ନୂଆ ବର୍ଷ ୨୦୨୩କୁ ନ୍ୟୁଜିଲ୍ୟାଣ୍ଡରେ ଭବ୍ୟ ସ୍ୱାଗତ, ଆତସବାଜୀରେ ଆଲୋକିତ ହେଲା ରାତ୍ରି
31/12/2022 at 5:33 PM

ଅକଲ୍ୟାଣ୍ଡ ୧।୧୨: ଆଉ କିଛି ଘଣ୍ଟା ପରେ ଭାରତରେ ନୂଆ ବର୍ଷକୁ ସ୍ୱାଗତ କରାଯିବ। ୨୦୨୩ ସ୍ୱାଗତରେ ଉତ୍ସବ ପାଳନ ହେବ। ୨୦୨୨ ବିଗତ ବର୍ଷ ହୋଇଯିବ। ଦୀର୍ଘ ୨ ବର୍ଷ ପରେ ବିଶ୍ୱ ବିନା କରୋନା ପ୍ରୋଟକଲରେ ନୂଆବର୍ଷକୁ ସ୍ୱାଗତ କରୁଛି। ଏହାକୁ ନେଇ ଭାରତରେ ମଧ୍ୟ ଲୋକେ ନୂଆବର୍ଷ ସ୍ୱାଗତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ପଡୋଶୀ ଚୀନ୍ରେ ବିକରାଳ ରୂପ ଧାରଣ କରିଥିବା କରୋନାକୁ ଦେଖି ସରକାର ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ।
#WATCH | People in New Zealand cheerfully welcome New Year 2023 amid fireworks & light show. Visuals from Auckland.#NewYear2023
— ANI (@ANI) December 31, 2022
(Source: Reuters) pic.twitter.com/mgy1By4mmA
ଏପଟେ ନ୍ୟୁଜଲ୍ୟାଣ୍ଡରେ ନବବର୍ଷ ସ୍ୱାଗତ ଉତ୍ସବ ଆରମ୍ଭ ହୋଇଯାଇଛି। ସାରା ବିଶ୍ୱରେ ନ୍ୟୁଜିଲ୍ୟାଣ୍ଡ ୨୦୨୩କୁ ପ୍ରଥମେ ସ୍ୱାଗତ କରିଛି। ସେଠାରେ ଲୋକେ ଧୂମଧାମରେ ନୂଆ ବର୍ଷ ପାଳନ କରିବା ଆରମ୍ଭ କରିଛନ୍ତି। ଅକଲ୍ୟାଣ୍ଡରେ ଲୋକେ ଆତସବାଜୀ ସହ ୨୦୨୨କୁ ବିଦାୟ ଦେଇଥିବା ବେଳେ ୨୦୨୩କୁ ସ୍ୱାଗତ କରିଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ନୂଆ ବର୍ଷର ଆରମ୍ଭ ସର୍ବ ପ୍ରଥମେ ହୋଇଛି।ଏହି ଅବସରରେ ଅକଲ୍ୟାଣ୍ଡର ପ୍ରଶିଦ୍ଧ ସ୍କାଏ ଟାୱାରକୁ ଝଲମଲ ଆଲୋକମାଳାରେ ସଜ୍ଜିତ କରାଯିବା ସହ ଠିକ୍ ମଧ୍ୟରାତ୍ରରେ ଆତସବାଜୀ କରାଯାଇଛି।
Happy new year 2023 world from Auckland New Zealand!! pic.twitter.com/Vl4xcMxj6p
— Duresi 🇵🇬🇳🇿 (@b_duresi) December 31, 2022
ଭାରତରେ ଯେତେବେଳେ ଅପରାହ୍ନ ସାଢେ ୪ଟା ହୁଏ ଅକଲ୍ୟାଣ୍ଡରେ ମଧ୍ୟରାତ୍ର ହୋଇଥାଏ। ଏଣୁ ସେଠାରେ ମଧ୍ୟରାତ୍ରରେ ପ୍ରଥମେ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି।