ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ୍‌କୁ ସହଯୋଗ: ଅଡିଓ କ୍ଲିପ୍ ମାମଲାରେ ଥାନାକୁ ଆସିଲେ ଓ୍ବେବ୍‌ ପୋର୍ଟାଲ ପ୍ରତିନିଧି

Published By : Prameya-News7 Bureau | August 19, 2020 IST

ଭୁବନେଶ୍ବର୯/୮:  କୋଭିଡ୍‌ ସଂପର୍କୀତ ଭୁଲ ତଥ୍ୟର ଅଡିଓ କ୍ଲିପ୍ ଭାଇରାଲ ମାମଲାରେ ଏକ ଓ୍ବେବ୍‌ ପୋର୍ଟାଲର ମୁଖ୍ୟ କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି।  ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉକ୍ତ ଓ୍ବେବ ପୋର୍ଟାଲର ମୁଖ୍ୟ ଥାନାରେ ହାଜର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ,  ଉକ୍ତ ଓ୍ବେବ ପୋର୍ଟାଲରେ ଅପଲୋଡ ହୋଇଥିବା ଅଡ଼ିଓ  ସଂପର୍କରେ  ତାଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ୍। କୋଭିଡ୍‌ ସଂପର୍କୀତ ଭୁଲ ତଥ୍ୟର ଓରିଜିନାଲ ଅଡିଓ  ସହ ଭାଇରାଲ ଅଡିଓର ତାଳମେଳ ପରୀକ୍ଷା କରୁଛି ପୋଲିସ।

 କୋଭିଡ୍ ଯୋଦ୍ଧାଙ୍କ ସଂପର୍କରେ ବିଭ୍ରାନ୍ତିକର ଭାଇରାଲ୍ ଅଡିଓ ମାମଲାରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ଲାଗି ଗତକାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରେ ସହଯୋଗ କଲୋ ଗିରଫ ହେବନାହିଁ ବୋଲି ମଧ୍ୟ  ହାଇକୋର୍ଟ କହିଥିଲେ। ହାଇକୋର୍ଟରେ ସଂପୃକ୍ତ ଟେଲିଭିଜନ ଚ୍ୟାନେଲର କର୍ତ୍ତୃପକ୍ଷ ଆଗୁଆ ଜାମିନ୍ ଆବେଦନ କରିଥିଲେ । ୩ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.