ପୁତୁରାର ଟାଙ୍ଗିଆ ଚୋଟରେ ଖୁଡିର ମୃତ୍ୟୁ

Published By : Prameya-News7 Bureau | April 28, 2019 IST

କେଉଁଝର ୨୮/୪: ପାରିବାରିକ କଳହକୁ ନେଇ ପାଟଣା ବ୍ଲକ ଡୁମୁରିଆ ଗ୍ରାମର ବନ୍ଧ ସାହିରେ ବିଳମ୍ବିତ ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ପୁତୁରା ସାଧୁ ଦାଶର ଟାଙ୍ଗିଆ ଚୋଟରେ ଖୁଡି ରୁବେଇ ଦାସଙ୍କ ମୃତ୍ୟୁ ଘଟିଛି।

{"id":108241,"width":595,"height":327}

ସୂଚନା ଅନୁସାରେ  ଘରୋଇ କଳିକୁ  ନେଇ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପୁତୁରା ସାଧୁ ଉତକ୍ଷିପ୍ତ ହୋଇ ଖୁଡି ରୁବେଇର ମୁଣ୍ଡକୁ  ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା ଫଳରେ ରୁବେଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।  ଖବର ପାଇ ଘଟଣା ସ୍ଥଳରେ ଘଟଗାଁ ପୋଲିସ ପହଁଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.