ସୁଝିଲେନି ଠିକାଦାରଙ୍କ ୧୮ଲକ୍ଷ ଟଙ୍କା, ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ନିଲାମ

Published By : Prameya-News7 Bureau | November 17, 2023 IST

ଭୁବନେଶ୍ବର ୧୭।୧୧: ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ନିଲାମ । ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ନ ଦେଇପାରିବାରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ସିନିୟର୍ ଡିଭିଜନ୍ ସବ୍ ଜଜ୍ଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଲାମ ହେଉଛି । ନିଲାମ ପାଇଁ ମୁଖ୍ୟ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି କୋର୍ଟ କର୍ମଚାରୀ । ମୁଖ୍ୟ ଯନ୍ତ୍ରୀଙ୍କ ଅଫିସ୍‌ର କମ୍ପ୍ୟୁଟର, ପ୍ରିଣ୍ଟର, ଏସି ଆଦି ଉଠାଇ ନିଆଯାଇଛି ।

ତେବେ କନଷ୍ଟ୍ରକସନ୍ ଇଣ୍ଡିଆର ଠିକାଦାର ଦୀନେଶ ପାଠକଙ୍କ ମାମଲାର ଶୁଣାଣି ପରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ମୁଖ୍ୟ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା ସମୟ ନେଇଥିଲେ । ଅପ୍ରେଲ ୨୯ ତାରିଖରେ ପୂର୍ବରୁ କୋର୍ଟ ଏହିଭଳି ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ସମୟ ନିଆଯାଇଥିଲା । ସମୟ ମଧ୍ୟରେ ଟଙ୍କା ପୈଠ ନ କରିବାରୁ ପୁଣି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

୧୯୯୮ ମସିହାରେ ନତାଲା ନିର୍ମାଣ କରିଥିଲେ କନଷ୍ଟ୍ରକସନ୍ ଇଣ୍ଡିଆ ଠିକାଦାର । ସରକାର ଟଙ୍କା ବାକି ରଖିବାରୁ ଠିକାଦାର କୋର୍ଟ ଯାଇଥିଲେ ।

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.