ଅଡିଓ କ୍ଲିପ୍ ଭାଇରାଲ ଘଟଣା: ତଦନ୍ତ ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | August 14, 2020 IST

ବାଲେଶ୍ବର୧୪/୮:  ପୋଲିସ-ବ୍ରାଉନସୁାଗର ମାଫିଆ କଥାବାର୍ତ୍ତା ଭାଇରାଲ ଘଟଣାରେ ପୂର୍ବାଞ୍ଚଳ ରେଞ୍ଚ୍ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କ ପ୍ରେସମିଟ୍। ଜଳେଶ୍ବର ପୋଲିସ ଷ୍ଟେସନ ବିରୋଧରେ ଅଭିଯୋଗ ଆସିଛି।ଗତକାଲି କିଛି ଭିଡିଓ କ୍ଲିପ୍, ଅଡିଓ କ୍ଲିପ୍, ଫଟୋଗ୍ରାଫ ହସ୍ତଗତ ହୋଇଛି। ଏହି ଘଟଣାରେ ତଦନ୍ତ ପାଇଁ SPଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍‌ପି ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି।

 କରୋନା କଟକଣାକୁ ଖାତି ନ କରି ଲକଡାଉନରେ ଚାଲିଥିଲା ଧଳା ଜହର କାରବାର। ବାଲେଶ୍ବର ଜିଲ୍ଲା ଜଳେଶ୍ବରକୁ ଅନ୍ୟ ରାଜ୍ୟରୁ ଆସୁଛି ଧଳା ଜହର ବା ବ୍ରାଉନ୍ ସୁଗାର। ଏନେଇ ପୂର୍ବରୁ ନ୍ୟୁଜ୭ରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା। ହେଲେ ଏହି ବ୍ରାଉନସୁଗାର ରାଜ୍ୟକୁ କେମିତି ଆସୁଛି ସେ ସଂପର୍କରେ ଅବକାରୀ ବିଭାଗ ଅନେକ ସମୟରେ ଟେର୍ ପାଉନଥିଲା। ଏହି କାରବାରରେ କେତେକ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ହାତ ଥିବା ଏବେ ଅଭିଯୋଗ ହୋଇଛି। ଏପରି ଏକ ଅଡିଓ ନ୍ୟୁଜ୍ ୭ ହାତରେ ଲାଗିଥିଲା। ଯାହାର ଅଡିଓ କ୍ଲିପ ପ୍ରସାରଣ ହେବା ପରେ ଆକ୍ସନ ମୋଡ୍‌ରେ ବରିଷ୍ଠ ପୋଲିସ୍ ଅଧିକାରୀ। ଏହି ଭିଡିଓରେ  ସ୍ଥାନୀୟ ଥାନା ବାବୁ ଏବଂ ବ୍ରାଉନସୁଗାର ମାଫିଆଙ୍କ ବାର୍ତ୍ତାଳାପର କଣ୍ଠସ୍ବର ରହିଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.