ରୋନାଲ୍ଡୋ-ମେସିଙ୍କ ମ୍ୟାଚ୍ ପାଇଁ ୨୧.୨ କୋଟି ଟଙ୍କାର ଟିକେଟ୍, ସାଉଦିର ବ୍ୟବସାୟୀ ଜିତିଲେ ନିଲାମୀ

Published By : Prameya-News7 Bureau | January 19, 2023 IST

ନୂଆଦିଲ୍ଲୀ: ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଫିଫା ବିଶ୍ୱକପ ପରେ ଗୁରୁବାର ନିଜର ପ୍ରଥମ ମ୍ୟାଚ୍ ଖେଳିବା ପାଇଁ ପ୍ରସ୍ତୁତ ଅଛନ୍ତି । ନିୟୋନଲ ମେସିଙ୍କ କ୍ଲବ ପେରିସ୍ ସେଣ୍ଟ ଜର୍ମନ ବିପକ୍ଷରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବେ । ଏଥିରେ ଅଲ ନସର ଏବଂ ଅଲ ହିଲାଲ ଟିମର ଖେଳାଳିଙ୍କ ମିଶ୍ରିତ ଟିମ ପିଏସଜିର ବିପକ୍ଷରେ ଖେଳିବ । ଏହି ମ୍ୟାଚରେ ବର୍ତ୍ତମାନ ସମୟର ଦୁଇ ମହାନ ଖେଳାଳି ରୋନାଲ୍ଡୋ ଏବଂ ମେସି ମୁହାଁମୁହିଁ ହେବେ । ଯଦିଓ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲା, କିନ୍ତୁ ଏହାକୁ ଦେଖିବା ପାଇଁ ପ୍ରସଶଂକଙ୍କ ମଧ୍ୟରେ ଉତ୍ସାହ ରହିଛି । ଜଣେ ଅଧିକାରୀ କହିଥିଲେ ଯେ ଏହି ମ୍ୟାଚର ଟିକେଟ୍ ପାଇଁ ସାଉଦି ଆବରର ଜଣେ ବ୍ୟବସାୟୀ ୨.୬ ମିଲିୟନ ଡଲାରରେ ନିଲାମ ଡାକିଥିଲେ ।

ଅଧିକାରୀ କହିଛନ୍ତି ଯେ ସାଉଦି ଆରବର ଜଣେ ରିୟଲ ଇଷ୍ଟେଟ୍ ବ୍ୟବସାୟୀ ରିୟାଦରେ ଗୁରୁବାର ହେବାକୁ ଥିବା ମ୍ୟାଚ ପାଇଁ ୨୧ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । ରୋନାଲ୍ଡ ଅଲ ନସାର ସହ ଚୁକ୍ତି ସ୍ୱାକ୍ଷର କରିବା ପରେ ସାଉଦି ଆରବରେ ଏହା ତାଙ୍କର ପ୍ରଥମ ମ୍ୟାଚ୍ ହେବ । ଅଲ ନାସର ସହ ରୋନାଲ୍ଡୋ ୨୦୨୫ ଯାଏ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

ଗୁରୁବାର ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ରୟାଲ କୋର୍ଟର ଜଣେ ପରାମର୍ଶଦାତା ଏବଂ ସାଉଦି ଆରବର ଜେନେରାଲ ଏଣ୍ଟରଟେଇନମେଣ୍ଟର ଅଥରିଟିର ଅଧ୍ୟକ୍ଷ, ତୁର୍କି ଅଲ-ଶେଖ ଏକ ସ୍ୱତନ୍ତ୍ର ଟିକେଟ୍ ପାଇଁ ନିରାମ ଘୋଷଣା କରିଥିଲେ । ଏହି ଟିକେଟ୍ ହାସଲ କରିଥିବା ବ୍ୟକ୍ତିଙ୍କୁ ଖେଳାଳିଙ୍କ ସହ ଫୋଟ ଉଠାଇବା ସହ ଲକର ରୁମରେ ସେମାନଙ୍କ ସହ ସମୟ ବିତାଇର ସୁଯୋଗ ମିଳିବ । ଏହି ଟିକେଟ୍ ୨୧ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.