ସିଡନୀ ୦୮|୧୨ : ମଙ୍ଗଳବାର ଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି୨୦ ମୁକାବିଲା ଖେଳାଯିବ । ଭାରତ ପ୍ରଥମ ଓ ଦ୍ୱିତୀୟ ମ୍ୟାଚ୍ରେ ଦମଦାର ବିଜୟ କରିବା ପରେ ସିରିଜ୍ କବ୍ଜା କରିସାରିଛି । ତେବେ ଆଜିର ମ୍ୟାଚ୍ ଜିତି ସିରିଜ କ୍ଲିନ୍ ସ୍ୱିପ ଲକ୍ଷ୍ୟରେ ରହିଛି ମେନ୍ ଇନ୍ ବ୍ଲୁ । ମଙ୍ଗଳବାର ଦିନ ଭାରତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଅଧିନାୟକ ବିରାଟ କୋହଲି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ ।
ଦିନିକିଆ ସିରିଜ ହାରିବା ପରେ ଟି-୨୦ ସିରିଜର ପ୍ରଥମ ୨ ଟି ମ୍ୟାଚ୍ ଭାରତ ଲଗାତର ଜିତିଛି । ଯାହାଫଳରେ କି ଟି-୨୦ ସିରିଜ୍କୁ କବ୍ଜା କରିଛି ମେନ୍ ଇନ୍ ବ୍ଲୁ । ତେବେ ଲଗାତର ଭାବେ ଭାରତ ପ୍ରଥମ ୨ଟି ମ୍ୟାଚ୍ ଜିତି ସାରିବା ପରେ ମଙ୍ଗଳବାର ମ୍ୟାଚ୍କୁ ହାଲ୍କା ଭାବେ ନେବ ନାହିଁ । ଭାରତ ଯଦି ତୃତୀୟ ମ୍ୟାଚ୍ ଜିତେ, ତେବେ ଅଷ୍ଟ୍ରେଲିଆରେ ଟି-୨୦ ସିରିଜି ମୂଳପୋଛ କରିବାର ସୁଯୋଗ ରହିଛି ।
ବୋଲିଂ ବିଭାଗରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି । ଟି ନଟରାଜନଙ୍କ ଶୃଙ୍ଖଳିତ ବୋଲିଂ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ନିୟମିତ ୟର୍କର ପକାଇବାର କ୍ଷମତା ତାଙ୍କ ପାଖରେ ଅଛି। ପ୍ରଥମ ୨ଟି ମ୍ୟାଚ୍ରେ ସେ ୫ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ତୃତୀୟ ଟି୨୦ରେ ସେ ଆହୁରି ଘାତକ ବୋଲିଂ କରିପାରନ୍ତି।
ତୃତୀୟ ଟି-୨୦ ମ୍ୟାଚ୍ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଆରୋନ୍ ଫିଞ୍ଚ । ତେବେ ଅଷ୍ଟ୍ରେଲିଆ ଏକାଦଶରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ, ଆରୋନ ଫିଞ୍ଚ, ସ୍ମିଥ୍, ଜି. ମାକ୍ସଓ୍ୱେଲ୍, ଏମ୍. ହେନେରିକ୍ସ, ଡି. ସର୍ଟ, ଡି. ସାମ୍ସ, ଏସ.ଆବୋଟ୍, ଏ.ଟାଏ, ଏମ୍.ସ୍ୱେପ୍ସନ୍, ଏ.ଜାମ୍ପା, ମାଥ୍ୟୁ ଓ୍ୱାଡେ
ସେହିପରି ଭାରତୀୟ ଏକାଦଶରେ ସ୍ଥାନ ପାଇଥିବା ଖେଳାଳି- ଶିଖର ଧାଓ୍ୱନ, କେଲ୍ ରାହୁଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ସଞ୍ଜୁ ସାମ୍ସନ୍, ହାର୍ଦ୍ଦିକ ପାଣ୍ଡ୍ୟା, ସର୍ଦ୍ଦୁଲ ଠାକୁର, ଦୀପକ ଚହର, ୟୁଜବେନ୍ଦ୍ର ଚହଲ, ଟି. ନଟରାଜନ