ବାଇଗଣ ବାଡିରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ୪ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 18, 2021 IST

ପାଟଣାଗଡ ୧୮।୧୦: ବଲାଙ୍ଗିର ଜିଲ୍ଲାରୁ ଆସିଲା ଲଜ୍ଜାକର ଖବର। ଲରମ୍ଭା ଥାନା ଅନ୍ତର୍ଗତ ତମିଆ ଗାଁର ଜଣେ ନାବାଳିକାକୁ ସେହି ଗାଁର ୪ ଜଣ ଯୁବକ ଦୁଷ୍କର୍ମ ଉଦ୍ୟମ ଘଟିଛନ୍ତି। ଘର ପଛପଟେ ଥିବା ବାଇଗଣ ବାଡିରେ ଦୁଷ୍କର୍ମ ଉଦ୍ୟମ ପରେ କୌଶଳ କ୍ରମେ ସେଠାରୁ ଖସି ପଳାଇଛନ୍ତି। ପରେ ନାବାଳିକା ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଲରମ୍ଭା ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଆଜି ଏହି ୪ ଜଣ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟ ଚାଳାଣ କରିଛି । ଅଭିଯୁକ୍ତ ମାନେ ହେଲେ ସୁଦାମ ପୁଟେଲ (୨୦) , ବିପିନ ପୁଟେଲ (୨୫) , ସୁଶାନ୍ତ ପୁଟେଲ (୧୯) ଓ କବଲ୍ୟ ପୁଟେଲ (୨୦) । ବଲାଙ୍ଗିର କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବଲାଙ୍ଗିର ଜେଲକୁ ପଠାଇ ଦିଆଯାଇ ଥିବା ଥାନା ଅଧିକାରୀ ବାରିଣୀ ଦାସଙ୍କ ଠାରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.