ବୋଲରଙ୍କ ଘାତକ ବୋଲିଂରେ କଙ୍ଗାରୁ ଧରାଶାୟୀ, ୮୬ ରନର ଅଗ୍ରଣୀ ହାସଲ କଲା ଭାରତ

Published By : Prameya-News7 Bureau | December 11, 2020 IST

ସିଡନୀ ୧୧।୧୨: ଯଶପ୍ରୀତ ବୁମରାଙ୍କ ଅର୍ଦ୍ଧଶତକ ବଳରେ ସମ୍ମାନ ଜନକ ସ୍କୋର କରିବା ପରେ ଘରୋଇ ଅଷ୍ଟ୍ରେଲିଆ ଏ ବିରୋଧରେ ଭାରତୀୟ ବୋଲର ଦମଦାର ପ୍ରଦର୍ଶନ କରିଛନ୍ତି। ବୋଲରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ଅଷ୍ଟ୍ରେଲିଆ ଏ ପ୍ରଥମ ଇନିଂସରେ ୧୦୮ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତ ପ୍ରଥମ ଇନିଂସରେ ଘରୋଇ ଦଳକୁ ୮୬ ରନରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଯଶପ୍ରୀତ ବୁମରାଙ୍କ ଅପରାଜିତ ୫୫ ରନ ବଳରେ ୧୯୪ ରନରେ ଅଲଆଉଟ୍ ହୋଇଥିଲା।

ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଟେଷ୍ଟ ବିଶେଷଜ୍ଞ ଚେତେଶ୍ଵର ପୂଜାରାଙ୍କୁ ଏହି ଦିବାରାତ୍ର ଓ୍ଵାର୍ମ ଅପ୍‌ ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଥିଲା। ମାତ୍ର ଦଳର ପ୍ରମୁଖ ବ୍ୟାଟସମ୍ୟାନ ବିଫଳ ହୋଇଥିଲେ। କୋହଲି ଓ ପୂଜାରାଙ୍କ ଅନୁପସ୍ଥିରିରେ ଦଳର ମଧ୍ୟକ୍ରମ ଭୁଶୁଡି ପଡିଥିଲା। ଦଳ ୨୧ ରନ ଭିତର ୭ ଓ୍ଵିକେଟ୍  ହରାଇଥିଲା। ଏକଦା ୨ ଓ୍ଵିକେଟ୍‌ରେ ୧୦୨ ରନ କରିଥିବା ଭାରତ ୯ ଓ୍ଵିକେଟ୍‌ରେ ୧୨୩ ରନ ସ୍ଥିତିରେ ପହଞ୍ଚିଥିଲା। ହେଲେ ବୁମରା ୫୫ ରନର ଅପରାଜିତ ଇନିଂସ ସହ ସିରଜାଙ୍କୁ ସାଥୀ କରି ନବମ ଓ୍ଵିକେଟ୍‌ରେ ୭୧ ରନ ଯୋଡିଥିଲେ। ଫଳରେ ଭାରତ ୧୯୪ ରନର ସମ୍ମାନଜନକ ସ୍କୋର କରିପାରିଥିଲା।

{"id":376252,"sizeSlug":"large","linkDestination":"none"}

ଏହା ପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଏ ଦଳ ଉପରେ ଭାରି ପଡିଥିଲେ ଭାରତୀୟ ବୋଲର। ମହମ୍ମଦ ଶାମି ଅଷ୍ଟ୍ରେଲିଆ ଶୀର୍ଷ କ୍ରମ ବ୍ୟାଟସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ। ଶାମି ୨୯ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ବୁମରା ୩୩ ରନ ଦେଇ ୨ଟି ଏବ ନବଦୀପ ସାଇନି ୨୬ ରନ ଦେଇ ୩ଟି ସଫଳତା ପାଇଥିଲେ। ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଦଳର ତିନି ଜଣ ବ୍ୟାଟସମ୍ୟାନ ଖାତା ଖୋଲିନଥିବା ବେଳେ ଅଧିନାୟକ ଆଲେକ୍ସ କେରି ସର୍ବାଧିକ ୩୨ ରନ କରିଥିଲେ। ଅଷ୍ଟ୍ରେଲିଆ ଏର ଇନିଂସ ତାସ୍ ପତା ପରି ଭୁଶୁଡି ପରିଥିଲା।

ପ୍ରଥମ ଇନିଂସରେ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କେବଳ ୨୧ ରନ ଭିତରେ ଭାରତର ୭ ବ୍ୟାଟସମ୍ୟାନ ଆଉଟ୍ ହୋଇଥିଲେ। ୧୦୨ ରନ ସ୍କୋରରେ ହନୁମା ବିହାରୀ ଆଉଟ୍ ହୋଇଥିଲେ। ଏହା ପରେ ୧୨୩ରେ ନିୟମିତ ବ୍ୟବଧାନରେ ଦଳ ଓ୍ଵିକେଟ୍ ହରାଇ ଚାଲିଥିଲା। ଆଜିଙ୍କ୍ୟ ରାହାଣେ କେବଳ ୪ ରନ କରି ପାଭିଲିୟନ ଫେରିଥିଲେ। ଋଷଭ ପନ୍ତ କେବଳ ୫ ରନ କରିଥିଲେ। ଋଦ୍ଧିମାନ ଶାହା ଖାତା ମଧ୍ୟ ଖୋଲି ପାରିନଥିଲେ। ଏହା ବ୍ୟତୀତ ନବଦୀପ ସାଇନି ଓ ମହମ୍ମଦ ସାମି ମଧ୍ୟ ଖାତା ନଖୋଲି ପାଭିଲିୟନ ଫେରିଥିଲେ। ୧୨୩ ରନରେ ୯ ଓ୍ଵିକେଟ୍ ହରାଇବା ପରେ ଲାଗୁଥିଲା ଦଳ ୧୩୦ ଭିତରେ ସୀମିତ ରହିଯିବ। ହେଲେ ଯଶପ୍ରୀତ ବୁମରା ଦଳ ମୋର୍ଚ୍ଚା ସମ୍ଭାଳିଥିଲେ।

{"id":376253,"sizeSlug":"large","linkDestination":"none"}

ତିନି ଦିନିଆ ଏହି ଦିବାରାତ୍ର ଓ୍ଵାର୍ମ ଅପ୍ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଦଳର ଆରମ୍ଭ ଆଶାନୁରୂପ ନଥିଲା। ଓପନର ମୟଙ୍କ ଅଗ୍ରଓ୍ଵାଲ ୨ ରନ କରି ଆଉଟ୍ ହୋଇଥିଲେ। ପୃଥ୍ଵୀ ସ ୪୦ ରନ କରିଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ପରିଣତ କରି ପାରିନଥିଲେ। ସ ଦ୍ରୁତ ବ୍ୟାଟିଂ କରି ୨୯ଟି ବଲରୁ ୮ ଚୌକା ସହ ୪୦ ରନ କରିଥିଲେ। ଶୁଭମାନ ଗିଲ୍ ୪୩ ରନର ଉପଯୋଗୀ ଇନିଂସ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.