପରୀକ୍ଷା ବାକି ଅଛି । ଗ୍ରୀନଙ୍କ ବଦଳରେ କନକସନ୍ ସବଷ୍ଟିଚ୍ୟୁଟ୍ ଖେଳାଳି ଭାବେ ପୋଟ୍ରିକ୍ ରୋବଙ୍କୁ ସାମିଲ କରାଯାଇଥିଲା ।

କ୍ରିକେଟ୍ ଅଷ୍ଟ୍ରେଲିଆ ଟିମ୍‌ର ଡାକ୍ତର ପିପ୍ ଡଙ୍ଗେ କହିଛନ୍ତି ଯେ,  ଗ୍ରୀନଙ୍କୁ ଅଷ୍ଟ୍ରେଲିଆ-ଏ ପାଇଁ ବୋଲିଂ କରିବା ବେଳେ ଆଘାତ ଲାଗିଥିଲା । ତାଙ୍କ ସହ ପ୍ରଥମ ଥର ପାଇଁ ଏପରି ହୋଇଛି । ସେ ହୋଟେଲ ଫେରି ଆସିଛନ୍ତି । ସେ ମ୍ୟାଚର ବଳକା ୨ ଦିନ ଖେଳିବେ ନାହିଁ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.