କମୁଛି ସଂକ୍ରମଣ, ଅଗଷ୍ଟରେ ହଟିବ କି କଟକଣା ?

Published By : Prameya-News7 Bureau | July 27, 2021 IST

ଭୁବନେଶ୍ୱର,୨୭/୦୭: ଅଗଷ୍ଟ ପହିଲାରୁ ଲକ୍‌ଡାଉନ ପାଇଁ ନୂଆ ନିୟମ ଆସିବ । କ’ଣ ହେବ କଟକଣା । ଲକ୍‌ଡାଉନ ଖୋଲିବ ନା ଅନ୍‌ଲକ୍‌ ହେବ । ଏ ସବୁକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି କହିଛନ୍ତି, ସରକାର ରୋଗୀ ସଂଖ୍ୟା, ସଂକ୍ରମଣ ହାର ଓ ଲୋକଙ୍କ କୋଭିଡ୍‌ ଗାଇଡଲାଇନ୍‌ ଅନୁପାଳନକୁ ନେଇ ନିଷ୍ପତ୍ତି ନେବେ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଓଡ଼ିଶାକୁ ତୃତୀୟ ଲହରି ଆସିପାରେ, ନ ଆସି ବି ପାରେ । ତୃତୀୟ ଲହରି ଆସିବାର କୌଣସି ଲକ୍ଷଣ ନାହିଁ । କେବେ ଆସିବ, ଏହାର ଅନୁମାନ ଲଗାଇବା ମଧ୍ୟ ସମ୍ଭବ ନୁହେଁ । ରାଜ୍ୟରେ ଏବେ ସଂକ୍ରମଣ କମୁଛି । ତଥାପି ଆଗାମୀ ଦୁଇ/ତିନି ମାସ ସତର୍କ ରହିବାକୁ ହେବ । ନିୟମ ମାନିବାକୁ ହେବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାକୁ ହେବ । ଘର ଭିତରେ ହେଉଥିବା ଗହଳିକୁ ରୋକିବାକୁ ହେବ ।
ଡିଏମ୍‌ଇଟି ପ୍ରଫେସର ମହାନ୍ତି କହିଛନ୍ତି, ସଂକ୍ରମଣ ଟ୍ରେଣ୍ଡ ଏବେ ୧୬୦୦ରୁ ୨୦୦୦ ମଧ୍ୟରେ ରହୁଛି । ଏହି ଟ୍ରେଣ୍ଡ ଅନ୍ୟ ଦେଶରେ ମଧ୍ୟ ଦେଖିବାକୁ ମିଳୁଛି । କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଥିବା ବେଳେ ଅନ୍ୟ ସବୁଠି ସଂକ୍ରମଣ କମି ଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟ ନିୟମ ଦର୍ଶାଉଛି, ମହାମାରୀ ସମୟରେ ଚିକିତ୍ସାକୁ ପ୍ରାଥମିକତା ଦେବା ଦରକାର ।

ମଙ୍ଗଳବାର ସଂକ୍ରମଣ ହ୍ରାସ ପାଇଛି । ସଂଖ୍ୟା ଆଉ ଟେଷ୍ଟ ପଜିଟିଭ୍‌ ରେଟ୍‌ ଉଭୟ ଖସିଛି । ରାଜ୍ୟରେ ୬୦ ହଜାରୁ ଅଧିକ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ୍‌ ହୋଇଛି ୧୬୨୯ ନମୁନା । ପଜିଟିଭ୍‌ ହାର ୨.୨%କୁ ହ୍ରାସ ପାଇଛି । ମୃତକଙ୍କ ସଂଖ୍ୟା ୬୦କୁ କମିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.