'ପେଟେ ପିଇବା, ପଡିଆରେ ନାଚିବା, ତା'ପରେ...' ବାବୁଙ୍କ ମନରେ ଖାଲି କାମନା

Published By : Prameya-News7 Bureau | July 06, 2020 IST

 ଭୁବନେଶ୍ବର୬/୭: ଫୋନ୍‌ ଅଡ଼ିଓରେ ବାବୁଙ୍କ ବିକଳ ପ୍ରେମ... ପଦାରେ ପଡିଗଲା ଉଚ୍ଚ ପଦାଧିକାରଙ୍କ କୁତ୍ସିତ ଅଶ୍ଳୀଳ କାରନାମା। ଅଫିସର ଜଣଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ ବରିଷ୍ଠ ଓଏଏସ୍ ଅଫିସର‌। ପଦ ମର୍ଯ୍ୟଦା ଭୁଲିଗଲେ। ଅଶ୍ଳୀଳ କାମନାକୁ ରୋକି ପାରିଲେ ନାହିଁ। ଏବେ ତାଙ୍କ କଥା ସାଧାରଣରେ ଚର୍ଚ୍ଚା। ସୋସିଆଲ ମିଡିଆରେ ଯୁବତୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇଛନ୍ତି। ଅତି କୁତ୍ସିତ କାମନା ପ୍ରକାଶ କରିଛନ୍ତି। ଆଉ ଏବେ ହରଡ଼ଘଣାରେ ପଡିଛନ୍ତି ଓଏଏସ୍‌ ଅଧିକାରୀ। ଫୋନ୍ କଲରେ ଶୁଣନ୍ତୁ ଓଏଏସ୍‌ ଅଧିକାରୀଙ୍କ ଅଶ୍ଳୀଳ କଥା...

wp:html /wp:html

ଅଫିସର ଜଣଙ୍କ ଆୟୁଷ ନିର୍ଦ୍ଦେଶାଳୟର ସର୍ବୋଚ୍ଚ ଅଧିକାରୀ। ଅର୍ଥାତ ନିର୍ଦ୍ଦେଶକ ପଦରେ ଅଛନ୍ତି। କିନ୍ତୁ ସେ ଅଭିଯୋଗକାରିଣୀ ଯୁବତୀଙ୍କୁ ପଠାଇଥିବା ମେସେଜ୍‌ ପ୍ରମାଣ କରୁଛି ଯେ, ଯୁବତୀଙ୍କୁ ସେ କିଭଳି ଭାବେ ମାନସିକ ନିର୍ଯାତନ ଦେଉଥିଲେ। ଏନେଇ ଭୁବନେଶ୍ବର ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ସଂପୃକ୍ତ ଯୁବତୀ। ତାଙ୍କ ସହ ଶାରୀରିକ ସଂପର୍କ ନ ରଖିଲେ, ଚାକିରି ଚାଲିଯିବ ବୋଲି ଯୁବତୀଙ୍କୁ ସେ ଧମକ ମଧ୍ୟ ଦେଉଥିଲେ ନିର୍ଦ୍ଦେଶକ ମହାଶୟ। ଏବେ ଆୟୁଷ୍ ନିର୍ଦ୍ଦେଶାଳୟର ଏହି ସର୍ବୋଚ୍ଚ ଅଧିକାରୀଙ୍କ ନାଁରେ ଏଭଳି ସଂଗୀନ ଅଭିଯୋଗ ସୃଷ୍ଟି କରିଛି ଆଲୋଡ଼ନ। ଖାଲି ଫୋନ୍‌ରେ ଅଶ୍ଳୀଳ କଥା କହୁନଥିଲେ, ଯୁବତୀଙ୍କ ମୋବାଇଲ୍‌ ହ୍ବାଟସ୍‌ଆପ୍‌କୁ ଅଶ୍ଳୀଳ ଭିଡିଓ ଓ ମେସେଜ୍‌ ମଧ୍ୟ ପଠାଉଥିଲେ। ତାଙ୍କ ଶାରୀରିକ ସଂପର୍କ ରଖିବାକୁ ନିବେଦନ ମଧ୍ୟ କରିଥିଲେ। ଶୁଣନ୍ତୁ ଯୁବତୀ ଜଣଙ୍କ କଣ କହୁଛନ୍ତି….

wp:html /wp:html

 ଏହି ସମସ୍ତ ପ୍ରମାଣ ଧରି ନ୍ୟାୟ ପାଇବା ଆଶାରେ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା।  ୨୫ ବର୍ଷ ବୟସ୍କା ଯୁବତୀ ଜଣଙ୍କ ଆୟୁଷ ନିର୍ଦ୍ଦେଶାଳୟରେ ଆକାଉଣ୍ଟସ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଏହି ସମୟରେ ଆୟୁଷ୍ ନିର୍ଦ୍ଦେଶାଳୟର ଅଧିକାରୀ ଜଣଙ୍କ ଯୁବତୀଙ୍କୁ ବାରମ୍ବାର ହଇରାଣ କରୁଥିଲେ ।  ଏହି ଓଏଏସ୍‌ ଅଧିକାରୀ ଜଣଙ୍କ ଫୋନ୍‌ରେ ଯୁବତୀଙ୍କୁ ଯାହା କହୁଛନ୍ତି ତାହା ଶୁଣିବା ପରେ ଆପଣ ବି ତାଜୁବ ହୋଇଯିବେ। ଗାଧୁଆ ଘରେ ଉଲଗ୍ନ ଅବସ୍ଥାରେ ଭିଡିଓ କଲ କରିବାକୁ ଯୁବତୀଙ୍କୁ ଅଫିସର ଜଣକ ବାଧ୍ୟ କରୁଛନ୍ତି।  ସଂପର୍କ ନିବିଡ କରିବାକୁ ହେଲେ ଏ ସବୁ କରିବାକୁ ପଡେ ବୋଲି ଯୁବତୀଙ୍କୁ ସେ ବୁଝାଉଛନ୍ତି। ଏ ସବୁ କରିବାକୁ ଯୁବତୀ ଜଣଙ୍କ ମନା କରିବାରୁ ଓଏଏସ୍‌ ଅଧିକାରୀ ଜଣଙ୍କ ତାଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରୁଛନ୍ତି। ଏବେ ଏହି ଅଡ଼ିଓ, ମୋବାଇଲ୍ ଚାଟିଂ ଏବଂ ଥାନାରେ ଅଭିଯୋଗକୁ ନେଇ ଆଲୋଡ଼ନ। ଜଣେ ବରିଷ୍ଠ ଓଏଏସ୍‌ ଅଫିସର ତାଙ୍କ ପଦ ପର୍ଯ୍ୟଦାର ଦୁରୁପଯୋଗ କରି କାମନା ଚରିତାର୍ଥ କରିବାକୁ ଏପରି କରିବା ଯେତିକି ବିସ୍ମୟକର ସେତିିକି ଚିନ୍ତାଜନକ। ଏବେ ଅପେକ୍ଷା ବାବୁଙ୍କ ଉପରେ କେବେ ପଡିବ କାର୍ଯ୍ୟାନୁଷ୍ଠାନର ପ୍ରହାର ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.