LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜି-୨୦ ସମ୍ମିଳନୀ ହେବାକୁ ଥିବା ଭେନ୍ୟୁରେ ଲାଗିଥିବା ତ୍ରିରଙ୍ଗାକୁ ଖୋଲିଦେବାକୁ ଧମକ, ତଦନ୍ତ ଜାରି

25/03/2023 at 9:25 PM

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ଦିଲ୍ଲୀର ପ୍ରଗତୀ ମୈଦାନରେ ହେବ। ହେଲେ ଏତିକି ବେଳେ ପ୍ରଗତି ମୈଦାନରେ ଉଡ଼ୁଥିବା ତ୍ରିରଙ୍ଗା ଖୋଲି ଦେବାକୁ ଧମକ ମିଳିଛି। ଏକ ଅଡିଓ ଭଏସ୍‌ ମାଧ୍ୟମରେ ତ୍ରିରଙ୍ଗା ଖୋଲି ସେଠାରେ ଖଲିସ୍ତାନୀ ପତାକା ଲଗାଇବାର ଧମକ ମିଳିଥିବା ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମାମଲାରେ ତଦନ୍ତ ଜାରି ରହିଛି।

ଦୁଇଦିନ ତଳେ ଜଣେ ବ୍ୟକ୍ତିଙ୍କ ପାଖକୁ ଏଭଳି ଅଡିଓ ଧମକ ଆସିଥିଲା। ଏହାପରେ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ କହିଛି। ଧମକରେ ବ୍ୟକ୍ତି ଜଣକ ଅମ୍ରିତପାଲ ଉପରେ ହେଉଥିବା ଚଢ଼ାଉକୁ ବିରୋଧ କରିଛି। ଅମ୍ରିତପାଲ ସମର୍ଥକମାନେ ପ୍ରଗତୀ ମୈଦାନରେ ଲାଗିଥିବା ତ୍ରିରଙ୍ଗା ପତାକାକୁ ଓହ୍ଲାଇ ଦେବେ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗାଳିଗୁଲଜ ବି କରିଛି। ବ୍ୟକ୍ତି ଜଣଙ୍କ ଅଜଣା ନମ୍ବରରୁ କଲ୍ କରିଥିବା ବେଳେ ନମ୍ବର ଟ୍ରାସ୍ କରାଯାଉଛି।

ଏହି ଘଟଣାରେ ହିଂସା ଉସ୍‌କାଇବା ଅଭିଯୋଗରେ ପୁଲିସ ମାମଲା କରିଛି। ଦିଲ୍ଲୀ ବିମାନ ବନ୍ଦରରେ ଜଣେ ଯାତ୍ରୀ କରିବାକୁ ଆସିଥିବା ବେଳେ ତାଙ୍କୁ ଧମକ ମିଳିଥିଲା। ବର୍ତ୍ତମାନ ଅଡିଓ କଲ୍‌କୁ ଟ୍ରାସ୍ କରାଯାଉଛି। ତେବେ ଧମକ ମିଳିବା ପରେ ପ୍ରଗତି ମୈଦାନ ଓ ଦିଲ୍ଲୀର ସମ୍ବେଦନଶୀଳ ଏରିଆଗୁଡ଼ିକରେ ପୁଲିସ ମୁତୟନ କରାଯାଇଛି।

   Related Posts