ବିଶ୍ୱକପ୍‌ ୨୦୨୩ : ପୁଣେରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ବାଂଲାଦେଶ

Published By : Prameya-News7 Bureau | November 11, 2023 IST

ପୁଣେ ୧୧।୧୧ : ବିଶ୍ୱକପ୍‌ ୨୦୨୩ । ପୁଣେର ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯିବା ଟୁର୍ଣ୍ଣାମେଣ୍ଟର ୪୩ ତମ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ । ସକାଳ ୧୦ ଟା ୩୦ ମିନିଟରେ ଖେଳାଯିବ ଏହି ମ୍ୟାଚ୍‌ । ସେହିପରି  ଅପରାହ୍ନ ୨ଟାରେ କୋଲକାତାରେ ଖେଳାଯିବ ଆଉ ଏକ ମ୍ୟାଚ୍‌ । ମୁହାଁମୁହିଁ ହେବେ ପାକିସ୍ତାନ-ଇଂଲଣ୍ଡ ।

ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୮ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୬ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ ଦଳ । ତେବେ ଦଳ ସେମିକୁ ଏଣ୍ଟ୍ରି କରିଥିବା ବେଳେ ଆଜିର ମ୍ୟାଚ୍‌ ବିଜୟ ସହ ପଏଣ୍ଟ ଲିଗ୍‌ ପର୍ଯ୍ୟାୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ।

ସେହିପରି ବାଂଲାଦେଶ ଟିମ୍‌ ସେମି ରେସ୍‌ରୁ ଆଉଟ୍‌ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ଟିମ୍‌ ୮ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ମୋଟ ୪ ଅଙ୍କ ସହ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୮ମ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.