ଗାଡି ପାର୍କିଂକୁ ନେଇ କଣ୍ଟାବାଞ୍ଜି ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ, ୨ ଅଟକ
17/09/2023 at 10:44 PM

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲ ବେହେରାଙ୍କୁ ଗାଡି ପାର୍କିଂକୁ ନେଇ ଦୁଇ ଭାଇ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ଉଦ୍ୟମ କରିଥିବା ଦୁଇ ଭାଇଙ୍କୁ ପୋଲିସ ଥାନାରେ ରଖି ଅଧିକ ତଦନ୍ତ କରୁଛି। ଏହି ଘଟଣା ଟାଉନରେ ଆଲୋଚ୍ୟର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ତହସିଲଦାର ଅମୃତଲାଲ ବେହେରା ନିଜ ପରିବାର ସହ ମାର୍କେଟିଂ ପାଇଁ ବାହାରିଥିଲେ। ମେନରୋଡରେ ଥିବା ହନୁମାନ ଲଜ୍ ପାଖରେ ଥିବା ଏକ ଦୋକାନ ସମ୍ମୁଖରେ ତହସିଲଦାର ତାଙ୍କ ଗାଡି ରଖିଥିବା ବେଳେ ଦୋକାନରୁ ଦୁଇ ଭାଇ ବାହାରି ଗାଳି କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ। କଣ୍ଟାବାଞ୍ଜି ପୋଲିସକୁ ତହସିଲଦାର ଖବର ଦେବା ପରେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଦୁଇ ଜଣଙ୍କୁ ଉଠାଇ ନେଇଥିଲେ। ତେବେ ତହସିଲଦାର ଅମୃତଲାଲ ବେହରା ଥାନାରେ ଏତଲା ଦେଇଥିବା କହିଛନ୍ତି।