ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଅଣଇୟୁରୋପୀୟ ଦେଶ ଡେଇଁଲେ ଯୁଦ୍ଧକୁ, ୟୁକ୍ରେନ ସମର୍ଥନରେ ବାହାରିଲା ଅଷ୍ଟ୍ରେଲିଆ

31/01/2023 at 6:04 PM

ନୂଆଦିଲ୍ଲୀ ୩୧।୧: ଋଷିଆ-ୟୁକ୍ରେନ ଯୁଦ୍ଧ ଏବେ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧ ଦ୍ୱାରଦେଶରେ ଛିଡା କରିଦେଇଛି। ଇୟୁରୋପୀୟ ଦେଶଙ୍କ ସହ ଏବେ ଅଣ ଇୟୁରୋପୀୟ ଦେଶ ମଧ୍ୟ ୟୁକ୍ରେନକୁ ଯୁଦ୍ଧରେ ସମର୍ଥନ କଲେଣି। ଋଷିଆ ଏପର୍ଯ୍ୟନ୍ତ ଏକାକୀ ଯୁଦ୍ଧ ଲଢୁଛି। ତେବେ ୟୁକ୍ରେନକୁ ଯେପରି ସମର୍ଥନ ଓ ଅସ୍ତ୍ରଶସ୍ତ୍ର ସହାୟତା ମିଳୁଛି ସେଥିରେ ବିଚଳିତ ଋଷିଆ ଏବେ ପରମାଣୁ ଆକ୍ରମଣ ଲାଗି ପ୍ରସ୍ତୁତିରେ ଜୁଟି ଯାଇଛି।

ୟୁକ୍ରେନକୁ ଏପର୍ଯ୍ୟନ୍ତ ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ଓ ପୋଲାଣ୍ଡ ସମର୍ଥନ କରିଆସୁଛନ୍ତି। ତେବେ ପ୍ରଥମଥର ଅଣ ଇୟୁରୋପୀୟ ଦେଶ ଅଷ୍ଟ୍ରେଲିଆ ୟୁକ୍ରେନ ସମର୍ଥନରେ ବାହାରିଛି। ଏହି ସବୁ ଦେଶମାନେ ୟୁକ୍ରେନକୁ ଯୁଦ୍ଧ ଅସ୍ତ୍ରଶସ୍ତ୍ର ସହ ସବୁପ୍ରକାର ଜରୁରି ସହାୟତା ପ୍ରଦାନ କରୁଛନ୍ତି। ନିକଟରେ ୟୁକ୍ରେନକୁ ଯୁଦ୍ଧବିମାନ ଯୋଗାଇ ଦେବା ଲାଗି ଫ୍ରାନ୍ସ ଘୋଷଣା କରିଥିଲା। ଏଥିରେ ଏବେ ଫ୍ରାନ୍ସ ସହ ଅଷ୍ଟ୍ରେଲିଆ ମିସି ୟୁକ୍ରେନର ୧୫୫ ମିମି ତୋପ ଲାଗି ଗୋଳା ନିର୍ମାଣ କରିବାକୁ ଏକଜୁଟ ହୋଇଛନ୍ତି। ଏହି ସବୁ ଗୋଳା ଖୁବ୍ ଶୀଘ୍ର ୟୁକ୍ରେନକୁ ମିଳିଯିବ ବୋଲି ଜଣାପଡିଛି।

ୟୁକ୍ରେନ ଲାଗି ପ୍ରସ୍ତୁତ ହେଉଥିବା ଗୋଳା ଲାଗି ଉଭୟ ଦେଶ ବ୍ୟୟଭାର ବହନ କରିବେ। ଉଲ୍ଲେଖ ଯୋଗ୍ୟ ଯେ ପ୍ରାୟ ୧ ବର୍ଷ ହେବ ଚାଲିଥିବା ଯୁଦ୍ଧରେ ଋଷିଆର ମୁକାବିଲା କରୁଥିବା ୟୁକ୍ରେନର ଅବସ୍ଥା ଶୋଚନୀୟ ହୋଇପଡିଛି। ଏବେ ଯୁଦ୍ଧ ଲାଗି ୟୁକ୍ରେନକୁ ଗୋଳାବାରୁଦ, ଟ୍ୟାଙ୍କ ଓ ଯୁଦ୍ଧବିମାନର ଜରୁରି ଆବଶ୍ୟକତା ପଡୁଛି। ଏଥିଲାଗି ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ଆଗେଇ ଆସିଛନ୍ତି। ଉପୁଜିଥିବା ପରିସ୍ଥିତିରେ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କି ପଶ୍ଚାତ୍ୟ ସହଯୋଗୀଙ୍କୁ ଭାରି ଅସ୍ତ୍ରଶସ୍ତ୍ର ଓ ଦୀର୍ଘ କାଳୀନ ଯୋଗାଣ ନିମନ୍ତେ ନିବେଦନ କରିଛନ୍ତି।

