oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ତମ ଗିଫ୍ଟ ଦରକାର ନାହିଁ, ଯାହା ଅଛି ଆସି ନେଇଯାଅ – ଖଣ୍ଡି ହିନ୍ଦୀରେ ଚାଲିଛି ବୁଝାମଣା, ହିରୋଇନ ଆଉ କ’ଣ କହୁଛନ୍ତି ଶୁଣନ୍ତୁ

26/12/2019 at 3:53 PM

ଭୁନେଶ୍ବର୨୬/୧୨: ଫୋନରେ ଆପୋଷ ବୁଝାମଣା ଲାଗି ଚେଷ୍ଟା ଜାରି ରଖିଛନ୍ତି ଓଡ଼ିଆ ହିରୋଇନ। ଜଣେ ଅଣ ଓଡିଆ ଯୁବକ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏବେ କିନ୍ତୁ ଘଟଣାରେ ନୂଆ ମୋଡ ଆସିଛି । ଅଭିନେତ୍ରୀ ଜଣଙ୍କ ଘଟଣାରୁ ସ୍ବୀକାର କରୁନଥିବା ବେଳେ ପୁଣି ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି। ତେବେ ସଂପୃକ୍ତ ଯୁବକଙ୍କ ସହ ମାମଲା ରଫାଦଫା କରିବାକୁ ନିଜ ବନ୍ଧୁଙ୍କ ଜରିଆରେ ଅଭିନେତ୍ରୀ ଜଣଙ୍କ ଆଲୋଚନା କରୁଛନ୍ତି । ଯାହାର କିଛି ଅଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଯୁବକ ଜଣଙ୍କ ପ୍ରସ୍ତାବରେ ରାଜି ହୋଇନଥିବା ଅଡିଓଙ୍କୁ ଜଣାପଡିଛି ।

ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମାରାଜୁ ଶିବ କୁମାର ମୁମ୍ବାଇରେ ଚାକିରି କରନ୍ତି। ଶିବ ବିବାହ କରିବା ଲାଗି ୨୦୧୮ ମସିହା ଅଗଷ୍ଟ ମାସରେ ମ୍ୟାଟ୍ରିମନିଆଲ୍‌ ସାଇଟ୍ ରେ ଏକ ଆକାଉଣ୍ଟ ଖୋଲିଥିଲେ। ମ୍ୟାଟ୍ରିମନିଆଲ୍‌ ସାଇଟ୍ ରେ ରାଜୁଙ୍କ ପ୍ରୋଫାଇଲ୍‌ ଦେଖି ଓଲିଉଡ୍‌ର ଜଣେ ଅଭିନେତ୍ରୀ ତାଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ଉଭୟେ କିଛି ଦିନ ଫୋନ୍‌ରେ କଥା ହୋଇଥିଲେ । ଶିବଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ସଂପୃକ୍ତ ଅଭିନେତ୍ରୀ ଜଣଙ୍କ ୨ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ଦେବାର କିଛି ଦିନ ପରେ ଦେଢ ଲକ୍ଷ ଟଙ୍କାର ସୁନା ଚେନ୍‌ ଓ ଏକ ଲାପ୍‌ଟପ୍‌ ଦେଇଥିଲେ ଶିବ। ପରେ ଅଭିନେତ୍ରୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଏହାସହ ଧମକଚମକ ମଧ୍ୟ ଦେଇଥିଲେ। ଏପରିକି ତାଙ୍କୁ ଫୋନ୍‌ କଲେ ଦୁଷ୍କର୍ମ ମାମଲାରେ ଫସାଇଦେବାକୁ ଧମକ ଦେଇଥିଲେ।

ଅଭିନେତ୍ରୀଙ୍କୁ ବିଭିନ୍ନ ସମୟରେ ଟଙ୍କା ଲାପଟପ ଓ ସୁନାଚେନ ଗିଫ୍ଟ ଆକାରରେ ଦେଇଥିବା କହି ଯୁବକ ଜଣଙ୍କ ଏକ ଭିଡିଓ ଜାରି କରିଛନ୍ତି । ଅନ୍ୟପଟେ ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ ଯେ, ଯୁବକ ଜଣଙ୍କ ଜଣେ ସାଇକୋ, ଏପରିକି ଅନ୍ୟ ଝିଅମାନଙ୍କ ସହିତ ତାଙ୍କର ସମ୍ପର୍କ ବି ଥିଲା । ଏବେ ମାମଲା ହାଟରେ ଗଡ଼ିବା ପରେ ଉଭୟଙ୍କ ବାର୍ତ୍ତାଳାପ ଏବେ ଭାଇରାଲ୍ ହୋଇଛି।

   Related Posts