ଅଡିଓ କ୍ଲିପ୍ ଭାଇରାଲ: ୩୮ ହଜାର ନେଣଦେଣ କିନ୍ତୁ ଥାନା ବାବୁଙ୍କ ହାତକୁ ଡାଇରେକ୍ଟ ଆସିନି, ଶୁଣନ୍ତୁ କିଏ କ'ଣ କହୁଛନ୍ତି...

Published By : Prameya-News7 Bureau | August 24, 2020 IST

ଭଦ୍ରକ୨୪/୮:  ଚୋରା ବାଲି ଚାଲାଣକୁ ନେଇ ଗତକାଲି ଗଞ୍ଜାମ ହିଞ୍ଜିଳିରେ କେମିତି ତୁମୁଳକାଣ୍ଡ ହୋଇଥିଲା ତାହା ତ ଦେଖିଥିଲେ ।  ଭଦ୍ରକରେ ବାଲି ମାଫିଆ ଏବଂ ଆଇଆଇସିଙ୍କ କଥାବାର୍ତ୍ତାର ଅଡିଓ କ୍ଲିପ୍ ଭାଇରାଲ ହେବା ପରେ ଭଣ୍ଡାରିପୋଖରୀ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି। ଭଣ୍ଡାରିପୋଖରୀରୁ ଭଦ୍ରକ ଜିଲ୍ଳା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି।

କେବଳ ପୋଲିସ କାହିଁକି ବାଲି ମାଫିଆଙ୍କ ସହ ସ୍ଥାନୀୟ ସରପଞ୍ଚ-ବିଡିଓ ଏବଂ ପୋଲିସ ମିଲି ଭଗତରେ ଚାଲିଛି ପୂରା ବ୍ୟବସ୍ଥା । ପୋଲିସ ଆଉ ବାଲିମାଫିଆଙ୍କ ଭିତରେ ହୋଇଥିବା କଥାବାର୍ତ୍ତାର ଏକ ଅଡ଼ିଓ ଭାଇରାଲ୍‌ ହେବା ପରେ ପଦାକୁ ଆସିଛି ସାଂଘାତିକ ସତ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ବୈତରଣୀ ନଦୀରୁ ବେଆଇନ୍‌ ବାଲି ଚାଲାଣ ଚାଲିଛି । ଆଉ ବାଲି ଚୋରା ଚାଲାଣରେ ମାଫିଆଙ୍କ ଠାରୁ ବଟି ନେଇ ସେମାନଙ୍କୁ ସୁଯୋଗ ଦେଉଛନ୍ତି  ସ୍ଥାନୀୟ ସରପଞ୍ଚ-ବିଡିଓ-ଥାନାବାବୁ । ବାଲି ମାଫିଆ ଏବଂ ପୋଲିସ ଭିତରେ କଥାବାର୍ତ୍ତାର ଏକ ଅଡ଼ିଓ ଭାଇରାଲ୍‌ ହେବା ପରେ ପଦାକୁ ଆସିଛି ଏହି ସାଂଘାତିକ ସତ । ଭାଇରାଲ୍‌ ହୋଇଥିବା ଅଡ଼ିଓରେ ହୋଇଥିବା କଥାବାର୍ତ୍ତା ଶୁଣନ୍ତୁ…

wp:html /wp:html

ଅଡ଼ିଓରେ ଥିବା ପୋଲିସ ବାବୁ ଭଣ୍ଡାରିପୋଖରୀ ଥାନା ଅଧିକାରୀ ବୋଲି ଚର୍ଚ୍ଚା ହେଉଥିଲା। ଯେଉଁଥିରେ ବାଲି ମାଫିଆ ମାୟାଧର ନାୟକଙ୍କ ସହ କଥା ହେଉଛନ୍ତି ଥାନାବାବୁ। ଉଭୟଙ୍କ ଭିତରେ ହୋଇଥିବା କଥାବାର୍ତ୍ତାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିଲ୍‌ ହୋଇଥିବା ଜଣାପଡୁଥିଲା। ସେପଟେ ବଟି ବାବଦରେ ପୂର୍ବରୁ ୧୦ ହଜାର ଟଙ୍କା ଓ ପରେ ୨୮ହଜାର ଟଙ୍କା ଦେଇଥିବା ବାଲି ମାଫିଆ ମାୟାଧର କହୁଛନ୍ତି । ତେବେ ସେ ଏହି ଟଙ୍କା ସିଧା ସଳଖ ଥାନା ଅଧିକାରୀଙ୍କୁ ଦେଇନଥିବା ଏବଂ ଯାହାକୁ ଦେଇଥିଲେ ତାଙ୍କ ଠାରୁ ଥାନା ଅଧିକାରୀଙ୍କ ପାଖରେ ଟଙ୍କା ପହଞ୍ଚିଥିବା ମାୟାଧର କନଫର୍ମ ବୋଲି କହୁଛନ୍ତି ।

ମାୟାଧରଙ୍କ କଥାରୁ ଅନେକ କିଛି ସଂକେତ ମିଳୁଛି । ନାଇଁ ନାଇଁ କରି ଅନେକ କିଛି ଗୁମର ଲୁଚାଇବାକୁ ଚେଷ୍ଟା କରୁଛନ୍ତି ଗାଡ଼ି ମାଲିକ ମାୟାଧର । ବେଆଇନ୍‌ ବାଲି ଚାଲାଣ କାରବାର ଭିତରେ ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କ ଭୂମିକା ମଧ୍ୟ ସଂଦେହ ଘେରକୁ ଆସିଛି ।

ସରପଞ୍ଚଙ୍କ ପ୍ରତିନିଧି କହୁଛନ୍ତି କେହି ଟଙ୍କା ନେଇନାହାନ୍ତି । ଯଦି କେହି ଟଙ୍କା ନେଇ ନାହାନ୍ତି ତାହେଲେ ପୋଲସବାବୁ ଆଉ ବାଲି ମାଫିଆଙ୍କ ଭିତରେ ହୋଇଥିବା କଥାବାର୍ତ୍ତାରେ ହଜାର ହଜାର ଟଙ୍କାର ଡିଲ୍‌ କଥା ପଦାକୁ ଆସିଲା କେମିତି ? ଭାଇରାଲ୍‌ ହେଉଥିବା ଏହି ଅଡ଼ିଓର ତଦନ୍ତ ହେବା ଦରକାର । ପ୍ରତ୍ୟେକ ଦିନ ବୈତରଣୀର ବାଲି ପୋଖରୀ ନଦୀ ପଠାରୁ ବେଆଇନ୍‌ ଭାବେ ଟନ୍‌ ଟନ୍‌ ବାଲି ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପୋଲିଓ, ସରପଞ୍ଚ , ତହସିଲଦାର, ବିଡିଓ କ’ଣ ଏକଥା ଜାଣି ନାହାନ୍ତି ? ନା’ ସମସ୍ତେ ଜାଣି ଶୁଣି ବଟି ନେଇ ବେଆଇନ୍‌ ବାଲି ଚାଲାଣକୁ ପ୍ରଶ୍ରୟ ଦେଇଛନ୍ତି । ବାଲି ଚୋରା ଚାଲାଣ ଘଟଣାକୁ ନେଇ ପୂର୍ବରୁ ଭଣ୍ଡାରି ପୋଖରୀ ଥାନାର ୫କର୍ମଚାରୀଙ୍କ ବଦଳି ହୋଇଥିଲା । ଏହି ଅଡିଓ କ୍ଳିପ୍ ଭାଇରାଲ ହେବା ଘଟଣାରେ ଭଣ୍ଡାରିପୋଖରି ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.