ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ପୂର୍ବ ଶତୃତାକୁ କେନ୍ଦ୍ର କରି ଛୁରିରେ ହତ୍ୟା ଉଦ୍ୟମ; ଜଣେ ମୃତ ଅନ୍ୟ ଜଣେ ଗୁରୁତର

30/05/2022 at 4:38 PM

ବ୍ରହ୍ମପୁର ୩୦/୦୫ : ପୁଣି ଦିଗପହଣ୍ଡି ଥାନା ଅଞ୍ଚଳରେ ହତ୍ଯାକାଣ୍ଡ ଦେଖିବାକୁ ମିଳିଛି। ଗାଆଁ ଦାଣ୍ଡରେ ଯୁବକଙ୍କୁ ଅଟକାଇ ଦୁର୍ବୃତ୍ତମାନେ ହତ୍ଯା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଆସନ୍ତୁ ଦୁଇ ଯୁବକଙ୍କୁ ଛୁରୀ ଭୂଷି ହତ୍ୟା ଉଦ୍ୟମ। ଏଥିରେ ଜଣେ  ପ୍ରାଣ ହରାଇଥିବା ବେଳେ  ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତ କାଲି ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଛୁରୀ ଭୂଷି ହତ୍ୟାଉଦ୍ୟମ କରାଯାଇଛି। ଦୁଇ ଯୁବକ ବାବୁ ଗୌଡ଼ ଓ ପ୍ରଦୀପ କୁମାର ସାହୁ ଏକ ବାଇକ୍‌ରେ ଘରକୁ ଯାଉଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ବାବୁଙ୍କ ବେକ, ଛାତି ଓ ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରଦୀପଙ୍କ ପେଟରେ ଗଭୀର ଆଘାତ ଲାଗିଛି।

ଦୁଇଜଣଙ୍କୁ ପ୍ରଥମେ ଦିଗପହଣ୍ଡି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରା ଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ବାବୁ ଗୌଡ଼ଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥିବା ନବରଙ୍ଗପୁର ଗାଁର ତୋଫାନ ଗୌଡ଼ ଏକ ଧାରୁଆ ଛୁରୀରେ ଏଭଳି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ରାଜନୀତି ଓ ଠିକା କାମକୁ କେନ୍ଦ୍ର କରି ଏଭଳି ହତ୍ଯା  କରା ଯାଇଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ହତ୍ଯାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକ ଦାବୀ କରିଛନ୍ତି।

ଏହି ଘଟଣା ପରେ ଦିଗପହଣ୍ଡି ପୋଲିସ ଏବଂ ବ୍ରହ୍ମପୁର ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛନ୍ତି  ଠିକା  କାମକୁ ନେଇ ପୁରୁଣା ବିବାଦରୁ ଏହି ହତ୍ଯାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋସି ବ୍ରହ୍ମପୁର ଏସ୍ ପି କହିଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତୋଫାନ ଗୌଡ଼ଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଥିବା ଏସ୍ ପି ଜଣାଇଛନ୍ତି ।

   Related Posts