ହାର୍ଦ୍ଦିକଙ୍କ ପାଇଁ ବଦଳିଗଲା ଯୁବକଙ୍କ ଭାଗ୍ୟ, ରାତାରାତି ପାଲଟିଗଲେ କୋଟିପତି

Published By : Prameya-News7 Bureau | September 22, 2022 IST

ନୂଆଦିଲ୍ଳୀ ୨୨।୦୯: ବିହାରର ଆରାରେ ରହୁଥିବା ସୌରଭ କୁମାରଙ୍କ ଭାଗ୍ୟ ହଠାତ୍ ବଦଳି ଯାଇଛି। ଏବେ ସେ ରାତାରାତି ପାଲଟି ଯାଇଛନ୍ତି କୋଟିପତି। କିନ୍ତୁ ଏହା ପଛର କାରଣ ହେଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ବାସ୍ତବରେ ଛାତ୍ରମାନଙ୍କୁ ଟ୍ୟୁସନ ଶିକ୍ଷା ଦେଉଥିବା ସୌରଭ ଦୁଇ ବର୍ଷ ଧରି ଅନଲାଇନ୍ କ୍ରିକେଟ୍ ଖେଳରେ ଭାଗ୍ୟ ପରୀକ୍ଷା କରୁଥିଲେ। ସେହିଭଳି ସେ ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚରେ ମଧ୍ୟ ଏକ ଟିମ୍‌ କରିଥିଲେ।  ଯାହା ତାଙ୍କ ଜୀବନର ନୂଆ ମୋଡ଼ ଆଣିଥିଲା। ଏବେ ସୌରଭଙ୍କ ପରିବାରରେ ଖୁସୀର ସୀମା ନାହିଁ।

ଏନେଇ ସୌରଭ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟାରେ ଭାରତ ବନାମ ଅଷ୍ଟ୍ରେଲିଆର ଟି -୨୦ ସିରିଜ ମ୍ୟାଚରେ ଭାରତ ଟିମ୍‌ର ଖେଳାଳି ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ, କେ.ଏଲ୍ ରାହୁଲ, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ବୋଲର ଉମେଶ ଯାଦବ ଏବଂ ଅଷ୍ଟ୍ରେଲିଆ ଦଳର ଖେଳାଳି ୱିକେଟ୍ କିପର ଏମ ସ୍ମିଥ, ଟି ଡେଭିଡ, ସାଗର ଗ୍ରୀନ୍, ବୋଲର ଜେ ହାଜଲି ଓଡ ଏବଂ ନାଥାନ୍ ଇଲ୍ସ ପାଇଁ ଭଲ ପ୍ରଦର୍ଶନ ପାଇଁ ଭାଗ୍ୟ ପରୀକ୍ଷା କରିଥିଲେ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ବ୍ୟାଟିଂ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ମ୍ୟାଚ୍ ଶେଷ ହେବା ପରେ ତାଙ୍କୁ ଏକ କୋଟି ଟଙ୍କା ଜିତିବାକୁ ଏକ ବାର୍ତ୍ତା ମିଳିଥିଲା।

ଏହା ପରେ ସେ ଆକାଉଣ୍ଟ ଚେକ୍‌ କରିଥିଲେ । ଯାହା ଫଳରେ ତାଙ୍କ ଆକାଉଣ୍ଟରେ ପ୍ରାୟ ୭୦ ଲକ୍ଷ ଟଙ୍କା ଆସିଥିଲା। ଏବଂ ୩୦ଲକ୍ଷ ଟଙ୍କା ଟ୍ୟାକ୍ସ ଭାବରେ କଟିଯାଇଛି। ଏକ କୋଟି ଟଙ୍କା ଜିତିବା ନେଇ ସମଗ୍ର ଗ୍ରାମ ଓ ଜିଲ୍ଲାରେ ତାଙ୍କ ବିଷୟରେ ଖୁବ୍‌ ଆଲୋଚନା ହେଉଛି। ଏହା ବ୍ୟତୀତ ସୌରଭ କହିଛନ୍ତି କି ୨୦୧୯ ମସିହାରୁ ସେ ଅନଲାଇନ୍ ଗେମିଂ ଆପରେ ଏକ ଟିମ୍‌ କରୁଛନ୍ତି। ହେଲେ ସେଥିରେ ସେ ଅନେକ ଥର ହଜାର ଟଙ୍କ ଜିତିଛନ୍ତି ନଚେତ୍‌ ହରାଇଛନ୍ତି ।  ବର୍ତ୍ତମାନ ସେ ଏକ ମୋଟା ଅଙ୍କ ପାଇଛନ୍ତି । ସୌରଭ୍‌ଙ୍କ ଏହି ୟୁଜର୍ ଆଇଡି ଜୟ କଂସ ବ୍ରହ୍ମ ବାବାଙ୍କ ନାମରେ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.