ଜେଲଂସ୍କିଙ୍କ ଏହ ନିବେଦନରେ ଅଷ୍ଟ୍ରେଲିଆ ପ୍ରତିରକ୍ଷାମନ୍ତ୍ରୀ ରିଚର୍ଡ ମାର୍ଲେସ୍ ଓ ଫ୍ରାନ୍ସ ରକ୍ଷାମନ୍ତ୍ରୀ ସେବେଷ୍ଟିୟନ ଲୋକୋର୍ଣ୍ଣୁ ତୋପ ଗୋଳା ଯୋଗାଇ ଦେବାକୁ ମିଳିତ ଘୋଷଣା କରିଛନ୍ତି। ଏବା ପୂର୍ବରୁ ପୋଲାଣ୍ଡ ଓ ବେଲଜିୟମ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ୟୁକ୍ରେନକୁ ଆଶ୍ୱସ୍ତ କରିଛନ୍ତି। ୟୁକ୍ରେନକୁ  ପୋଲାଣ୍ଡ ୬୦ଟି ଅତ୍ୟାଧୁନିକ ଟ୍ୟାଙ୍କ ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ବେଲଜିୟମ ୧୦୦ ମିଲିୟନ ଡଲାରର ସୈନ୍ୟ ଉପକରଣ ଯୋଗାଇବ ବୋଲି ଘୋଷଣା କରିଛି। ଯାହାକୁ ଏପର୍ଯ୍ୟନ୍ତ ୟୁକ୍ରେନକୁ ମିଳିଥିବା ସବୁଠୁ ବଡ ସୈନ୍ୟ ସହାୟତା ବୋଲି କୁହାଯାଉଛି।

ଏହା ପୂର୍ବରୁ ଜର୍ମାନୀ ୧୪ଟି ଲିଓପାର୍ଡ-୨ ଅତ୍ୟାଧୁନିକ ଟ୍ୟାଙ୍କ ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ଆମେରିକା ତାର ଅତ୍ୟାଧୁନିକ ୩୦ ଆବ୍ରାମ ଟ୍ୟାଙ୍କ ଓ ବ୍ରିଟେନ ମଧ୍ୟ ୩୦ଟି ବିଧ୍ୱଂସକ ଟ୍ୟାଙ୍କ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଯଦିଓ ଆମେରିକା ଏଫ-୧୬ ବିମାନ ଯୋଗାଇ ଦେବା ପ୍ରତିଶ୍ରୁତିରୁ ଓହରି ଯାଇଛି ଏହି ଆବଶ୍ୟକତା ପୂରଣ କରିବାକୁ ଫ୍ରାନ୍ସ ଏବେ ଦୃଢ ପ୍ରତିଶ୍ରୁତି ଦେଇଛି। ଚଳିତ ସପ୍ତାହରେ ୟୁକ୍ରେନକୁ ଜର୍ମାନୀ, ଆମେରିକା ଓ ବ୍ରିଟେନ ସେମାନଙ୍କ ଟ୍ୟାଙ୍କ ପହଞ୍ଚାଇ ଦେବେ ବୋଲି ଜଣାପଡିଛି। ଏହି ସବୁ ଅସ୍ତ୍ରଶସ୍ତ୍ର ଓ ଟ୍ୟାଙ୍କ ମିଳିବା ପରେ ୟୁକ୍ରେନ ଅଧିକ ମଜଭୁତ ହୋଇ ଋଷିଆର ମୁକାବିଲା କରିପାରିବ ବୋଲି କୁହାଯାଉଛି।

ସେପଟେ ୟୁକ୍ରେନକୁ ଇୟୁରୋପୀୟ ସଂଘ ଓ ଆମେରିକାର ଘାତକ ଅସ୍ତ୍ରଶସ୍ତ୍ର ସହଯୋଗକୁ ଋଷିଆ ଏବେ ସିଧା ଯୁଦ୍ଧରେ ଏଣ୍ଟ୍ରି ବୋଲି ବିଚାର କରୁଛି। ଏଣୁ ପୁତିନ ଆମେରିକା ସମେତ ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ, ପୋଲାଣ୍ଡ ଓ ବେଲଜିୟମ ସମେତ ଇୟୁରୋପୀୟ ଦେଶ ଓ ଅଷ୍ଟ୍ରେଲିଆକୁ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବା ନିମନ୍ତେ ଚେତାବନୀ ଦେଇଛନ୍ତି।ଏହି ସବୁ ଦେଶମାନେ ୟୁକ୍ରେନକୁ ଦେଉଥିବା ଅସ୍ତ୍ରଶସ୍ତ୍ର ସହାୟତା ଓ ଟ୍ୟାଙ୍କକୁ ନଷ୍ଟ କରିଦେବ ବୋଲି ଋଷିଆ ଧମକ ଦେଇଛି। ଏହା ସହିତ ଏହି ସବୁ ଅସ୍ତ୍ର ଦେଇଥିବା ଦେଶମାନଙ୍କଠୁ ମଧ୍ୟ ହିସାବ ନେବ ବୋଲି କହିଛି। ଏବେ ୟୁକ୍ରେନକୁ ସହାୟତା କରୁଥିବା କୌଣସି ଦେଶକୁ ଛାଡିବନି ବୋଲି ଋଷିଆ ଧମକେଇଛି। ଏଥିରୁ ବିଦେଶୀ ମାମଲା ବିଶେଷଜ୍ଞମାନେ ଏବେ ଦୁଇ ଦେଶଙ୍କ ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧକୁ ପ୍ରବେଶ କରିଯାଇଥିବା ଆଶଙ୍କା କରୁଛନ୍ତି।  

   Related Posts