ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଥାନା ନିକଟରେ ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟ୍ ଉଦ୍ୟମ
15/09/2022 at 10:30 PM

ମାର୍ଶାଘାଇ: ପୁଣି ଅଶାନ୍ତ ମାର୍ଶାଘାଇ ଥାନା ଅଞ୍ଚଳ । ଥାନା ଠାରୁ ମାତ୍ର ୫୦୦ ମିଟର ମଧ୍ୟରେ ଦିନଦ୍ବିପ୍ରହରରେ ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ ଉଦ୍ୟମ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଦୁର୍ବୃତ୍ତ। କେନ୍ଦ୍ରାପଡା ଜିଲ୍ଲା IDFC ବ୍ୟାଙ୍କର ସେଲ୍ସସ୍ ଅଫିସର ରଘୁନାଥ ବେହେରାଙ୍କଠୁ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ।
ସୂଚନା ଅନୁଯାୟୀ, ମାର୍ଶାଘାଇ ଥାନା ଯଦୁପୁର ଗାଁ ରୁ କୈଣସି କାମ ସାରି ପାରାଦୀପ – ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥର କାନପୁର ଛକ ନିକଟରେ କେନ୍ଦ୍ରାପଡା ଫେରୁଥିବା ବେଳେ ହଠାତ ଏକ କଳା ପଲସର୍ ଗାଡିରେ ଦୁଇଜଣ ଦୁର୍ବୃତ୍ତ ଆସି ଗୁଳି ଫୁଟାଇ ବ୍ଯାଙ୍କ କର୍ମଚାରୀ ରଘୁନାଥଙ୍କୁ ଅଟକାଇ ଥିଲେ । ରଘୁନାଥଙ୍କ ପକେଟ ଏବଂ ଗାଡିର ଡିକି ଖୋଜିଥିଲେ । ଟଙ୍କା ନ ମିଳିବାରୁ ମୋବାଇଲ ନେଇ ଦୁର୍ବୃତ୍ତମାନେ କେନ୍ଦ୍ରାପଡା ଆଡକୁ ଫେରାର ମାରିଥିଲେ। ପୋଲିସ ପହଞ୍ଚି ଖୋକା ଜବତ କରିବା ସହ ଘଟଣାର ତଦନ୍ତ କରୁଛି । କିଛିଦିନ ହେବ ମାର୍ଶାଘାଇ ଅଞ୍ଚଳରେ ବୋମାମାଡ ଏବଂ ଗୁଳିକାଣ୍ଡ ବନ୍ଦ ଥିବା ବେଳେ ପୁଣି ଥାନା ରୁ ୫୦୦ ମିଟର ମଧ୍ୟରେ ଏହି ଗୁଳିକାଣ୍ଡ ଘଟଣା ଅପରାଧୀଙ୍କ ପୋଲିସକୁ ଚ୍ଯାଲେଞ୍ଜ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।